୧୪ତମ ସନ୍ତାନର ବାପା ହେଲେ ବିଶ୍ବର ଏକ ନମ୍ବର ଧନୀ ଏଲନ ମସ୍କ

The Sakala Picture
Published On

ୱାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହଯୋଗୀ ତଥା ଶିଳ୍ପପତି ଏଲନ ମସ୍କ ପୁଣି ବାପା ହୋଇଛନ୍ତି। ନ୍ୟୁରାଲିଙ୍କର ଏକ୍‌ଜିକ୍ୟୁଟିଭ ତଥା ମସ୍କଙ୍କ ପାର୍ଟନର ଶିଭନ ଜିଲ୍ସ ତାଙ୍କର ୧୪ତମ ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଶିଶୁପୂତ୍ରର ନାମ ସେଲ୍ଡନ ଲାଇକର୍ଗସ ନାମ ରଖାଯାଇଛି। ଶିଭନ ଶୁକ୍ରବାର ଏହି ସୂଚନା ଦେଇଥିଲେ। ମସ୍କଙ୍କ ସହ ଆଲୋଚନା ପରେ ଏହି ଅଦ୍ଭୂତ ଶିଶୁ ବିଷୟରେ ସୂଚନା ଦେବାକୁ ଉଚିତ ମଣିଥିଲେ। ତେବେ ଶିଶୁର ଜନ୍ମ କେବେ ହୋଇଥିଲା […]

ୱାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହଯୋଗୀ ତଥା ଶିଳ୍ପପତି ଏଲନ ମସ୍କ ପୁଣି ବାପା ହୋଇଛନ୍ତି। ନ୍ୟୁରାଲିଙ୍କର ଏକ୍‌ଜିକ୍ୟୁଟିଭ ତଥା ମସ୍କଙ୍କ ପାର୍ଟନର ଶିଭନ ଜିଲ୍ସ ତାଙ୍କର ୧୪ତମ ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଶିଶୁପୂତ୍ରର ନାମ ସେଲ୍ଡନ ଲାଇକର୍ଗସ ନାମ ରଖାଯାଇଛି। ଶିଭନ ଶୁକ୍ରବାର ଏହି ସୂଚନା ଦେଇଥିଲେ। ମସ୍କଙ୍କ ସହ ଆଲୋଚନା ପରେ ଏହି ଅଦ୍ଭୂତ ଶିଶୁ ବିଷୟରେ ସୂଚନା ଦେବାକୁ ଉଚିତ ମଣିଥିଲେ। ତେବେ ଶିଶୁର ଜନ୍ମ କେବେ ହୋଇଥିଲା ତାହା ସେ କହିନାହାନ୍ତି। ଶିଭନ କହିଥିଲେ ଯେ ଏହି ଶିଶୁ ଶକ୍ତିଶାଳୀ ଯୋଦ୍ଧା ପରି ମଝବୁତ। ଏହାର ହୃଦୟ ସୁନା ପରି ନିର୍ମଳ। ଆମେ ତାକୁ ବହୁତ ଭଲ ପାଉଛୁ। ପୂର୍ବରୁ ଶିଭନ ଏବଂ ମସ୍କଙ୍କ ୩ ଶିଶୁ ଅଛନ୍ତି। ଏମାନଙ୍କ ମଧ୍ୟରେ ଦୁଇ ଯମଜ ସନ୍ତାନ ସାମିଲ ଅଛନ୍ତି।

ଆହୁରି ପଢ଼ନ୍ତୁ: ଲିଥୁଆନିଆ ଆକାଶରେ ନାଟୋର ଗର୍ଜନ: ସନ୍ଦିଗ୍ଧ ଡ୍ରୋନକୁ ଗୁଳି କରି ଖସାଇଲା ଯୁଦ୍ଧ ବିମାନ

୨୦୨୧ ନଭେମ୍ବରରେ ଏ ବିଷୟରେ ଦୁହେଁ ସୂଚନା ଦେଇଥିଲେ। ସେହିପରି ଗତ ବର୍ଷ ଝିଅ ଅର୍କାଡିଆର ଜନ୍ମ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ମସ୍କ ନିଜର ତିନି ଶିଶୁଙ୍କ ସହ ଶିଭନଙ୍କୁ ଧରି ତାଙ୍କୁ ସାକ୍ଷାତ କରିଥିଲେ। ଏହା ପୂର୍ବରୁ କିଛି ଦିନ ତଳେ ଆମେରିକା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତଥା ଲେଖିକା ଏସ୍‌ଲେ ସେଣ୍ଟ କ୍ଲେୟର ମସ୍କଙ୍କ ସନ୍ତାନକୁ ଜନ୍ମ ଦେଇଥିବା କହିଥିଲେ। ସେ ୫ ମାସ ତଳେ ଗୋପନୀୟ ଭାବେ ଏହି ଶିଶୁକୁ ଜନ୍ମ ଦେଇଥିବା ଦାବି କରିଥିଲେ। ମାତ୍ର ସୁରକ୍ଷା ଏବଂ ଗୋପନୀୟତା ଯୋଗୁଁ ଏହାର ସୂଚନା ଦେଇ ନ ଥିବା କହିଥିଲେ। ଏହା ମସ୍କଙ୍କ ୧୩ତମ ସନ୍ତାନ ଥିଲା। ପୂର୍ବରୁ ୩ ମହିଳା ପାର୍ଟନରଙ୍କଠାରୁ ମସ୍କଙ୍କ ୧୨ ସନ୍ତାନ ଜନ୍ମ ହୋଇଥିଲେ। ଏହି ଦୁଇ ସନ୍ତାନଙ୍କୁ ମିଶାଇ ସଂଖ୍ୟା ୧୪ରେ ପହଞ୍ଚି ଯାଇଛି।

ଆହୁରି ପଢ଼ନ୍ତୁ: UPI ଟିକସ ପ୍ରତ୍ୟାହାର ପାଇଁ ରାହୁଲ ଗାନ୍ଧୀଙ୍କ ଦାବି, ଆମେରିକା ଚାପରେ ମୋଦୀ ସରକାର କାମ କରୁଥିବା ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର