‘ସକାଳ’ର ୫ମ ସ୍ୱନକ୍ଷତ୍ର: ବିତର୍କରେ ଭାଗନେଲେ ରାଜ୍ୟର ୫ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ

Madhusudan Das Picture
Published On

ଭୁବନେଶ୍ୱର: ଲୋକପ୍ରିୟ ଦୈନିକ ‘ସକାଳ’ର ୫ମ ସ୍ୱନକ୍ଷତ୍ର ଅବସରରେ ରାଜ୍ୟର ସବୁ ଜିଲ୍ଲାର ସଦର ମହକୁମା ସହ ଭୁବନେଶ୍ୱର, ରାଉରକେଲା ଓ ଜୟପୁରରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଛି ବିତର୍କ ପ୍ରତିଯୋଗିତା। ରାଜ୍ୟର ବିଭିନ୍ନ ସ୍ଥାନରେ ପାଞ୍ଚ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ପାଇଁ ରହିଥିବା ବିଷୟବସ୍ତୁ ‘ଜେନ୍‌-ଜି: ବିଦ୍ରୋହର ଆଦ୍ୟ ସ୍ଫୁଲିଙ୍ଗ ନା ଯୌବନର ଉଦ୍ଦାମତା’ ପ୍ରସଙ୍ଗରେ ଛାତ୍ରଛାତ୍ରୀମାନେ ନିଜନିଜର ଆଭିମୁଖ୍ୟ ପୋଷଣ କରିଛନ୍ତି। ସେହିପରି ସେହିପରି ପୁସ୍ତକ ବଞ୍ଚିବା ଶିଖାଇବା ସହିତ ଜ୍ଞାନ ଓ ଚେତନାକୁ ବଢ଼ାଇବାରେ ପ୍ରମୁଖ ଭୂମିକା ନେଇଥାଏ ବୋଲି ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ‘ବହି ପଢ଼ା: ଜରୁରୀ ଆବଶ୍ୟକତା ନା ଅନାବଶ୍ୟକ ଚାପ’ ବିଷୟ ଉପରେ ନିଜନିଜ ଆଭିମୁଖ୍ୟ ରଖିଛନ୍ତି । 

ଆହୁରି ପଢ଼ନ୍ତୁ: ଦୁର୍ନୀତି ମାମଲାରେ ଭିଜିଲାନ୍ସର କଡା କାର୍ଯ୍ୟାନୁଷ୍ଠାନ: ବାରିପଦା ଜଳସେଚନ ଏସ୍‌ଇ ଅଫିସର ପୂର୍ବତନ କର୍ମଚାରୀଙ୍କୁ ୩ବର୍ଷ ଜେଲ

‘ଭାରତ ମସଲା’ ପ୍ରାୟୋଜିତ ଓ ‘ଶ୍ରୀ ବିନାୟକ କନ୍‌ସେପ୍ଟ ସ୍କୁଲ’ ସହଭାଗିତାରେ ଅନୁଷ୍ଠିତ ଏହି ବିତର୍କ ପ୍ରତିଯୋଗିତାରେ ସାରା ରାଜ୍ୟର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ହଜାର ହଜାର ପ୍ରତିଭାଦୀପ୍ତ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ମାର୍ମିକ ଅଭିଭାଷଣ ରଖିଛନ୍ତି। ବିଭିନ୍ନ ସ୍ଥାନରେ ସମାଜରେ ପ୍ରତିଷ୍ଠିତ ଓ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବିଜ୍ଞ ବିଚାରକମାନେ ଛାତ୍ରଛାତ୍ରୀଙ୍କ ବିତର୍କର ମୂଲ୍ୟାୟନ କରିଛନ୍ତି। ପ୍ରତିଯୋଗିତା ଶେଷରେ ବିଚାରକ ତଥା ଅତିଥିମାନେ ପ୍ରତି ଜିଲ୍ଲାରେ ଉଭୟ ବର୍ଗରେ ଶ୍ରେଷ୍ଠ ବିବେଚିତ ହୋଇଥିବା ୩ ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ପ୍ରଶଂସାପତ୍ର ସହ ସ୍ମୃତି ଫଳକ ସହ ସମ୍ମାନିତ କରିଛନ୍ତି ଓ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣର ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଆଜି ଅନୁଷ୍ଠିତ ଜିଲ୍ଲାସ୍ତରରେ ପ୍ରଥମସ୍ଥାନ ଅଧିକାର କରିଥିବା ଉଭୟ ବରିଷ୍ଠ ଓ କନିଷ୍ଠ ବର୍ଗର ଛାତ୍ରଛାତ୍ରୀମାନେ ଆସନ୍ତା ଡିସେମ୍ୱର ୧ ତାରିଖ ଦିନ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାରେ ଯୋଗ ଦେବେ।

ଆହୁରି ପଢ଼ନ୍ତୁ: ଆଜ୍ଞାମାଳ ବିଜେ ପରେ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ହେଲା ରଥକାଠ ଅନୁକୂଳ

ପ୍ରତିଷ୍ଠା ହେବାର ମାତ୍ର ୫ ବର୍ଷ ମଧ୍ୟରେ ପାଠକଙ୍କ ବିଶ୍ୱସନୀୟତା ହାସଲ କରିଥିବା ‘ସକାଳ’ ପକ୍ଷରୁ ଏହି ବିତର୍କ ପ୍ରତିଯୋଗିତା ସାଧାରଣରେ ବେଶ୍‌ ପ୍ରଶଂସିତ ହୋଇଛି। ସାମ୍ପ୍ରତିକ ସମୟର ଦୁଇଟି ପ୍ରାସଙ୍ଗିକ ପ୍ରସଙ୍ଗ ଉପରେ ବିତର୍କ ଜରିଆରେ ଆଲୋକପାତ କରିବାରେ ସମର୍ଥ ହୋଇ ପାରିଥିବାରୁ ‘ସକାଳ’ର ପ୍ରୟାସକୁ ଅତିଥିମାନେ ବେଶ୍‌ ପ୍ରଶଂସା କରିଛନ୍ତି। ରାଜ୍ୟରେ ‘ସକାଳ'ର ସ୍ୱନକ୍ଷତ୍ର ଦିବସ ଅବସରରେ ବିଭିନ୍ନ ଜିଲ୍ଲାରେ ଉଭୟ ବର୍ଗରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ‘ସକାଳ’ର କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ଦାସ ଶୁଭେଚ୍ଛା ଜ୍ଞାପନ କରିବା ସହ କାର୍ଯ୍ୟକ୍ରମର ସଫଳତା ପାଇଁ ‘ସକାଳ’ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ସମସ୍ତଙ୍କ ସାମ୍ନାରେ ସ୍ତ୍ରୀକୁ ଛୁରାମାଡ଼ କଲା ନୃଶଂସ ସ୍ୱାମୀ

24 Nov 2025 By Madhusudan Das

‘ସକାଳ’ର ୫ମ ସ୍ୱନକ୍ଷତ୍ର: ବିତର୍କରେ ଭାଗନେଲେ ରାଜ୍ୟର ୫ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଲୋକପ୍ରିୟ ଦୈନିକ ‘ସକାଳ’ର ୫ମ ସ୍ୱନକ୍ଷତ୍ର ଅବସରରେ ରାଜ୍ୟର ସବୁ ଜିଲ୍ଲାର ସଦର ମହକୁମା ସହ ଭୁବନେଶ୍ୱର, ରାଉରକେଲା ଓ ଜୟପୁରରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଛି ବିତର୍କ ପ୍ରତିଯୋଗିତା। ରାଜ୍ୟର ବିଭିନ୍ନ ସ୍ଥାନରେ ପାଞ୍ଚ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ପାଇଁ ରହିଥିବା ବିଷୟବସ୍ତୁ ‘ଜେନ୍‌-ଜି: ବିଦ୍ରୋହର ଆଦ୍ୟ ସ୍ଫୁଲିଙ୍ଗ ନା ଯୌବନର ଉଦ୍ଦାମତା’ ପ୍ରସଙ୍ଗରେ ଛାତ୍ରଛାତ୍ରୀମାନେ ନିଜନିଜର ଆଭିମୁଖ୍ୟ ପୋଷଣ କରିଛନ୍ତି। ସେହିପରି ସେହିପରି ପୁସ୍ତକ ବଞ୍ଚିବା ଶିଖାଇବା ସହିତ ଜ୍ଞାନ ଓ ଚେତନାକୁ ବଢ଼ାଇବାରେ ପ୍ରମୁଖ ଭୂମିକା ନେଇଥାଏ ବୋଲି ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ‘ବହି ପଢ଼ା: ଜରୁରୀ ଆବଶ୍ୟକତା ନା ଅନାବଶ୍ୟକ ଚାପ’ ବିଷୟ ଉପରେ ନିଜନିଜ ଆଭିମୁଖ୍ୟ ରଖିଛନ୍ତି । 

‘ଭାରତ ମସଲା’ ପ୍ରାୟୋଜିତ ଓ ‘ଶ୍ରୀ ବିନାୟକ କନ୍‌ସେପ୍ଟ ସ୍କୁଲ’ ସହଭାଗିତାରେ ଅନୁଷ୍ଠିତ ଏହି ବିତର୍କ ପ୍ରତିଯୋଗିତାରେ ସାରା ରାଜ୍ୟର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ହଜାର ହଜାର ପ୍ରତିଭାଦୀପ୍ତ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ମାର୍ମିକ ଅଭିଭାଷଣ ରଖିଛନ୍ତି। ବିଭିନ୍ନ ସ୍ଥାନରେ ସମାଜରେ ପ୍ରତିଷ୍ଠିତ ଓ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବିଜ୍ଞ ବିଚାରକମାନେ ଛାତ୍ରଛାତ୍ରୀଙ୍କ ବିତର୍କର ମୂଲ୍ୟାୟନ କରିଛନ୍ତି। ପ୍ରତିଯୋଗିତା ଶେଷରେ ବିଚାରକ ତଥା ଅତିଥିମାନେ ପ୍ରତି ଜିଲ୍ଲାରେ ଉଭୟ ବର୍ଗରେ ଶ୍ରେଷ୍ଠ ବିବେଚିତ ହୋଇଥିବା ୩ ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ପ୍ରଶଂସାପତ୍ର ସହ ସ୍ମୃତି ଫଳକ ସହ ସମ୍ମାନିତ କରିଛନ୍ତି ଓ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣର ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଆଜି ଅନୁଷ୍ଠିତ ଜିଲ୍ଲାସ୍ତରରେ ପ୍ରଥମସ୍ଥାନ ଅଧିକାର କରିଥିବା ଉଭୟ ବରିଷ୍ଠ ଓ କନିଷ୍ଠ ବର୍ଗର ଛାତ୍ରଛାତ୍ରୀମାନେ ଆସନ୍ତା ଡିସେମ୍ୱର ୧ ତାରିଖ ଦିନ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାରେ ଯୋଗ ଦେବେ।

ପ୍ରତିଷ୍ଠା ହେବାର ମାତ୍ର ୫ ବର୍ଷ ମଧ୍ୟରେ ପାଠକଙ୍କ ବିଶ୍ୱସନୀୟତା ହାସଲ କରିଥିବା ‘ସକାଳ’ ପକ୍ଷରୁ ଏହି ବିତର୍କ ପ୍ରତିଯୋଗିତା ସାଧାରଣରେ ବେଶ୍‌ ପ୍ରଶଂସିତ ହୋଇଛି। ସାମ୍ପ୍ରତିକ ସମୟର ଦୁଇଟି ପ୍ରାସଙ୍ଗିକ ପ୍ରସଙ୍ଗ ଉପରେ ବିତର୍କ ଜରିଆରେ ଆଲୋକପାତ କରିବାରେ ସମର୍ଥ ହୋଇ ପାରିଥିବାରୁ ‘ସକାଳ’ର ପ୍ରୟାସକୁ ଅତିଥିମାନେ ବେଶ୍‌ ପ୍ରଶଂସା କରିଛନ୍ତି। ରାଜ୍ୟରେ ‘ସକାଳ'ର ସ୍ୱନକ୍ଷତ୍ର ଦିବସ ଅବସରରେ ବିଭିନ୍ନ ଜିଲ୍ଲାରେ ଉଭୟ ବର୍ଗରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ‘ସକାଳ’ର କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ଦାସ ଶୁଭେଚ୍ଛା ଜ୍ଞାପନ କରିବା ସହ କାର୍ଯ୍ୟକ୍ରମର ସଫଳତା ପାଇଁ ‘ସକାଳ’ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର