ଖୋର୍ଦ୍ଧା ବାଘମାରୀରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା; ହୃଦୟବିଦାରକ ଓ ସ୍ପର୍ଶକାତର: ନବୀନ

ବିଜେପି ସରକାରରେ ରାଜ୍ୟର ମା’ମାନେ ସବୁଠୁ ଅସୁରକ୍ଷିତ

Deviprasad Mohanty Picture
Published On

ଭୁବନେଶ୍ୱର: ଖୋର୍ଦ୍ଧା ବାଘମାରୀରେ ନାବାଳିକାଙ୍କୁ ଅପହରଣ ଓ ଗଣଦୁଷ୍କର୍ମ ଘଟଣାକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଘଟଣାକୁ ଅତ୍ୟନ୍ତ ସ୍ପର୍ଶକାତର ଏବଂ ହୃଦୟବିଦାରକ ବୋଲି ଉଲ୍ଲେଖ କରି   ମହିଳାମାନଙ୍କ ଉପରେ ରାଜ୍ୟରେ ଦିନକୁ ଦିନ ବଢ଼ୁଥିବା ଅତ୍ୟାଚାର ଓ  ଦୁଷ୍କର୍ମ ଘଟଣା ସମସ୍ତଙ୍କୁ ବିଚଳିତ କରିଦେଉଛି ବୋଲି ନବୀନ ସାମାଜିକ ଗଣମାଧ୍ୟମ ଏକ୍ସରେ ଉଲ୍ଲେଖ କରିଛନ୍ତି। ସେହିପରି ଭଦ୍ରକ ଜିଲ୍ଲାରେ ଜଣେ ଯୁବତୀଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ଘଟଣାକୁ ମଧ୍ୟ ସେ ନିନ୍ଦା କରିଛନ୍ତି । 

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ନବୀନ କହିଛନ୍ତି ଯେ, ଭଦ୍ରକ ଅରଞ୍ଜିରେ ମା’ର ମୃତ୍ୟୁ ପରେ କିସ୍ତି ଟଙ୍କା ପାଇଁ ଜଣେ ଯୁବତୀଙ୍କୁ ଗାଁ ଦାଣ୍ଡରେ ଏସ୍‌ଏଚଜିର ମହିଳାମାନେ ନିସ୍ତୁକ ମାଡ଼ ମାରିବା  ଘଟଣା ସଭ୍ୟ ସମାଜରେ କଦାପି ଗ୍ରହଣୀୟ ନୁହେଁ। ବିଜୁ ଜନତା ଦଳର ସରକାର ସମୟରେ ମିଶନ ଶକ୍ତି ଜରିଆରେ ମା’ମାନେ ସଫଳତାର ସିଡ଼ି ଚଢୁଥିଲେ, ନିଜର ପରିଚୟ ସୃଷ୍ଟି କରୁଥିଲେ। ମାତ୍ର ବିଜେପି ସରକାରରେ ମା’ମାନେ ସବୁଠୁ ଅସୁରକ୍ଷିତ ହୋଇପଡିଛନ୍ତି, ବିକାଶ ଠପ୍‌ ହୋଇଛି। ସରକାର ନିଦରୁ ଉଠନ୍ତୁ, ଦୋଷୀଙ୍କ ବିରୋଧରେ ତୁରନ୍ତ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି ନବୀନ। 

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଗତ ୧୭ ମାସ ମଧ୍ୟରେ ମହିଳା ବିରୋଧୀ ହିଂସା ଉଦ୍ଧ୍ୱର୍ମୁଖୀ ହୋଇଛି । ବିଶେଷକରି ଦୁଷ୍କର୍ମ, ଗଣଦୁଷ୍କର୍ମର୍, ଅତ୍ୟାଚାର ପରି ଘଟଣା ସୀମା ଟପିଛି। ଗୋପାଳପୁର ଗଣଦୁଷ୍କର୍ମ, ବାଲେଶ୍ୱରରେ ଏଫଏମ କଲେଜରେ ଛାତ୍ରୀ ଆତ୍ମାହୂତି, ବଳଙ୍ଗା ଆତ୍ମାହୂତି ପରି ଘଟଣା ପାଇଁ ଓଡ଼ିଶା ସମଗ୍ର ଦେଶରେ ନିନ୍ଦିତ ହୋଇଛି। ଦିନକୁ ରାଜ୍ୟରେ ହାରାହାରି ୧୫ ମହିଳା ଓ ଯୁବତୀ ଦୁଷ୍କର୍ମ ବା ଗଣଦୁଷ୍କର୍ମର  ଶିକାର ହେଉଛନ୍ତି । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ନବୀନ ବାରମ୍ବାର ସ୍ୱର ଉତ୍ତୋଳନ କରିବା ସହ ସରକାର ନିଦରୁ ଉଠି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପରାମର୍ଶ ଦେଇ ଦେଇଛନ୍ତିି।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର