ଏଆଇର କରାମତି, ଚଷମା ଲଗାଇ କମ୍ପ୍ୟୁଟର ଚଲାଉଛି ମାଙ୍କଡ଼

The Sakala Picture
Published On

ନୂଆଦିଲ୍ଲୀ: କାର୍ଯ୍ୟାଳୟର ଅଧିକାରୀ ପରି ଚୌକିରେ ବସିଛି। ଆଖିରେ ଚଷମା। ବେକରେ ହାର ପରି ଘଣ୍ଟା ଝୁଲୁଛି। ସାମ୍‌ନାରେ କମ୍ପ୍ୟୁଟର ଲାଗିଛି। ପାଖରେ ଖାଇବା ପାଇଁ ଫଳ ଥୁଆ ହୋଇଛି। ଆଉ ମନିଟରକୁ ଦେଖି କିବୋର୍ଡରେ ଦ୍ରୁତଗତିରେ ହାତ ଚଳାଇ କାମ କରୁଛ। ମଝିରେ ମଝିରେ ଫଳ ଟିକେ ଟିକେ ପାଟିରେ ପକାଉଛି। ଠିକ୍‌ ପ୍ରଶିକ୍ଷିତ କର୍ମଚାରୀଙ୍କ ପରି କାର୍ଯ୍ୟ କରୁଥିବା ମାଙ୍କଡ଼ ମହାରାଜର ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଯିଏ ବି ଏହାକୁ ଦେଖୁଛି […]

ନୂଆଦିଲ୍ଲୀ: କାର୍ଯ୍ୟାଳୟର ଅଧିକାରୀ ପରି ଚୌକିରେ ବସିଛି। ଆଖିରେ ଚଷମା। ବେକରେ ହାର ପରି ଘଣ୍ଟା ଝୁଲୁଛି। ସାମ୍‌ନାରେ କମ୍ପ୍ୟୁଟର ଲାଗିଛି। ପାଖରେ ଖାଇବା ପାଇଁ ଫଳ ଥୁଆ ହୋଇଛି। ଆଉ ମନିଟରକୁ ଦେଖି କିବୋର୍ଡରେ ଦ୍ରୁତଗତିରେ ହାତ ଚଳାଇ କାମ କରୁଛ। ମଝିରେ ମଝିରେ ଫଳ ଟିକେ ଟିକେ ପାଟିରେ ପକାଉଛି। ଠିକ୍‌ ପ୍ରଶିକ୍ଷିତ କର୍ମଚାରୀଙ୍କ ପରି କାର୍ଯ୍ୟ କରୁଥିବା ମାଙ୍କଡ଼ ମହାରାଜର ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଯିଏ ବି ଏହାକୁ ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି। ନିଜ ଆଖିକୁ ସହଜରେ ବିଶ୍ବାସ କରିପାରୁନି। ଲୋକେ ଏହାକୁ ନେଇ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି। ଏହି ଭିଡିଓ ଏତେ ସ୍ବାଭାବିକ ଲାଗୁଛି ଯେ ଲୋକେ ଏହାକୁ ସତ ଭାବି ନେଉଛନ୍ତି। ମାତ୍ର ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ଏହା କୌଣସି ସତ ଭିଡିଓ ନୁହେଁ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦ୍ବାରା ଏହି ଭିଡିଓ ପ୍ରସ୍ତୁତ କରାଯାଇଛି। ଏହି ନିଆରା ଦୃଶ୍ୟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଦୁଇ କୋଟିରୁ ଅଧିକ ଥର ଏହାକୁ ଦେଖା ଗଲାଣି। ଏହା ପ୍ରଯୁକ୍ତିବିଦ୍ୟା ଏବଂ ଜ୍ଞାନକୌଶଳର କରାମତିକୁ ଦର୍ଶାଉଛି।

ଆହୁରି ପଢ଼ନ୍ତୁ: ସଙ୍କଟରେ ଭାରତର ଜେନ୍‌ ଜେଡ୍‌ଙ୍କ ସ୍ୱାସ୍ଥ୍ୟବସ୍ଥା; ପ୍ରତି ୬ ଜଣରେ ଜଣେ ମଧୁମେହରେ ପୀଡିତ...

Join Us @ WhatsApp

About The Author

Google News
Join Us @ WhatsApp