ଷ୍ଟାଇଲ ସହିତ ଆସିଲା ଜାୱା ୨.୧

The Sakala Picture
Published On

କ୍ଲାସିକ ଲିଜେଣ୍ଡ୍‍ସ ପ୍ରାଇଭେଟ୍‌ ଲିମିଟେଡ୍ ପକ୍ଷରୁ ଜାୱା ୨.୧ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅବସରରେ ଜାୱା ୪୨ ପରିବାରରେ ଆଉ ତିନିଟି ଜାଜୁଲ୍ୟମାନ ନୂଆ ସଦସ୍ୟ ସାମିଲ ହୋଇଛି। କ୍ଲାସିକ ଲିଜେଣ୍ଡ୍‍ସ ପକ୍ଷରୁ ଗର୍ବର ସହିତ ଘୋଷଣା କରାଯାଇଛି ଯେଦେଶରେ ଥିବା ଏହାର ମଡେଲ ଲାଇନ୍-ଅପରେ ହୋଇଥିବା ନୂତନ ସଂଯୋଗଗୁଡିକ ସମସ୍ତ ଡିଲରସିପ୍‍ରେ ଉପଲବ୍ଧ ହେବ। ଜାୱା ୪୨ ‘ରେଟ୍ରୋ କୁଲ୍‍’ ବିପ୍ଳବକୁ ଆଗେଇ ନେଉଛି, ଯାହା ୨୦୧୮ରେ ପ୍ରଚଳନ ସମୟରେ ଏହା ଆରମ୍ଭ କରିଥିଲା […]

କ୍ଲାସିକ ଲିଜେଣ୍ଡ୍‍ସ ପ୍ରାଇଭେଟ୍‌ ଲିମିଟେଡ୍ ପକ୍ଷରୁ ଜାୱା ୨.୧ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅବସରରେ ଜାୱା ୪୨ ପରିବାରରେ ଆଉ ତିନିଟି ଜାଜୁଲ୍ୟମାନ ନୂଆ ସଦସ୍ୟ ସାମିଲ ହୋଇଛି। କ୍ଲାସିକ ଲିଜେଣ୍ଡ୍‍ସ ପକ୍ଷରୁ ଗର୍ବର ସହିତ ଘୋଷଣା କରାଯାଇଛି ଯେଦେଶରେ ଥିବା ଏହାର ମଡେଲ ଲାଇନ୍-ଅପରେ ହୋଇଥିବା ନୂତନ ସଂଯୋଗଗୁଡିକ ସମସ୍ତ ଡିଲରସିପ୍‍ରେ ଉପଲବ୍ଧ ହେବ। ଜାୱା ୪୨ ‘ରେଟ୍ରୋ କୁଲ୍‍’ ବିପ୍ଳବକୁ ଆଗେଇ ନେଉଛି, ଯାହା ୨୦୧୮ରେ ପ୍ରଚଳନ ସମୟରେ ଏହା ଆରମ୍ଭ କରିଥିଲା ଏବଂ ଏହାକୁ ଏକ କ୍ଲାସିକ ସ୍ପୋର୍ଟସ୍‍ ସ୍ପର୍ଶ ପ୍ରଦାନ କରୁଛି।

ଆହୁରି ପଢ଼ନ୍ତୁ: ପେମେଣ୍ଟ ଆଣ୍ଡ ସେଟଲମେଣ୍ଟ୍ ଆକ୍ଟ ୨୦୨୬: ₹୨୦୦୦ ପର୍ଯ୍ୟନ୍ତ ୟୁପିଆଇ ଏବଂ ରୁପେ କାରବାର ଉପରେ କୌଣସି ଶୁଳ୍କ ନାହିଁ

ଜାୱା ୨.୧ର ଦିଲ୍ଲୀ ଏକ୍ସ ସୋ ରୁମ୍‍ ମୂଲ୍ୟ ୧,୮୩,୯୪୨ ଟଙ୍କା ରଖାଯାଇଛି। ନୂତନ ମଡେଲଗୁଡିକୁ ଉପସ୍ଥାପନ କରି କ୍ଲାସିକ ଲିଜେଣ୍ଡ୍‍ସର ସିଇଓ ଆଶିଷ ସିଂ ଯୋଷୀ କହିଛନ୍ତି େଯ, ଗତବର୍ଷ ଆମେ ବିଏସ୬ ସଂସ୍କରଣ ପ୍ରଚଳନ କରିଥିଲୁ। ଆମେ ଏକ୍‍ଜଷ୍ଟ ନୋଟ୍‍କୁ ଥ୍ରୋଟିୟର ଓ ଅଧିକ ମନୋଲୋଭା କରିଛୁ, ସିଟ୍‍ ପରିବର୍ଦ୍ଧିତ କରିଛୁ ଏବଂ ଅଧିକ ପଞ୍ଚ୍‍ ଯୋଗ କରିବାକୁ କ୍ରସପୋର୍ଟ ଇଞ୍ଜିନକୁ ଫାଇନ୍‍ ଟ୍ୟୁନ କରିଛୁ। ‘କ୍ଲାସିକ ସ୍ପୋର୍ଟସ’ ଷ୍ଟ୍ରାଇପ୍‍ ସହ ତିନିଟି ନୂଆ ରଙ୍ଗ ଯୋଗ କରାଯାଇଛି।

ଆହୁରି ପଢ଼ନ୍ତୁ: UPI ଟିକସ ପ୍ରତ୍ୟାହାର ପାଇଁ ରାହୁଲ ଗାନ୍ଧୀଙ୍କ ଦାବି, ଆମେରିକା ଚାପରେ ମୋଦୀ ସରକାର କାମ କରୁଥିବା ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp