ସ୍ତ୍ରୀକୁ ବାଲେଶ୍ୱରରୁ ଆଣି ରାଜଧାନୀରେ ବିକି ଚମ୍ପଟ ମାରିଲା ସ୍ୱାମୀ

The Sakala Picture
Published On

ଭୁବନେଶ୍ୱର: ସ୍ତ୍ରୀକୁ ଅନୈତିକ କାର୍ଯ୍ୟରେ ଲଗାଇବାକୁ ସ୍ୱାମୀ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱରରୁ ଆଣି ରାଜଧାନୀରେ ବିକ୍ରି କରି ଚମ୍ପଟ୍‌‌ ହୋଇଯାଇଛି। ଦୁଇଦିନ ନିର୍ଯାତନା ପାଇବା ପରେ ବନ୍ଧକଙ୍କ ପାଖରୁ ଖସି ଆସିଲେ ସ୍ତ୍ରୀ। ଭଙ୍ଗା ଘରେ ଆଶ୍ରୟ ନେଇଥିବାବେଳେ ଉଦ୍ଧାର କଲା ମଞ୍ଚେଶ୍ୱର ଥାନା ପୁଲିସ। ବାଲେଶ୍ୱରରେ ପ୍ରେମ ବିବାହ ପରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ରସୁଲଗଡ଼ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଦୀର୍ଘ ଦୁଇଦିନ ହେବ […]

ଭୁବନେଶ୍ୱର: ସ୍ତ୍ରୀକୁ ଅନୈତିକ କାର୍ଯ୍ୟରେ ଲଗାଇବାକୁ ସ୍ୱାମୀ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱରରୁ ଆଣି ରାଜଧାନୀରେ ବିକ୍ରି କରି ଚମ୍ପଟ୍‌‌ ହୋଇଯାଇଛି। ଦୁଇଦିନ ନିର୍ଯାତନା ପାଇବା ପରେ ବନ୍ଧକଙ୍କ ପାଖରୁ ଖସି ଆସିଲେ ସ୍ତ୍ରୀ। ଭଙ୍ଗା ଘରେ ଆଶ୍ରୟ ନେଇଥିବାବେଳେ ଉଦ୍ଧାର କଲା ମଞ୍ଚେଶ୍ୱର ଥାନା ପୁଲିସ। ବାଲେଶ୍ୱରରେ ପ୍ରେମ ବିବାହ ପରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ରସୁଲଗଡ଼ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଦୀର୍ଘ ଦୁଇଦିନ ହେବ ନିର୍ଯାତନା ପାଇ ବନ୍ଧକ ଥିବା ମହିଳା କୌଶଳ କ୍ରମେ ଖସି ଆସି ଏକ ଭଙ୍ଗା ଘରେ ଆଶ୍ରୟ ନେଇଥିଲେ। ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ପିସିଆର୍‌‌ ଆସି ମହିଳାଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ପରେ ମହିଳା ଜଣକ ଥାନାରେ ସମସ୍ତ ଘଟଣା ବଖାଣିବା ପରେ ପୁଲିସକୁ ଘରକୁ ଯିବା ପାଇଁ ସହାୟତା ମାଗିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

22 Aug 2023 By The Sakala

ସ୍ତ୍ରୀକୁ ବାଲେଶ୍ୱରରୁ ଆଣି ରାଜଧାନୀରେ ବିକି ଚମ୍ପଟ ମାରିଲା ସ୍ୱାମୀ

ଭୁବନେଶ୍ୱର: ସ୍ତ୍ରୀକୁ ଅନୈତିକ କାର୍ଯ୍ୟରେ ଲଗାଇବାକୁ ସ୍ୱାମୀ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱରରୁ ଆଣି ରାଜଧାନୀରେ ବିକ୍ରି କରି ଚମ୍ପଟ୍‌‌ ହୋଇଯାଇଛି। ଦୁଇଦିନ ନିର୍ଯାତନା ପାଇବା ପରେ ବନ୍ଧକଙ୍କ ପାଖରୁ ଖସି ଆସିଲେ ସ୍ତ୍ରୀ। ଭଙ୍ଗା ଘରେ ଆଶ୍ରୟ ନେଇଥିବାବେଳେ ଉଦ୍ଧାର କଲା ମଞ୍ଚେଶ୍ୱର ଥାନା ପୁଲିସ। ବାଲେଶ୍ୱରରେ ପ୍ରେମ ବିବାହ ପରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ରସୁଲଗଡ଼ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଦୀର୍ଘ ଦୁଇଦିନ ହେବ ନିର୍ଯାତନା ପାଇ ବନ୍ଧକ ଥିବା ମହିଳା କୌଶଳ କ୍ରମେ ଖସି ଆସି ଏକ ଭଙ୍ଗା ଘରେ ଆଶ୍ରୟ ନେଇଥିଲେ। ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ପିସିଆର୍‌‌ ଆସି ମହିଳାଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ପରେ ମହିଳା ଜଣକ ଥାନାରେ ସମସ୍ତ ଘଟଣା ବଖାଣିବା ପରେ ପୁଲିସକୁ ଘରକୁ ଯିବା ପାଇଁ ସହାୟତା ମାଗିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର