Ollywood Singer Human Sagar Passes Away: ନଭେମ୍ବର ୧୭ ଓଡ଼ିଆ ସଙ୍ଗୀତ ପାଇଁ 'ବ୍ଲାକ୍ ଡେ': ଅକ୍ଷୟ ମହାନ୍ତିଙ୍କ ପରେ ହ୍ୟୁମାନ୍ ସାଗରଙ୍କ ପରଲୋକ

୨୩ ବର୍ଷ ତଳେ ଅକ୍ଷୟ ମହାନ୍ତିଙ୍କର ଦେହାନ୍ତ ଏହି ତାରିଖରେ ଘଟିଥିଲା

The Sakala Picture
Published On

ଭୁବନେଶ୍ୱର, ଓଡ଼ିଆ ସଙ୍ଗୀତ ଜଗତ ପାଇଁ ନଭେମ୍ବର ୧୭ ତାରିଖ ଏକ ଦୁଃଖଦ ଦିନ ଭାବେ ଇତିହାସରେ ଲିପିବଦ୍ଧ ହୋଇ ରହିବ। ଗୋଟିଏ ତାରିଖରେ ଓଲିଉଡର ଦୁଇ ମହାନ କଳାକାରଙ୍କୁ ହରାଇବା ପରେ ସମଗ୍ର ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ଆଜି (ନଭେମ୍ବର ୧୭) ପରଲୋକ ଘଟିଥିବା ବେଳେ ଠିକ୍ ୨୩ ବର୍ଷ ତଳେ ଅର୍ଥାତ୍ ନଭେମ୍ବର ୧୭, ୨୦୦୨ରେ ସର୍ବକାଳୀନ ଲୋକପ୍ରିୟ ଗାୟକ ଓ ସଙ୍ଗୀତର ମଉଡମଣୀ ଅକ୍ଷୟ ମହାନ୍ତିଙ୍କର ଦେହାନ୍ତ ହୋଇଥିଲା।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

୩୪ ବର୍ଷରେ ହ୍ୟୁମାନ୍ ସାଗରଙ୍କ ଅକାଳ ବିୟୋଗ

ମାତ୍ର ୩୪ ବର୍ଷ ବୟସରେ ହ୍ୟୁମାନ ସାଗରଙ୍କର ଅକାଳ ବିୟୋଗ ଘଟିଛି। ସୋମବାର ସନ୍ଧ୍ୟା ୯:୦୮ ମିନିଟରେ ଭୁବନେଶ୍ୱର ଏମ୍ସ (AIIMS) ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ରାଇରଙ୍ଗପୁରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ

ସେ ମଲ୍ଟି-ଅର୍ଗାନ୍ ଡସ୍ଫଙ୍କ୍ସନ୍ ସିଣ୍ଡ୍ରୋମ୍ (MODS), ଲିଭର୍ ଫେଲ୍ୟର, କିଡନୀ ସମସ୍ୟା, ଶ୍ୱାସକ୍ରିୟା ଜନିତ ଅସୁବିଧା ଏବଂ ନିମୋନିଆ ଭଳି ଗୁରୁତର ରୋଗରେ ପୀଡ଼ିତ ଥିଲେ।

ଗତ ନଭେମ୍ବର ୧୪ରେ ଗୁରୁତର ସ୍ୱାସ୍ଥ୍ୟାବସ୍ଥା ଯୋଗୁଁ ତାଙ୍କୁ ଏମ୍ସର ଇମର୍ଜେନ୍ସିରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଭେଣ୍ଟିଲେଟର୍ ସହାୟତାରେ ରଖାଯାଇଥିଲା, କିନ୍ତୁ ବିଶେଷଜ୍ଞ ଡାକ୍ତରମାନଙ୍କ ଚିକିତ୍ସା ସତ୍ତ୍ୱେ କୌଣସି ଉନ୍ନତି ହୋଇନଥିଲା।

ଉନ୍ନତ ଚିକିତ୍ସା ପାଇଁ ପରିବାର ତାଙ୍କୁ ରାଜ୍ୟ ବାହାରକୁ ନେବାକୁ ଯୋଜନା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକ୍ତରମାନଙ୍କ ସହ ଆଲୋଚନା କରି ସମସ୍ତ ସହାୟତାର ଆଶ୍ୱାସନା ଦେଇଥିଲେ।

‘ଭଏାସ ଅଫ୍ ଓଡ଼ିଶା’ରୁ ଓଲିଉଡ୍ ପର୍ଯ୍ୟନ୍ତ ଯାତ୍ରା

ବଲାଙ୍ଗୀର ଜିଲାର ତିତିଲାଗଢ଼ରେ ଜନ୍ମିତ ହ୍ୟୁମାନ ସାଗର ୨୦୧୨ରେ ‘ଭଏାଇସ୍ ଅଫ୍ ଓଡ଼ିଶା’ ସିଜନ୍-୨ରେ ବିଜୟୀ ହୋଇଥିଲେ। ୨୦୧୫ରେ ‘ଇଶ୍କ୍ ତୁହେଁ ହୀ ତୁହେଁ’ ଚଳଚ୍ଚିତ୍ରର ଟାଇଟଲ୍ ଟ୍ରାକ୍ ଗାଇ ସେ ଓଲିଉଡରେ ପ୍ରବେଶ କରିଥିଲେ। ତାଙ୍କ କଣ୍ଠରେ ଗାଇଥିବା ଅନେକ ରୋମାଣ୍ଟିକ୍ ଓ ଭାବପୂର୍ଣ୍ଣ ଗୀତ ଶ୍ରୋତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା।

ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

ମୁଖ୍ୟମନ୍ତ୍ରୀ ସାମାଜିକ ମାଧ୍ୟମରେ ଶୋକ ପ୍ରକାଶ କରି କହିଛନ୍ତି ଯେ ହ୍ୟୁମାନଙ୍କ ଦେହାନ୍ତ ଓଡ଼ିଶାର ସଙ୍ଗୀତ ଓ ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସଙ୍ଗୀତ ଜଗତର ଅନେକ ବ୍ୟକ୍ତିବିଶେଷ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

17 Nov 2025 By The Sakala

Ollywood Singer Human Sagar Passes Away: ନଭେମ୍ବର ୧୭ ଓଡ଼ିଆ ସଙ୍ଗୀତ ପାଇଁ 'ବ୍ଲାକ୍ ଡେ': ଅକ୍ଷୟ ମହାନ୍ତିଙ୍କ ପରେ ହ୍ୟୁମାନ୍ ସାଗରଙ୍କ ପରଲୋକ

୨୩ ବର୍ଷ ତଳେ ଅକ୍ଷୟ ମହାନ୍ତିଙ୍କର ଦେହାନ୍ତ ଏହି ତାରିଖରେ ଘଟିଥିଲା

ଭୁବନେଶ୍ୱର, ଓଡ଼ିଆ ସଙ୍ଗୀତ ଜଗତ ପାଇଁ ନଭେମ୍ବର ୧୭ ତାରିଖ ଏକ ଦୁଃଖଦ ଦିନ ଭାବେ ଇତିହାସରେ ଲିପିବଦ୍ଧ ହୋଇ ରହିବ। ଗୋଟିଏ ତାରିଖରେ ଓଲିଉଡର ଦୁଇ ମହାନ କଳାକାରଙ୍କୁ ହରାଇବା ପରେ ସମଗ୍ର ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ଆଜି (ନଭେମ୍ବର ୧୭) ପରଲୋକ ଘଟିଥିବା ବେଳେ ଠିକ୍ ୨୩ ବର୍ଷ ତଳେ ଅର୍ଥାତ୍ ନଭେମ୍ବର ୧୭, ୨୦୦୨ରେ ସର୍ବକାଳୀନ ଲୋକପ୍ରିୟ ଗାୟକ ଓ ସଙ୍ଗୀତର ମଉଡମଣୀ ଅକ୍ଷୟ ମହାନ୍ତିଙ୍କର ଦେହାନ୍ତ ହୋଇଥିଲା।

୩୪ ବର୍ଷରେ ହ୍ୟୁମାନ୍ ସାଗରଙ୍କ ଅକାଳ ବିୟୋଗ

ମାତ୍ର ୩୪ ବର୍ଷ ବୟସରେ ହ୍ୟୁମାନ ସାଗରଙ୍କର ଅକାଳ ବିୟୋଗ ଘଟିଛି। ସୋମବାର ସନ୍ଧ୍ୟା ୯:୦୮ ମିନିଟରେ ଭୁବନେଶ୍ୱର ଏମ୍ସ (AIIMS) ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା।

ସେ ମଲ୍ଟି-ଅର୍ଗାନ୍ ଡସ୍ଫଙ୍କ୍ସନ୍ ସିଣ୍ଡ୍ରୋମ୍ (MODS), ଲିଭର୍ ଫେଲ୍ୟର, କିଡନୀ ସମସ୍ୟା, ଶ୍ୱାସକ୍ରିୟା ଜନିତ ଅସୁବିଧା ଏବଂ ନିମୋନିଆ ଭଳି ଗୁରୁତର ରୋଗରେ ପୀଡ଼ିତ ଥିଲେ।

ଗତ ନଭେମ୍ବର ୧୪ରେ ଗୁରୁତର ସ୍ୱାସ୍ଥ୍ୟାବସ୍ଥା ଯୋଗୁଁ ତାଙ୍କୁ ଏମ୍ସର ଇମର୍ଜେନ୍ସିରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଭେଣ୍ଟିଲେଟର୍ ସହାୟତାରେ ରଖାଯାଇଥିଲା, କିନ୍ତୁ ବିଶେଷଜ୍ଞ ଡାକ୍ତରମାନଙ୍କ ଚିକିତ୍ସା ସତ୍ତ୍ୱେ କୌଣସି ଉନ୍ନତି ହୋଇନଥିଲା।

ଉନ୍ନତ ଚିକିତ୍ସା ପାଇଁ ପରିବାର ତାଙ୍କୁ ରାଜ୍ୟ ବାହାରକୁ ନେବାକୁ ଯୋଜନା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକ୍ତରମାନଙ୍କ ସହ ଆଲୋଚନା କରି ସମସ୍ତ ସହାୟତାର ଆଶ୍ୱାସନା ଦେଇଥିଲେ।

‘ଭଏାସ ଅଫ୍ ଓଡ଼ିଶା’ରୁ ଓଲିଉଡ୍ ପର୍ଯ୍ୟନ୍ତ ଯାତ୍ରା

ବଲାଙ୍ଗୀର ଜିଲାର ତିତିଲାଗଢ଼ରେ ଜନ୍ମିତ ହ୍ୟୁମାନ ସାଗର ୨୦୧୨ରେ ‘ଭଏାଇସ୍ ଅଫ୍ ଓଡ଼ିଶା’ ସିଜନ୍-୨ରେ ବିଜୟୀ ହୋଇଥିଲେ। ୨୦୧୫ରେ ‘ଇଶ୍କ୍ ତୁହେଁ ହୀ ତୁହେଁ’ ଚଳଚ୍ଚିତ୍ରର ଟାଇଟଲ୍ ଟ୍ରାକ୍ ଗାଇ ସେ ଓଲିଉଡରେ ପ୍ରବେଶ କରିଥିଲେ। ତାଙ୍କ କଣ୍ଠରେ ଗାଇଥିବା ଅନେକ ରୋମାଣ୍ଟିକ୍ ଓ ଭାବପୂର୍ଣ୍ଣ ଗୀତ ଶ୍ରୋତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା।

ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

ମୁଖ୍ୟମନ୍ତ୍ରୀ ସାମାଜିକ ମାଧ୍ୟମରେ ଶୋକ ପ୍ରକାଶ କରି କହିଛନ୍ତି ଯେ ହ୍ୟୁମାନଙ୍କ ଦେହାନ୍ତ ଓଡ଼ିଶାର ସଙ୍ଗୀତ ଓ ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସଙ୍ଗୀତ ଜଗତର ଅନେକ ବ୍ୟକ୍ତିବିଶେଷ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର