ରେଳବାଇ କେନ୍ଦ୍ର ସରକାରଙ୍କର ଥିଲା ଓ ରହିବ, କେବଳ ଦେଶରେ ଘରୋଇ ଟ୍ରେନ ଚାଲିବ : ପିୟୂଷ ଗୋୟଲ

The Sakala Picture
Published On

ନୂଆଦିଲ୍ଲୀ : ଭାରତୀୟ ରେଳବାଇର ଘରୋଇକରଣ ନେଇ ଦୀର୍ଘ ଦିନ ହେବ ଚାଲିଥିବା ଚର୍ଚ୍ଚାରର ଅନ୍ତ ଘଟିଛି। କାରଣ ରେଳବାଇର କେବେ ବି ଘରୋଇକରଣ କରାଯିବନାହିଁ। ରେଳବାଇକୁ ସରକାର ସବୁ ସମୟରେ ନିଜ ପାଖରେ ରଖିବେ।କେବଳ ସରକାର ଦେଶରେ ଘରୋଇ ଟ୍ରେନ ଚଳାଇବେ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି। ମଙ୍ଗଳବାର ସଂସଦରେ ରେଳବାଇର ଘରୋଇକରଣ କରାଯିବନାହିଁ ବୋଲି ଗୋୟଲ ସ୍ପଷ୍ଟ ଭାବେ କହିଛନ୍ତି। ଲୋକସଭାରେ ରେଳ ମନ୍ତ୍ରାଳୟର ୨୦୨୧-୨୨ ଆର୍ଥିକବର୍ଷ ନିମନ୍ତେ ଅନୁଦାନ ଦାବି ଆଲୋଚନା […]

ନୂଆଦିଲ୍ଲୀ : ଭାରତୀୟ ରେଳବାଇର ଘରୋଇକରଣ ନେଇ ଦୀର୍ଘ ଦିନ ହେବ ଚାଲିଥିବା ଚର୍ଚ୍ଚାରର ଅନ୍ତ ଘଟିଛି। କାରଣ ରେଳବାଇର କେବେ ବି ଘରୋଇକରଣ କରାଯିବନାହିଁ। ରେଳବାଇକୁ ସରକାର ସବୁ ସମୟରେ ନିଜ ପାଖରେ ରଖିବେ।କେବଳ ସରକାର ଦେଶରେ ଘରୋଇ ଟ୍ରେନ ଚଳାଇବେ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି।
ମଙ୍ଗଳବାର ସଂସଦରେ ରେଳବାଇର ଘରୋଇକରଣ କରାଯିବନାହିଁ ବୋଲି ଗୋୟଲ ସ୍ପଷ୍ଟ ଭାବେ କହିଛନ୍ତି।

ଲୋକସଭାରେ ରେଳ ମନ୍ତ୍ରାଳୟର ୨୦୨୧-୨୨ ଆର୍ଥିକବର୍ଷ ନିମନ୍ତେ ଅନୁଦାନ ଦାବି ଆଲୋଚନା କାଳରେ ଘରୋଇକରଣ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖି ସେ କହିଲେ, ରେଳବାଇ କେନ୍ଦ୍ର ସରକାରଙ୍କର ଥିଲା ଓ ରହିବ। ଆଲୋଚନା କାଳରେ ଗୋୟଲ ରେଳବାଇକୁ ଜାତୀୟ ଟ୍ରାନ୍ସପୋର୍ଟର ବୋଲି କହି ଯାହାର କେବେବି ଘରୋଇକରଣ ହେବନାହିଁ ବୋଲି କହିଥିଲେ। ତେବେ ଭାରତୀୟ ରେଳର ବିକାଶ ଲାଗି ଘରୋଇ ନିବେଶକୁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: ବିକାଜି ଫୁଡ୍ସର ପ୍ରତିଷ୍ଠାତା ଶିବ ରତନ ଅଗ୍ରୱାଲଙ୍କ ପରଲୋକ, ୭୪ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ

ସେହିପରି ଗତ ୨ ବର୍ଷରେ ଦେଶରେ ରେଳ ଦୂର୍ଘଟଣା ଯୋଗୁ କୌଣସି ଯାତ୍ରୀଙ୍କ ମୃତ୍ୟୁ ହୋଇ ନ ଥିବା ଗୋୟଲ କହିଛନ୍ତି। ଯାତ୍ରୀ ସୁରକ୍ଷା ପ୍ରତି ରେଳବାଇଙ୍କ ଗୁରୁତ୍ୱ ଦୁର୍ଘଟଣା ହାର ହ୍ରାସ ଘଟିଛି। ତେବେ ରେଳବାଇରେ ଘରୋଇ ନିବେଶକୁ ସ୍ୱାଗତ କରାଯିବା ଦରକାର ବୋଲି ରେଳମନ୍ତ୍ରୀ କହିଛନ୍ତି। କାରଣ ଏହାଦ୍ୱାରା ରେଳ ଯାତ୍ରାକୁ ଅଧିକ ସୁଖଦ କରିହେବା ସହ ଯାତ୍ରୀଙ୍କୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇହେବ। ତେବେ ଦେଶରେ ଘରୋଇ ଟ୍ରେନ ଚଳାଯିବ ବୋଲି ସେ କହିଛନ୍ତି। ଏହାସତ୍ତ୍ବେ ରେଳବାଇ ପ୍ରଣାଳୀ ସରକାରୀ ସମ୍ପତ୍ତି ହୋଇ ରହିବ। ରେଳବାଇକୁ ଭବିଷ୍ୟତ ଦୃଷ୍ଟିକୋଣରୁ ଚଳାଇବା ଲାଗି ଜାତୀୟ ରେଳବାଇ ଯୋଜନା ୨୦୩୦ ସରକାର ପ୍ରସ୍ତୁତ କରୁଥିବା ସେ ସଂସଦକୁ ଅବଗତ କରାଇଛନ୍ତି।

ଆହୁରି ପଢ଼ନ୍ତୁ: 'ଅଦା, ରସୁଣ, ଜିରା... କେବେ ପରିବା ହୋଇପାରିବେ ନାହିଁ', ଦଳ ଛାଡ଼ିଥିବା ୭ ଆପ୍ ସାଂସଦଙ୍କୁ ଭଗୱନ୍ତ ମାନଙ୍କ କଟାକ୍ଷ

17 Mar 2021 By The Sakala

ରେଳବାଇ କେନ୍ଦ୍ର ସରକାରଙ୍କର ଥିଲା ଓ ରହିବ, କେବଳ ଦେଶରେ ଘରୋଇ ଟ୍ରେନ ଚାଲିବ : ପିୟୂଷ ଗୋୟଲ

ନୂଆଦିଲ୍ଲୀ : ଭାରତୀୟ ରେଳବାଇର ଘରୋଇକରଣ ନେଇ ଦୀର୍ଘ ଦିନ ହେବ ଚାଲିଥିବା ଚର୍ଚ୍ଚାରର ଅନ୍ତ ଘଟିଛି। କାରଣ ରେଳବାଇର କେବେ ବି ଘରୋଇକରଣ କରାଯିବନାହିଁ। ରେଳବାଇକୁ ସରକାର ସବୁ ସମୟରେ ନିଜ ପାଖରେ ରଖିବେ।କେବଳ ସରକାର ଦେଶରେ ଘରୋଇ ଟ୍ରେନ ଚଳାଇବେ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି।
ମଙ୍ଗଳବାର ସଂସଦରେ ରେଳବାଇର ଘରୋଇକରଣ କରାଯିବନାହିଁ ବୋଲି ଗୋୟଲ ସ୍ପଷ୍ଟ ଭାବେ କହିଛନ୍ତି।

ଲୋକସଭାରେ ରେଳ ମନ୍ତ୍ରାଳୟର ୨୦୨୧-୨୨ ଆର୍ଥିକବର୍ଷ ନିମନ୍ତେ ଅନୁଦାନ ଦାବି ଆଲୋଚନା କାଳରେ ଘରୋଇକରଣ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖି ସେ କହିଲେ, ରେଳବାଇ କେନ୍ଦ୍ର ସରକାରଙ୍କର ଥିଲା ଓ ରହିବ। ଆଲୋଚନା କାଳରେ ଗୋୟଲ ରେଳବାଇକୁ ଜାତୀୟ ଟ୍ରାନ୍ସପୋର୍ଟର ବୋଲି କହି ଯାହାର କେବେବି ଘରୋଇକରଣ ହେବନାହିଁ ବୋଲି କହିଥିଲେ। ତେବେ ଭାରତୀୟ ରେଳର ବିକାଶ ଲାଗି ଘରୋଇ ନିବେଶକୁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ।

ସେହିପରି ଗତ ୨ ବର୍ଷରେ ଦେଶରେ ରେଳ ଦୂର୍ଘଟଣା ଯୋଗୁ କୌଣସି ଯାତ୍ରୀଙ୍କ ମୃତ୍ୟୁ ହୋଇ ନ ଥିବା ଗୋୟଲ କହିଛନ୍ତି। ଯାତ୍ରୀ ସୁରକ୍ଷା ପ୍ରତି ରେଳବାଇଙ୍କ ଗୁରୁତ୍ୱ ଦୁର୍ଘଟଣା ହାର ହ୍ରାସ ଘଟିଛି। ତେବେ ରେଳବାଇରେ ଘରୋଇ ନିବେଶକୁ ସ୍ୱାଗତ କରାଯିବା ଦରକାର ବୋଲି ରେଳମନ୍ତ୍ରୀ କହିଛନ୍ତି। କାରଣ ଏହାଦ୍ୱାରା ରେଳ ଯାତ୍ରାକୁ ଅଧିକ ସୁଖଦ କରିହେବା ସହ ଯାତ୍ରୀଙ୍କୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇହେବ। ତେବେ ଦେଶରେ ଘରୋଇ ଟ୍ରେନ ଚଳାଯିବ ବୋଲି ସେ କହିଛନ୍ତି। ଏହାସତ୍ତ୍ବେ ରେଳବାଇ ପ୍ରଣାଳୀ ସରକାରୀ ସମ୍ପତ୍ତି ହୋଇ ରହିବ। ରେଳବାଇକୁ ଭବିଷ୍ୟତ ଦୃଷ୍ଟିକୋଣରୁ ଚଳାଇବା ଲାଗି ଜାତୀୟ ରେଳବାଇ ଯୋଜନା ୨୦୩୦ ସରକାର ପ୍ରସ୍ତୁତ କରୁଥିବା ସେ ସଂସଦକୁ ଅବଗତ କରାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର