ଗାଡ଼ି ମାଲିକଙ୍କୁ ବଡ଼ ଝଟ୍‌କା: ୧୦ ଗୁଣ ବଢ଼ିଲା ଯାନବାହନ ଫିଟନେସ୍ ପରୀକ୍ଷା ଫି’

Madhusudan Das Picture
Published On

ନୂଆଦିଲ୍ଲୀ: ପୁରୁଣା ଗାଡ଼ି ମାଲିକଙ୍କୁ ବଡ଼ ଝଟକା । ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ କେନ୍ଦ୍ର ସରକାର ଯାନବାହାନ ଫିଟ୍‌ନେସ୍‌ ପରୀକ୍ଷା ଫି’ରେ ଏକ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି। କେନ୍ଦ୍ରୀୟ ମୋଟର ଯାନ ନିୟମ ଅନୁଯାୟୀ ନୂତନ ଫି’ ହାର ଜାରି କରାଯାଇଛି। ଫଳସ୍ୱରୂପ, ମୋଟର ଚାଳକଙ୍କୁ ଏଣିକି ଯାନବାହାନ ଫିଟନେସ୍ ପରୀକ୍ଷା ପାଇଁ ୧୦ ଗୁଣ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ। ଆହୁରିମଧ୍ୟ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ମଧ୍ୟ ଏହି ଅଧିକ ଫି’ର ସ୍ଲାବ୍‌ରେ ବୃଦ୍ଧି କରିଛି। ପୂର୍ବରୁ, ଏହି ଅବଧି ୧୫ ବର୍ଷ ଥିଲା, କିନ୍ତୁ ଏବେ ଏହାକୁ ୧୦ ବର୍ଷକୁ ହ୍ରାସ କରାଯାଇଛି। ଅର୍ଥାତ୍‌ ପୂର୍ବରୁ ବର୍ଦ୍ଧିତ ଶୁଳ୍କ ୧୫ ବର୍ଷ ପୁରୁଣା ଯାନବାହାନରେ ଲାଗୁ କରାଯାଉଥିବାବେଳେ ବର୍ତ୍ତମାନ ଏହାକୁ ୧୦ ବର୍ଷ ପୁରୁଣା ଯାନ କ୍ଷେତ୍ରରେ ଲାଗୁ କରାଯିବ। ଏଥିରେ ସରକାରଙ୍କ ଲକ୍ଷ୍ୟ ହେଉଛି ଅଧିକରୁ ଅଧିକ ଯାନବାହାନକୁ ଏହି ଫି’ ଢାଞ୍ଚା ପରିସରକୁ ଆଣିବା। ନୂଆ ବ୍ୟବସ୍ଥାରେ ୩ ସ୍ତରୀୟ ଫି’ ଢାଞ୍ଚା ପ୍ରସ୍ତୁତ କରାଯାଇଛି। ଗାଡ଼ିର ଆୟୁ ହିସାବରେ ଭିନ୍ନ ଭିନ୍ନ ବର୍ଗ  ରଖାଯାଇଛି। ଆୟୁ ଆଧାରରେ ଗାଡ଼ିକୁ ୧୦ ରୁ ୧୫ ବର୍ଷ, ୧୫ ରୁ ୨୦ ବର୍ଷ ଏବଂ  ୨୦ ବର୍ଷରୁ ଅଧିକ ତିନୋଟି ବର୍ଗ କରାଯାଇଛି। 

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ପୂର୍ବରୁ, ୧୫ ବର୍ଷରୁ ଅଧିକ ପୁରୁଣା ଯାନଗୁଡ଼ିକ ପାଇଁ ଅଧିକ ଫି’ ଦେବାକୁ ପଡୁଥିଲା, କିନ୍ତୁ ଏବେ ୧୦ ବର୍ଷରୁ ଅଧିକ ପୁରୁଣା ଯାନ ପାଇଁ ମଧ୍ୟ ଅଧିକ ଫି’ଦେବାକୁ ପଡିବ। ନୂଆ ବ୍ୟବସ୍ଥାରେ ଗାଡ଼ି ପୁରୁଣା ହେବା ସହିତ, ଫି’ ବୃଦ୍ଧି ପାଇଛି। ଏହି ନୂଆ ନିୟମ ସମସ୍ତ ପ୍ରକାରର ଯାନଗୁଡ଼ିକ ପାଇଁ ପ୍ରଯୁଜ୍ୟ। ଏଥିରେ ଦୁଇଚକିଆ, ତିନିଚକିଆ, ଭାରୀ ସାମଗ୍ରୀ/ଯାତ୍ରୀବାହୀ ଯାନ, ମଧ୍ୟମ ଏବଂ ଭାରୀ ସାମଗ୍ରୀ/ଯାତ୍ରୀବାହୀ ଯାନ ଏବଂ ହାଲୁକା ମୋଟର ଯାନ ଅନ୍ତର୍ଭୁକ୍ତ। ଏଣିକି ୨୦ ବର୍ଷରୁ ପୁରୁଣା ଯାନଗୁଡ଼ିକ ପାଇଁ ଅଧିକ ଶୁଳ୍କ ଦେବାକୁ ପଡିବ। ଭାରୀ ବାଣିଜ୍ୟିକ ଯାନଗୁଡ଼ିକ ପାଇଁ ମଧ୍ୟ ଅଧିକ ଶୁଳ୍କ ଦେବାକୁ ପଡିବ। ଭାରୀ ବାଣିଜ୍ୟିକ ଯାନଗୁଡ଼ିକ (ଟ୍ରକ୍/ବସ୍) ପାଇଁ ପୂର୍ବରୁ ଫି’ ୨୫୦୦ ଟଙ୍କା ଥିଲା, ଯାହାକୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ମଧ୍ୟମ ବାଣିଜ୍ୟିକ ଯାନ ପାଇଁ ଶୁଳ୍କ ୧୮୦୦ରୁ ୨୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦ ବର୍ଷରୁ ପୁରୁଣା ହାଲୁକା ମୋଟର ଯାନ ପାଇଁ ଶୁଳ୍କ ଏବେ ୧୫,୦୦୦ ବୃଦ୍ଧି କରାଯାଇଛି। ୨୦ ବର୍ଷରୁ ପୁରୁଣା ତିନି ଚକିଆ ଯାନ ପାଇଁ ଫି’୭୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାବ୍ୟତୀତ ୨୦ବର୍ଷରୁ ଅଧିକ ପୁରୁଣା ଦୁଇ ଚକିଆ ଯାନ ପାଇଁ ଫି’ ୬୦୦ ଟଙ୍କାରୁ ୩ ଗୁଣ ବଢ଼ାଇ ୨୦୦୦ ଟଙ୍କା ବୃଦ୍ଧି କରାଯାଇଛି। 

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

୧୫ ବର୍ଷରୁ କମ୍‌ ଆୟୁର ପୁରୁଣା ଗାଡ଼ିକୁ ମଧ୍ୟ ଏଥିରେ କୌଣସି ରିଆତି ଦିଆଯାଇନାହିଁ।  ୧୫ ବର୍ଷରୁ କମ୍‌ ଆୟୁର ମୋଟର ସାଇକେଲ୍‌ର ଫିଟ୍‌ନେସ୍ ପରୀକ୍ଷା ଫି’ ୪୦୦ ଟଙ୍କା, ହାଲୁକା ମୋଟର ଯାନ ବା ତିନି ଚକିଆ ପାଇଁ ୬୦୦ ଟଙ୍କା ଏବଂ ମଧ୍ୟମ/ଭାରୀ ବାଣିଜ୍ୟିକ ଯାନ ପାଇଁ ୧୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ତେବେ ୧୫ରୁ ୨୦ ବର୍ଷ ମଧ୍ୟରେ ଆୟୁ ଥିବା ଗାଡ଼ିର ଫିଟ୍‌ନେସ୍ ପରୀକ୍ଷା ସଂଶୋଧିତ ଫି’ ମୋଟର ସାଇକେଲ୍‌ ପାଇଁ ୫୦୦ ଟଙ୍କା, ହାଲୁକା ମୋଟର ଯାନ ବା ତିନି ଚକିଆ ପାଇଁ ୧୦୦୦ ଟଙ୍କା ,ମଧ୍ୟମ ବାଣିଜ୍ୟିକ ଯାନ ପାଇଁ ୧୩୦୦ ଟଙ୍କା ଏବଂ ଭାରୀ ବାଣିଜ୍ୟିକ ଯାନ ଲାଗୁ ୧୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। 

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର