୪ ବ୍ୟାଙ୍କର ହେବ ଘରୋଇକରଣ, ସରିଲା ସର୍ଟଲିଷ୍ଟ

The Sakala Picture
Published On

ନୂଆଦିଲ୍ଲୀ : ଖୁବ୍‌ ଶୀଘ୍ର ଦେଶରେ ଆଉ ୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ହେବାକୁ ଯାଉଛି। ବ୍ୟାଙ୍କ ଘରୋଇ କରଣ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରଖାଯାଇଥିବା ଯୋନାନୁଯାୟୀ ଆଗାମୀ ପର୍ଯ୍ୟାୟ ପାଇଁ ୪ ବ୍ୟାଙ୍କକୁ ଚୟନ କରାଯାଇଛି। ଏହି ଚାରି ବ୍ୟାଙ୍କର ଘରୋଇକରଣ କରାଯିବା ପରେ ଦେଶରେ ଆଉ ମାତ୍ର ୫ ରାଷ୍ଟ୍ରାୟତ୍ ବ୍ୟାଙ୍କ ବାକି ରହିବ। ଘରୋଇକରଣ ହେବାକୁ ଥିବା ୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ହେଉଛି ବ୍ୟାଙ୍କ ଅଫ ମହାରାଷ୍ଟ୍ର, ବ୍ୟାଙ୍କ ଅଫ ଇଣ୍ଡିଆ(ବିଓଆଇ), ଇଣ୍ଡିଆନ […]

ନୂଆଦିଲ୍ଲୀ : ଖୁବ୍‌ ଶୀଘ୍ର ଦେଶରେ ଆଉ ୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ହେବାକୁ ଯାଉଛି। ବ୍ୟାଙ୍କ ଘରୋଇ କରଣ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରଖାଯାଇଥିବା ଯୋନାନୁଯାୟୀ ଆଗାମୀ ପର୍ଯ୍ୟାୟ ପାଇଁ ୪ ବ୍ୟାଙ୍କକୁ ଚୟନ କରାଯାଇଛି। ଏହି ଚାରି ବ୍ୟାଙ୍କର ଘରୋଇକରଣ କରାଯିବା ପରେ ଦେଶରେ ଆଉ ମାତ୍ର ୫ ରାଷ୍ଟ୍ରାୟତ୍ ବ୍ୟାଙ୍କ ବାକି ରହିବ। ଘରୋଇକରଣ ହେବାକୁ ଥିବା ୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ହେଉଛି ବ୍ୟାଙ୍କ ଅଫ ମହାରାଷ୍ଟ୍ର, ବ୍ୟାଙ୍କ ଅଫ ଇଣ୍ଡିଆ(ବିଓଆଇ), ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଓ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ସାମିଲ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

ଏହି ସରକାରୀ ବ୍ୟାଙ୍କର ଅଂଶଧନ ବିକ୍ରି କରି ସରକାର ରାଜସ୍ଵ ଆଦାୟ କରିବାକୁ ଚାହୁଁଛନ୍ତି। କେନ୍ଦ୍ର ସରକାରଙ୍କ ପ%ରୁ ରଖାଯାଇଥିବା ପୁଞ୍ଜି ପ୍ରତ୍ୟାହାର ଯୋଜନାର ଏହା ଏକ ଅଂଶ। ବର୍ତ୍ତମାନ ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅଂଶଧନ ଅଧିକ ରହିଛି। ବ୍ୟାଙ୍କର ଘରୋଇକରଣ ଏକ ରିସ୍କ କାମ। ନିକଟରେ କେନ୍ଦ୍ର ବଜେଟ୍‌ ଭାଷଣରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସାର୍ବଜନୀନ କ୍ଷେତ୍ରର ଦୁଇଟି ବ୍ୟାଙ୍କ ଏବଂ ଏକ ବୀମା କମ୍ପାନୀର ଘରୋଇକରଣ କରାଯିବ ବୋଲି କହିଥିଲେ। କାରଣ କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର ଉପରେ ଅଧିକ ଧ୍ୟାନ ଦେଉଛନ୍ତି। କେବଳ ଏତିକି ନୁହେଁ ସରକାର ତୈଳ କମ୍ପାନୀ ଭାରତ ପେଟ୍ରୋଲିୟମ୍‌ରୁ ମଧ୍ୟ ପୁଞ୍ଜି ପ୍ରତ୍ୟାହାର ଯୋଜନା କରୁଥିବା କହିଛନ୍ତି। ଦେଶର ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଗତ ତିନି ବର୍ଷରେ ମିଶ୍ରଣ ଏବଂ ଘରୋଇକରଣ କାରଣରୁ ସରକାରୀ ବ୍ୟାଙ୍କ ସଂଖ୍ୟା ୨୭ରୁ ୧୨କୁ ହ୍ରାସ ପାଇଛି। ଏବେ ସରକାରୀ ବ୍ୟାଙ୍କ ସଂଖ୍ୟା ୫ ପର୍ଯ୍ୟନ୍ତ ସୀମିତ ରଖିବାକୁ ଯୋଜନା ଚାଲିଛି। ଏହା ଫଳରେ କେନ୍ଦ୍ର ସରକାର ଦେଶରେ ବିଶ୍ବସ୍ତରର ବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗଠନ କରିବା ସମ୍ଭପର ହେବ। ଏଥିପାଇଁ ନୀତି ଆୟୋଗ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

16 Feb 2021 By The Sakala

୪ ବ୍ୟାଙ୍କର ହେବ ଘରୋଇକରଣ, ସରିଲା ସର୍ଟଲିଷ୍ଟ

ନୂଆଦିଲ୍ଲୀ : ଖୁବ୍‌ ଶୀଘ୍ର ଦେଶରେ ଆଉ ୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ହେବାକୁ ଯାଉଛି। ବ୍ୟାଙ୍କ ଘରୋଇ କରଣ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରଖାଯାଇଥିବା ଯୋନାନୁଯାୟୀ ଆଗାମୀ ପର୍ଯ୍ୟାୟ ପାଇଁ ୪ ବ୍ୟାଙ୍କକୁ ଚୟନ କରାଯାଇଛି। ଏହି ଚାରି ବ୍ୟାଙ୍କର ଘରୋଇକରଣ କରାଯିବା ପରେ ଦେଶରେ ଆଉ ମାତ୍ର ୫ ରାଷ୍ଟ୍ରାୟତ୍ ବ୍ୟାଙ୍କ ବାକି ରହିବ। ଘରୋଇକରଣ ହେବାକୁ ଥିବା ୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ହେଉଛି ବ୍ୟାଙ୍କ ଅଫ ମହାରାଷ୍ଟ୍ର, ବ୍ୟାଙ୍କ ଅଫ ଇଣ୍ଡିଆ(ବିଓଆଇ), ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଓ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ସାମିଲ।

ଏହି ସରକାରୀ ବ୍ୟାଙ୍କର ଅଂଶଧନ ବିକ୍ରି କରି ସରକାର ରାଜସ୍ଵ ଆଦାୟ କରିବାକୁ ଚାହୁଁଛନ୍ତି। କେନ୍ଦ୍ର ସରକାରଙ୍କ ପ%ରୁ ରଖାଯାଇଥିବା ପୁଞ୍ଜି ପ୍ରତ୍ୟାହାର ଯୋଜନାର ଏହା ଏକ ଅଂଶ। ବର୍ତ୍ତମାନ ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅଂଶଧନ ଅଧିକ ରହିଛି। ବ୍ୟାଙ୍କର ଘରୋଇକରଣ ଏକ ରିସ୍କ କାମ। ନିକଟରେ କେନ୍ଦ୍ର ବଜେଟ୍‌ ଭାଷଣରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସାର୍ବଜନୀନ କ୍ଷେତ୍ରର ଦୁଇଟି ବ୍ୟାଙ୍କ ଏବଂ ଏକ ବୀମା କମ୍ପାନୀର ଘରୋଇକରଣ କରାଯିବ ବୋଲି କହିଥିଲେ। କାରଣ କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର ଉପରେ ଅଧିକ ଧ୍ୟାନ ଦେଉଛନ୍ତି। କେବଳ ଏତିକି ନୁହେଁ ସରକାର ତୈଳ କମ୍ପାନୀ ଭାରତ ପେଟ୍ରୋଲିୟମ୍‌ରୁ ମଧ୍ୟ ପୁଞ୍ଜି ପ୍ରତ୍ୟାହାର ଯୋଜନା କରୁଥିବା କହିଛନ୍ତି। ଦେଶର ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଗତ ତିନି ବର୍ଷରେ ମିଶ୍ରଣ ଏବଂ ଘରୋଇକରଣ କାରଣରୁ ସରକାରୀ ବ୍ୟାଙ୍କ ସଂଖ୍ୟା ୨୭ରୁ ୧୨କୁ ହ୍ରାସ ପାଇଛି। ଏବେ ସରକାରୀ ବ୍ୟାଙ୍କ ସଂଖ୍ୟା ୫ ପର୍ଯ୍ୟନ୍ତ ସୀମିତ ରଖିବାକୁ ଯୋଜନା ଚାଲିଛି। ଏହା ଫଳରେ କେନ୍ଦ୍ର ସରକାର ଦେଶରେ ବିଶ୍ବସ୍ତରର ବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗଠନ କରିବା ସମ୍ଭପର ହେବ। ଏଥିପାଇଁ ନୀତି ଆୟୋଗ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି।

https://www.thesakala.in/business/4-banks-will-be-privatized-the-shortlist-is-over/article-31
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp