ନ୍ୟାୟ ଅପେକ୍ଷାରେ ୧୪ ନିର୍ଯାତିତ ଛାତ୍ରୀ, ବାଲେଶ୍ବର ଘଟଣା ପରେ ଚେତିବେ କି ରାଜ୍ୟ ସରକାର !

The Sakala Picture
Published On

ଭୁବନେଶ୍ୱର: ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟାପକଙ୍କ ନିର୍ଯ୍ୟାତନା ସହି ନ ପାରି ଜଣେ ଛାତ୍ରୀଙ୍କ ଆତ୍ମଦାହ ଉଦ୍ୟମ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ପୀଡ଼ିତା ଛାତ୍ରୀ ଜୀବନ ସହ ସଂଗ୍ରାମ କରୁଥିବାବେଳେ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବହୁ ଅଧ୍ୟାପକଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନାର ଅଭିଯୋଗ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଗତ କେଇ ମାସ ମଧ୍ୟରେ ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରୁ ପ୍ରାୟ ୧୪ଟି ନିର୍ଯ୍ୟାତନା ଅଭିଯୋଗ […]

ଭୁବନେଶ୍ୱର: ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟାପକଙ୍କ ନିର୍ଯ୍ୟାତନା ସହି ନ ପାରି ଜଣେ ଛାତ୍ରୀଙ୍କ ଆତ୍ମଦାହ ଉଦ୍ୟମ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ପୀଡ଼ିତା ଛାତ୍ରୀ ଜୀବନ ସହ ସଂଗ୍ରାମ କରୁଥିବାବେଳେ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବହୁ ଅଧ୍ୟାପକଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନାର ଅଭିଯୋଗ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଗତ କେଇ ମାସ ମଧ୍ୟରେ ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରୁ ପ୍ରାୟ ୧୪ଟି ନିର୍ଯ୍ୟାତନା ଅଭିଯୋଗ ଆସିଥିଲେ ମଧ୍ୟ ସବୁ ଅଭିଯୋଗକୁ ଉଚ୍ଚଶିକ୍ଷା ବିଭାଗ ଚାପି ରଖିଛି। କାର୍ଯ୍ୟନୁଷ୍ଠାନ ତ ଦୂର କଥା, ଏ ସମ୍ପର୍କରେ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇ ନାହିଁ।

ଆହୁରି ପଢ଼ନ୍ତୁ: ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ କମିଶନରେଟ ପୋଲିସ୍‌ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି

୨୦୨୪ ମସିହା ଡିସେମ୍ବରରେ ଖୋଦ୍‌ ରାଜଧାନୀରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ତକ୍ରାଳୀନ କମ୍ପ୍ୟୁଟର୍‌ ବିଭାଗ ମୁଖ୍ୟ ଶାରୀରିକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଥିଲା। ସିସିଟିଭି ଭିଡିଓ ଆଧାରରେ ସମ୍ପୃକ୍ତ ଅଧ୍ୟାପକଙ୍କୁ ଉଚ୍ଚଶିକ୍ଷା ବିଭାଗକୁ ବଦଳି କରି ପୁରସ୍କୃତ କରାଗଲା। ମାତ୍ର ଏଯାଏ ତଦନ୍ତ ସରୁନାହିଁ କି ଚୂଡ଼ାନ୍ତ ରିପୋର୍ଟ ଆସିନାହିଁ। ସେହିପରି ବିଜେବି କଲେଜର ଓଡ଼ିଆ ବିଭାଗ ମୁଖ୍ୟଙ୍କ ବିରୋଧରେ ମଧ୍ୟ ନିର୍ଯ୍ୟାତନା ଅଭିଯୋଗ ଥିଲେ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇନି। ରାଜଧାନୀର ଅନ୍ୟଏକ ଏକ ପ୍ରତିଷ୍ଠିତ ଉଚ୍ଚ ଶିକ୍ଷାନୁଷ୍ଠାନ ରାଜଧାନୀ ମହାବିଦ୍ୟାଳୟର ଇଂରାଜୀ ଏବଂ ପଦାର୍ଥ ବିଜ୍ଞାନ ଅଧ୍ୟାପକଙ୍କ ବିରୋଧରେ ଆସିଥିବା ଅଭିଯୋଗ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ମାଡ଼ି ବସିଛି। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ସର୍ବାଧିକ ୪ଜଣ ଅଧ୍ୟାପକଙ୍କ ବିରୋଧରେ ଛାତ୍ରୀଙ୍କୁ ନିର୍ଯ୍ୟାତନା ଅଭିଯୋଗ ରହିଛି। ପଦାର୍ଥ ବିଜ୍ଞାନ ବିଭାଗର ୩ଜଣ ଅଧ୍ୟାପକ ଓ ରସାୟନ ବିଜ୍ଞାନ ଅଧ୍ୟାପକଙ୍କ ବିରୋଧରେ ଆସିଥିବା ନିର୍ଯ୍ୟାତନା ଅଭିଯୋଗ ସମ୍ପର୍କରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ପୂର୍ବରୁ ଅନଗୁଳ ଜିଲ୍ଲା ଆଠମଲ୍ଲିକ ମହାବିଦ୍ୟାଳୟ ଅର୍ଥନୀତି ଅଧ୍ୟାପକ, ଅନୁଗୋଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ଓ ଇଂରାଜୀ ଅଧ୍ୟାପକ, ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ହିନ୍ଦୀ, ଭୌତିକ ବିଜ୍ଞାନ ଓ ଜୀବବିଜ୍ଞାନ ଅଧ୍ୟାପକଙ୍କ ବିରୋଧରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ଉଚ୍ଚଶିକ୍ଷା ବିଭାଗ ନିକଟରେ ପହଞ୍ଚିଛି। ମାତ୍ର କୌଣସି ଘଟଣାରେ କିଛି ବି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ତେଣୁ ଏଫ୍‌ଏମ୍‌ କଲେଜ୍‌ ପରି ସମସ୍ତ ଛାତ୍ରୀ ଆତ୍ମାହୁତି ଉଦ୍ୟମ କରିବା ପରେ ଯାଇ ସରକାର କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି ପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ: ଜିଲ୍ଲାସ୍ତରୀୟ ପଦଯାତ୍ରାରେ ରାଜ୍ୟ ସରକାର ଓ ବିଜେପିକୁ କଡା ସମାଲୋଚନା କଲେ ବିଜେଡି ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନ

 

ଆହୁରି ପଢ଼ନ୍ତୁ: ୫ ଦିନ ପରେ ନିଖୋଜ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର: ଗଳାକାଟି ହତ୍ୟା କରିଥିବା ସନ୍ଦେହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର