ପାରିବାରିକ ଅଶାନ୍ତି ନେଲା ଯୁବକଙ୍କ ଜୀବନ, ଘରେ କେହି ନ ଥିବା ବେଳେ ଝୁଲି ପଡିଲେ ଚିକୁନ୍
ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅଠାନ୍ତର ମହାନ୍ତି ସାହିର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୁଅ ବିଶ୍ୱଜିତ ଦାସ ଓରଫ ଚିକୁ ( ୩୦ ) ଘର ଭିତରେ ପିନ୍ଧା ଲୁଗା ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି । ବାପା ଓ ମାଆ ତୀର୍ଥ ରେ ଯାଇଥିଲେ । ଚିକୁନଙ୍କ ପତ୍ନୀ ବାପଘରକୁ ଚାଲି ଯାଇଥିଲେ । ଘରେ କେହି ନ ଥିବା ବେଳେ ଯୁବକ ନିଜ ଶୋଇବା ଘର ଫ୍ୟାନରେ ମହିଳାଙ୍କ ଶାଢ଼ୀକୁ ବେକରେ ଗୁଡ଼ାଇ ଝୁଲି ପଡିଥିଲେ । ଆଜି ସକାଳୁ ପଡୋଶୀ ଚିକୁନଙ୍କୁ କବାଟ ବାଡେଇ ଉଠେଇବା ବେଳେ ଘର ଭିତରୁ ଶବ୍ଦ ଶୁଣା ଯାଇ ନ ଥିଲା । କବାଟ ଭାଙ୍ଗିବା ପରେ ସେ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ଖବର ପାଇ ପରିବାର ଲୋକେ ଗାଁରେ ପହଁଞ୍ଚବା ପରେ ଶୋକାକୁଳ ପରବେଶ ସୃଷ୍ଟି ହୋଇଛି ।
ଚିକୁ ୨୦୨୩ରେ ବିବାହ କରିଥିଲେ । ତାଙ୍କର ଗୋଟିଏ ଦେଢ଼ ବର୍ଷର ପୁଅ ଅଛି । ଚିକୁନ ବାପା, ମାଆଙ୍କ ଏମାତ୍ର ପୁଅ ଥିଲେ । ପୁଅର ମୃତ୍ୟୁ ପରେ ପରିବାର ଲୋକେ ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି । ଚିକୁନ ଭୁବନେଶ୍ୱର ସ୍ଥିତ କୃଷି ବିଭାଗରେ ଅସ୍ଥାୟୀ ଭାବେ କାମ କରୁଥିଲେ । ବାଲିପାଟଣା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ତେବେ ପାରିବାରିକ ଅଶାନ୍ତି ଯୁବକଙ୍କ ମୃତ୍ୟୁର ମୁଖ୍ୟ କାରଣ ବୋଲି ଅନୁମାନ କରାଯାଉଛି ।





