ଜାପାନକୁ ପଛରେ ପକାଇ ବିଶ୍ୱର ୪ର୍ଥ ସର୍ବବୃହତ ଅର୍ଥନୈତିକ ଦେଶ ହେଲା ଭାରତ

The Sakala Picture
Published On

ନୂଆଦିଲ୍ଲୀ: ଜାପାନକୁ ପଛରେ ପକାଇ ଭାରତ ବିଶ୍ଵର ୪ର୍ଥ ବୃହତ୍‌ ଅର୍ଥନୀତିରେ ପରିଣତ ହୋଇଛି। ଶନିବାର ନୀତି ଆୟୋଗ ସିଇଓ ବି.ବି.ଆର. ସୁବ୍ରମଣ୍ୟମ ଏହି ସୂଚନା ଦେଇଛନ୍ତି। ସେ ନୀତି ଆୟୋଗ ପରିଚାଳନା ପରିଷଦର ୧୦ମ ବୈଠକ ପରେ କହିଥିଲେ ଯେ, ବିଶ୍ଵର ଅର୍ଥନୈତିକ ମାହୋଲ ଭାରତ ପାଇଁ ଅନୁକୂଳ ରହିଛି। ମୁଁ ଏହା କହିବା ସମୟରେ ଭାରତ ଦୁନିଆର ୪ର୍ଥ ବୃହତ ଅର୍ଥନୀତିରେ ପରିଣତ ହୋଇସାରିଛି। ଆଜି ଆମର ଅର୍ଥ ବ୍ୟବସ୍ଥା ୪ ଟ୍ରିଲିଅନ ଡଲାରରେ ପହଞ୍ଚିଛି। […]

ନୂଆଦିଲ୍ଲୀ: ଜାପାନକୁ ପଛରେ ପକାଇ ଭାରତ ବିଶ୍ଵର ୪ର୍ଥ ବୃହତ୍‌ ଅର୍ଥନୀତିରେ ପରିଣତ ହୋଇଛି। ଶନିବାର ନୀତି ଆୟୋଗ ସିଇଓ ବି.ବି.ଆର. ସୁବ୍ରମଣ୍ୟମ ଏହି ସୂଚନା ଦେଇଛନ୍ତି। ସେ ନୀତି ଆୟୋଗ ପରିଚାଳନା ପରିଷଦର ୧୦ମ ବୈଠକ ପରେ କହିଥିଲେ ଯେ, ବିଶ୍ଵର ଅର୍ଥନୈତିକ ମାହୋଲ ଭାରତ ପାଇଁ ଅନୁକୂଳ ରହିଛି। ମୁଁ ଏହା କହିବା ସମୟରେ ଭାରତ ଦୁନିଆର ୪ର୍ଥ ବୃହତ ଅର୍ଥନୀତିରେ ପରିଣତ ହୋଇସାରିଛି। ଆଜି ଆମର ଅର୍ଥ ବ୍ୟବସ୍ଥା ୪ ଟ୍ରିଲିଅନ ଡଲାରରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ନାଗ ପଞ୍ଚମୀରେ ମଇଁଷି ଭଳି ବ୍ୟବହାର କରୁଛନ୍ତି ୭୦ ବର୍ଷୀୟ ବୃଦ୍ଧ, ଦାବି କରୁଛନ୍ତି ଶରୀରରେ ପ୍ରବେଶ କରୁଛନ୍ତି ମହିଷାସୁର

ଆଇଏମ୍‌ଏଫ୍ ସିଇଓ କହିଛନ୍ତି , ମୁଁ ଏହା କହିବାକୁ ଯାଉଛି କି ଭାରତ ବିଶ୍ୱର ସର୍ବବୃହତ ଚତୁର୍ଥ ଅର୍ଥନୈତିକ ଦେଶ ପାଲଟିଛି । ଆମ ଅର୍ଥବ୍ୟବସ୍ଥା ୪ ଟ୍ରିଲିୟନ ଆମେରିକୀୟ ଡଲାର ପାର୍ କରିଛି । ଏହା ମୁଁ ନୁହେଁ ବରଂ ଆଇଏମଏଫର ଡାଟା କହୁଛୁ । ଭାରତ ଏବେ ଜାପାନକୁ ଟପିଛି । କେବଳ ଆମେରିକା, ଚୀନ ଭାରତ ଆଗରେ ରହିଛନ୍ତି । ଯଦି ଏହି ଗତିରେ ଭାରତର ଆର୍ଥିକ ପ୍ରଗତି ଆଗକୁ ବଢେ ତେବେ ଆଗାମୀ ୨ରୁ ୩ ବର୍ଷରେ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା ହୋଇପାରିବ ।

ଆହୁରି ପଢ଼ନ୍ତୁ: ସିନ୍ଧୁ ଜଳ ଚୁକ୍ତି ଉପରେ ପାକିସ୍ତାନର ବଢ଼ିଲା ଟେନସନ୍: 'ପାଣିକୁ ଅସ୍ତ୍ର କରୁଛି ଭାରତ' କହିଲେ ମନ୍ତ୍ରୀ ଅହସାନ ଇକବାଲ

ଆଇଏଏଫ୍ ବିଶ୍ୱ ଇକୋନୋମିକ୍ ଆଉଟ୍‌ଲୁକ ରିପୋର୍ଟ ଅନୁସାରେ, ୨୦୨୬ରେ ଭାରତର ଜିଡିପି ପାଖାପାଖି ୪,୧୮୭ ଆରବ ଡଲାର ହେବ । ଜାପାନର ଜିଡିପି ୪,୧୮୬ ହେବ । ୨୦୨୫ରେ ପଞ୍ଚମ ଅର୍ଥନୈତିକ ଦେଶ ଥିଲା ଭାରତ ଏବେ ଚତୁର୍ଥରେ ପହଞ୍ଚିଛି । ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ମଧ୍ୟ ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ରୋକି ପାରିଲା ନାହିଁ । ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟ ଭାରତୀୟ ଅର୍ଥନୈତିକ ଅଭିବୃଦ୍ଧି ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ବିଶ୍ୱବ୍ୟାଙ୍କରୁ ନେଇ ଆଇଏମଏଫ ପର୍ଯ୍ୟନ୍ତ ସମସ୍ତେ ଭାରତର ଜିଡ଼ିପି ଅଭିବୃଦ୍ଧିକୁ ମାନିଛନ୍ତି ।

ଆହୁରି ପଢ଼ନ୍ତୁ: ହିଜାବ ବିବାଦ ଉପରେ ହାଇକୋର୍ଟଙ୍କ ବଡ଼ ରାୟ: ସ୍କୁଲରେ ସମସ୍ତଙ୍କ ପାଇଁ ରହିବ ସମାନ ଡ୍ରେସ କୋଡ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର