ଖୋର୍ଦ୍ଧା ବାଘମାରୀରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା, ପୀଡିତାଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଟିମ୍

Deviprasad Mohanty Picture
Published On

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଘମାରୀରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା। ଉକ୍ତ ନାବାଳିକାଙ୍କୁ ଆଜି ଭେଟିଛନ୍ତି ବିଜେଡି ପ୍ରତିନିଧି ଟିମ୍। ସେମାନେ ନାବାଳିକାଙ୍କୁ କ୍ୟାପିଟାଲ ହସ୍ପିଟାଲର ସଖୀ ୱାର୍ଡରେ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ବୁଝି ଥିଲେ। ପୀଡିତାଙ୍କୁ ଦୁଷ୍କର୍ମ ପରେ ଅତ୍ୟାଚାର କରାଯାଇଥିବାରୁ ଦେହସାରା ମାଡ଼ର ଦାଗ ଦେଖିବାକୁ ପାଇଥିଲେ ବିଜେଡି ଟିମ। ଅଭିଯୁକ୍ତଙ୍କ ମଧ୍ୟରୁ ଜଣାଙ୍କୁ ପୀଡିତା ଚହ୍ନି ଥିବା ନେଇ ପୁଲିସକୁ ଜଣାଇଥିଲେ। ହେଲେ ସେହି ବ୍ୟକ୍ତି ଭଲ ଲୋକ କହି ପୀଡିତାଙ୍କ ଅଭିଯୋଗକୁ ପୁଲିସ ଗ୍ରହଣ କରି ନ ଥିବା ଅଭିଯୋଗ ହୋଇଛି। ପୋଲିସ ତଦନ୍ତ ବଦଳରେ ଅଭିଯୁକ୍ତଙ୍କୁ କିପରି ସାର୍ଟିଫିକେଟ ଦେଲେ ବୋଲି ବିଜେଡି ପ୍ରଶ୍ନ କରିଛି। ବିଜେପି ସରକାରରେ ମହିଳା, ଶିଶୁ, ଦଳିତ ଅସୁରକ୍ଷିତ ହୋଇ ପଡିଲେଣି। ପୀଡିତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ କ୍ୟାପିଟାଲ ହସ୍ପିଟାଲ ଅଧିକ୍ଷିକଙ୍କ ସହ ବିଜେଡି ଆଲୋଚନା କରିଛି। ସେପଟେ ପୀଡିତାଙ୍କୁ ନ୍ୟାୟ ଓ ଅଭିଯୁକ୍ତ ଧରା ନ ପଡିଲେ ରାଜରାସ୍ତାକୁ ଆସିବାର ଚେତାବନୀ ଦେଇଛି ବିଜୁ ଜନତା ଦଳ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର