ତିନି ମାସ ତଳେ ନିଖୋଜ ହୋଇଥିବା ଓକିଲଙ୍କ କଙ୍କାଳ ସହ କାର୍ ପୋଖରୀରୁ ଉଦ୍ଧାର
ବାରିପଦା: ନିଖୋଜ ଓକିଲଙ୍କ ମିଳିଲା କଙ୍କାଳ। ତିନି ମାସ ତଳୁ ଘରୁ ନିଖୋଜ ଥିବା ନେଇ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାରଲୋକେ। ଝାରପୋଖରିଆ ଥାନା ଅର୍ନ୍ତଗତ ସିଲଫୋଡି ଉପରବେଡା ଅଞ୍ଚଳର ପୋଖରୀରେ କାର ପଡିଥିବାର ଆଜି ସକାଳୁ ଦେଖିବାକୁ ପାଇଥିଲେ ଗାଁ ଲୋକେ। ସାରସକଣା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି କାରଟିକୁ ପାଣି ଭିତରୁ ଉଦ୍ଧାର କରିଥିଲେ। ପରେ କାର ପଛ ସିଟରେ ଗଳିତ ମୃତଦେହକୁ ଉଦ୍ଧାର କରି ପରିଚୟ ପାଇଥିଲେ। ମୃତକ ଜଣଙ୍କ ହେଲେ ବିଶୋଇ ଅଞ୍ଚଳର ୪୨ବର୍ଷର ଓକିଲ ଗୁଲେଶ ଗୋଚ୍ଛାୟତ। ଏନେଇ ଝାରପୋଖରିଆ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ
ସୂଚନା ଯୋଗ୍ୟ; ସେ ସେପ୍ଟେମ୍ବର ୧୧ ରେ ନିଖୋଜ ହୋଇଥିଲେ। ଖଡ଼ଗପୁରର ଯାଇ ତାଙ୍କ ସାଙ୍ଗକୁ ଛାଡି ଫେରୁଥିବା ବେଳେ ଏହି ଅଘଟଣା ଘଟିଥିଲା ବୋଲି ପରିବାର ସୁତ୍ରରୁ ଜଣା ପଡିଛି ।






