ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର, ସ୍କୁଲ୍‌ରେ କ୍ରୀଡ଼ା ଇଭେଣ୍ଟ ଉପରେ ରୋକ

Madhusudan Das Picture
Published On

ନୂଆଦିଲ୍ଲୀ: ଦିଲ୍ଳୀ-ଏନ୍‌ସିଆରରେ ଲଗାତର ଭାବେ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଗୁରୁବାର ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୫୦୬ ଥିଲା ଓ ଏହା ନିହାତି ବିପଜ୍ଜନକ ବିବେଚିତ ହୋଇଛି। ଦିଲ୍ଲୀ ଏବେ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହରର ଭାବେ ଅଲୋଡା ନାମ ହାସଲ କରିଛି। ବିଶ୍ୱବ୍ୟାପୀ ବାୟୁ ପ୍ରଦୂଷଣ ମାପୁଥିବା ଅନ୍ତର୍ଜାତୀୟ ସଂସ୍ଥା ‘ଆଇକ୍ୟୁଏୟାର’ର ଲାଇଭ ମାନ୍ୟତାରେ ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ଭାବେ ପରିଗଣିତ ହେଉଛି। ବାୟୁରେ ବର୍ଦ୍ଧିତ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନଭେମ୍ବରରେ ଓ ଡିସେମ୍ବରରେ ସବୁ ସ୍କୁଲ୍‌ରେ ସ୍ପୋର୍ଟ୍ସ ଇଭେଣ୍ଟକୁ ବନ୍ଦ କରିଦିଆଯାଇଛି। ପ୍ରଦୂଷଣ କାରଣରୁ ଦିଲ୍ଳୀରେ ସବୁ ପ୍ରକାର କ୍ରୀଡ଼ା ଇଭେଣ୍ଟକୁ ସ୍ଥଗିତ ରଖବାକୁ କମିଶନ ଫର ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ (ସିଏକ୍ୟୁଏମ୍‌) ନିର୍ଦ୍ଦେଶ ଦେଇଛି। ଦିଲ୍ଳୀର ପ୍ରଦୂଷିତ ବାୟୁ ଏବେ ପିଲାମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି ବୋଲି କମିଶନ କହିଛି। ପୂର୍ବରୁ ଅକ୍ଟୋବର ୧୮ରେ ଦିଲ୍ଲୀ- ଏନ୍‌ସିଆରରେ ପ୍ରଦୂଷଣ ପାଇଁ ଦିଲ୍ଲୀରେ କ୍ରୀଡ଼ା ସମ୍ପର୍କିତ ସବୁ ପ୍ରକାର ପ୍ରତିଯୋଗିତାକୁ ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। 

ଆହୁରି ପଢ଼ନ୍ତୁ: ଖାରକିଭ୍‌ରେ ରୁଷର ଡ୍ରୋନ୍‌ ଆକ୍ରମଣ: ବାପା ଓ ୩ ଶିଶୁଙ୍କ ମୃତ୍ୟୁ, ଗର୍ଭବତୀ ମାଆ ଗୁରୁତର

ସେପଟେ ସାରା ଦେଶରେ ପ୍ରବଳ ଥଣ୍ଡା ଜାରି ରହିଛି। ଶୀତର ପ୍ରକୋପ ବୃଦ୍ଧି ପାଇଥିବାରୁ ଦିଲ୍ଳର ପ୍ରଦୂଷଣ ଆହୁରି ଖରାପ ହୋଇଛି।  ଗତ ୨୪ ଘଣ୍ଟା ମଧ୍ୟରେ ଭୋପାଳ, ଇନ୍ଦୋର ସମେତ ମଧ୍ୟପ୍ରଦେଶର ୧୨ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବାର ରେକର୍ଡ କରାଯାଇଛି। ରାଜଗଡ଼ରେ ତାପମାତ୍ରା ୭.୫ ଡିଗ୍ରୀ ଥିଲା। ଜବଲପୁରରେ ଘନ କୁହୁଡି ଛାଇ ରହିଥିଲା। ଉତ୍ତରାଖଣ୍ଡର ବଦ୍ରିନାଥରେ ତାପମାତ୍ର ମାଇନସ ୬ ଡିଗ୍ରୀ ତଳକୁ ଖସିଛି। ଅଗାମୀ କିଛି ଦିନ ପାଗ ଏହି ଭଳି ରହିବ ବୋଲି ପାଣିପାଗ କାର୍ଯ୍ୟାଳୟ ତରଫରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଇସ୍ରାଏଲୀ ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା: ୩ ଜଣଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଲେ କୋର୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp