ଆଜିଠୁ ବିହାରରେ ପୁଣି ନୀତୀଶ ରାଜ୍, ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ...
ଭୁବନେଶ୍ବର: ଆଜିଠୁ ବିହାରରେ ପୁଣି ନୀତୀଶ ଯୁଗ। ଦଶମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର। ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ। ପାଟନା ଗାନ୍ଧୀ ମୈଦାନରେ ଆୟୋଜିତ ହୋଇଛି ଭବ୍ୟ ଶପଥ ଗ୍ରହଣ ସମାରୋହ। ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଉପସ୍ଥିତ ଅଛନ୍ତି। ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଅଛନ୍ତି।





