ଭିଜିଲାନ୍ସ ଜାଲରେ ଆଙ୍ଗନବାଡ଼ି ସୁପରଭାଇଜର

The Sakala Picture
Published On

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଆଙ୍ଗନବାଡ଼ି ସୁପରଭାଇଜର । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଆଙ୍ଗନବାଡ଼ି ସୁପରଭାଇଜର ରେଣୁକା ପଟ୍ଟନାୟକ ଲାଞ୍ଚ ନେଉଥିବାବେଳେ ଭିଜାଲାନ୍ସ ଜାଲରେ ପଡ଼ିଛନ୍ତି। ସେ ଲକ୍ଷ୍ମୀପୁର ବ୍ଲକରେ ନୂଆ କରି ଅଙ୍ଗନବାଡ଼ିରେ ଯୋଗ ଦେଇଥିବା ଜଣେ କର୍ମଚାରୀଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯଦି ଟଙ୍କା ନ ଦିଅନ୍ତି ତାଙ୍କୁ କାମରେ ହଇରାଣ କରିବେ ବୋଲି ଧମକ ଦେଇଥିଲେ। ଅଭିଯୋଗକାରୀ ଏହି ରାଶି ଦେବାକୁ ଅକ୍ଷମତା ପ୍ରକାଶ କରି ସେ  ଭିଜିଲାନ୍ସର […]

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଆଙ୍ଗନବାଡ଼ି ସୁପରଭାଇଜର । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଆଙ୍ଗନବାଡ଼ି ସୁପରଭାଇଜର ରେଣୁକା ପଟ୍ଟନାୟକ ଲାଞ୍ଚ ନେଉଥିବାବେଳେ ଭିଜାଲାନ୍ସ ଜାଲରେ ପଡ଼ିଛନ୍ତି। ସେ ଲକ୍ଷ୍ମୀପୁର ବ୍ଲକରେ ନୂଆ କରି ଅଙ୍ଗନବାଡ଼ିରେ ଯୋଗ ଦେଇଥିବା ଜଣେ କର୍ମଚାରୀଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯଦି ଟଙ୍କା ନ ଦିଅନ୍ତି ତାଙ୍କୁ କାମରେ ହଇରାଣ କରିବେ ବୋଲି ଧମକ ଦେଇଥିଲେ। ଅଭିଯୋଗକାରୀ ଏହି ରାଶି ଦେବାକୁ ଅକ୍ଷମତା ପ୍ରକାଶ କରି ସେ  ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଆଉ ଆଜି ଯୋଜନା ମୁତାବକ ଲାଞ୍ଚ ଟଙ୍କା ନେବାବେଳେ ଆଙ୍ଗନବାଡ଼ି ସୁପରଭାଇଜରଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍। ଏଥିସହ ତାଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇଛି। ଅପରପକ୍ଷରେ ତାଙ୍କ ପାଖରେ ଆୟ ବହିର୍ଭୁତ ସମ୍ପତ୍ତି ଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୩ଟି ସ୍ଥାନରେ ଚଢାଉ କରାଯାଇଛି।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର