ପାରିବାରିକ ଅଶାନ୍ତି ନେଲା ଯୁବକଙ୍କ ଜୀବନ, ଘରେ କେହି ନ ଥିବା ବେଳେ ଝୁଲି ପଡିଲେ ଚିକୁନ୍

Madhusudan Das Picture
Published On

ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅଠାନ୍ତର ମହାନ୍ତି ସାହିର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୁଅ ବିଶ୍ୱଜିତ ଦାସ ଓରଫ ଚିକୁ ( ୩୦ ) ଘର ଭିତରେ ପିନ୍ଧା ଲୁଗା ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି । ବାପା ଓ ମାଆ ତୀର୍ଥ ରେ ଯାଇଥିଲେ । ଚିକୁନଙ୍କ ପତ୍ନୀ ବାପଘରକୁ ଚାଲି ଯାଇଥିଲେ । ଘରେ କେହି ନ ଥିବା ବେଳେ ଯୁବକ ନିଜ ଶୋଇବା ଘର ଫ୍ୟାନରେ ମହିଳାଙ୍କ ଶାଢ଼ୀକୁ ବେକରେ ଗୁଡ଼ାଇ ଝୁଲି ପଡିଥିଲେ । ଆଜି ସକାଳୁ ପଡୋଶୀ ଚିକୁନଙ୍କୁ କବାଟ ବାଡେଇ ଉଠେଇବା ବେଳେ ଘର ଭିତରୁ ଶବ୍ଦ ଶୁଣା ଯାଇ ନ ଥିଲା । କବାଟ ଭାଙ୍ଗିବା ପରେ ସେ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ଖବର ପାଇ ପରିବାର ଲୋକେ ଗାଁରେ ପହଁଞ୍ଚବା ପରେ ଶୋକାକୁଳ ପରବେଶ ସୃଷ୍ଟି ହୋଇଛି । 

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଚିକୁ ୨୦୨୩ରେ ବିବାହ କରିଥିଲେ । ତାଙ୍କର ଗୋଟିଏ ଦେଢ଼ ବର୍ଷର ପୁଅ ଅଛି । ଚିକୁନ ବାପା, ମାଆଙ୍କ ଏମାତ୍ର ପୁଅ ଥିଲେ । ପୁଅର ମୃତ୍ୟୁ ପରେ ପରିବାର ଲୋକେ ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି । ଚିକୁନ ଭୁବନେଶ୍ୱର ସ୍ଥିତ କୃଷି ବିଭାଗରେ ଅସ୍ଥାୟୀ ଭାବେ କାମ କରୁଥିଲେ । ବାଲିପାଟଣା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ତେବେ ପାରିବାରିକ ଅଶାନ୍ତି ଯୁବକଙ୍କ ମୃତ୍ୟୁର ମୁଖ୍ୟ କାରଣ ବୋଲି ଅନୁମାନ କରାଯାଉଛି ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

24 Nov 2025 By Madhusudan Das

ପାରିବାରିକ ଅଶାନ୍ତି ନେଲା ଯୁବକଙ୍କ ଜୀବନ, ଘରେ କେହି ନ ଥିବା ବେଳେ ଝୁଲି ପଡିଲେ ଚିକୁନ୍

ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅଠାନ୍ତର ମହାନ୍ତି ସାହିର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୁଅ ବିଶ୍ୱଜିତ ଦାସ ଓରଫ ଚିକୁ ( ୩୦ ) ଘର ଭିତରେ ପିନ୍ଧା ଲୁଗା ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି । ବାପା ଓ ମାଆ ତୀର୍ଥ ରେ ଯାଇଥିଲେ । ଚିକୁନଙ୍କ ପତ୍ନୀ ବାପଘରକୁ ଚାଲି ଯାଇଥିଲେ । ଘରେ କେହି ନ ଥିବା ବେଳେ ଯୁବକ ନିଜ ଶୋଇବା ଘର ଫ୍ୟାନରେ ମହିଳାଙ୍କ ଶାଢ଼ୀକୁ ବେକରେ ଗୁଡ଼ାଇ ଝୁଲି ପଡିଥିଲେ । ଆଜି ସକାଳୁ ପଡୋଶୀ ଚିକୁନଙ୍କୁ କବାଟ ବାଡେଇ ଉଠେଇବା ବେଳେ ଘର ଭିତରୁ ଶବ୍ଦ ଶୁଣା ଯାଇ ନ ଥିଲା । କବାଟ ଭାଙ୍ଗିବା ପରେ ସେ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ଖବର ପାଇ ପରିବାର ଲୋକେ ଗାଁରେ ପହଁଞ୍ଚବା ପରେ ଶୋକାକୁଳ ପରବେଶ ସୃଷ୍ଟି ହୋଇଛି । 

ଚିକୁ ୨୦୨୩ରେ ବିବାହ କରିଥିଲେ । ତାଙ୍କର ଗୋଟିଏ ଦେଢ଼ ବର୍ଷର ପୁଅ ଅଛି । ଚିକୁନ ବାପା, ମାଆଙ୍କ ଏମାତ୍ର ପୁଅ ଥିଲେ । ପୁଅର ମୃତ୍ୟୁ ପରେ ପରିବାର ଲୋକେ ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି । ଚିକୁନ ଭୁବନେଶ୍ୱର ସ୍ଥିତ କୃଷି ବିଭାଗରେ ଅସ୍ଥାୟୀ ଭାବେ କାମ କରୁଥିଲେ । ବାଲିପାଟଣା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ତେବେ ପାରିବାରିକ ଅଶାନ୍ତି ଯୁବକଙ୍କ ମୃତ୍ୟୁର ମୁଖ୍ୟ କାରଣ ବୋଲି ଅନୁମାନ କରାଯାଉଛି ।

https://www.thesakala.in/latest-odisha-news/youth-commit-suicide-due-to-family-disturbance/article-43260
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର