ଗ୍ରାହକଙ୍କୁ ଝଟକା : ପୁଣିଥରେ ବଢିଲା ଏଲ୍‌ପିଜି ଗ୍ୟାସ ସିଲିଣ୍ଡର ଦର

The Sakala Picture
Published On

ନୂଆଦିଲ୍ଲୀ : ଗୋଟେ ପଟେ କୋରୋନାରେ ଲୋକେ ଜୀବନ ଜିବିକା ସଜାଡି ପାରିନଥିବାବେଳେ ଅନ୍ୟପଟେ ଦର ବୃଦ୍ଧି ଖାଉଟିଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଗୋଟେପଟେ ତେଲ ଦର ଅଥୟ କରିଥିବାବେଳେ ଏପଟେ ବୃଦ୍ଧି ପାଇପାରେ ଲାଗିଛି ଏଲପିଜି ଗ୍ୟାସ ସିଲିଣ୍ଡର ଦର । ଫେବୃଆରୀ ମାସରେ ଗ୍ୟାସ ଦର ୧୦୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ଆଜି ଅର୍ଥାତ ମାର୍ଚ୍ଚ ୧ ରେ ଦାମ୍ ପୁଣି ଥରେ ବୃଦ୍ଧି ପାଇଛି […]

ନୂଆଦିଲ୍ଲୀ : ଗୋଟେ ପଟେ କୋରୋନାରେ ଲୋକେ ଜୀବନ ଜିବିକା ସଜାଡି ପାରିନଥିବାବେଳେ ଅନ୍ୟପଟେ ଦର ବୃଦ୍ଧି ଖାଉଟିଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଗୋଟେପଟେ ତେଲ ଦର ଅଥୟ କରିଥିବାବେଳେ ଏପଟେ ବୃଦ୍ଧି ପାଇପାରେ ଲାଗିଛି ଏଲପିଜି ଗ୍ୟାସ ସିଲିଣ୍ଡର ଦର । ଫେବୃଆରୀ ମାସରେ ଗ୍ୟାସ ଦର ୧୦୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ଆଜି ଅର୍ଥାତ ମାର୍ଚ୍ଚ ୧ ରେ ଦାମ୍ ପୁଣି ଥରେ ବୃଦ୍ଧି ପାଇଛି । ଏଲପିଜି ସିଲିଣ୍ଡରର ଦରରେ ସୋମବାର ଦିନ ପୁଣି ଥରେ ୨୫ ଟଙ୍କା ବୃଦ୍ଧି କରାଯାଇଛି । ତିନି ଦିନ ପୂର୍ବେ ଏହାର ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା । ଗୋଟିଏ ସପ୍ତାହ ମଧ୍ୟରେ ଏଲପିଜି ସିଲିଣ୍ଡରର ମୂଲ୍ୟ ଦୁଇଥର ବୃଦ୍ଧି ପାଇଛି ।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

ଏହାପୂର୍ବରୁ ଫେବୃଆରୀରେ ୪ ରେ ୨୫ ଟଙ୍କା, ୧୪ ରେ ୫୦ ଟଙ୍କା ବୃଦ୍ଧି ଘଟିଥିଲା । ଏଥି ସହିତ ୨୫ ଫେବୃଆରୀରେ ଏହା ୨୫ ଟଙ୍କା ବୃଦ୍ଧି ପାଇଥିଲା । ଫେବୃଆରୀରେ ଏଲପିଜି ଦାମ୍ ୧୦୦ ଟଙ୍କା ବୃଦ୍ଧି ପାଇଛି । ଗତ ଏକ ମାସରେ ଚତୁର୍ଥ ଥର ପାଇଁ ଦର ବୃଦ୍ଧି ପାଇଛି ଓ ଏପର୍ଯ୍ୟନ୍ତ ୧୨୫ ଟଙ୍କା ବୃଦ୍ଧି ପାଇଛି । ତିନି ଦିନ ପୂର୍ବେ ଏହାର ଦାମ୍ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା । ଏଥି ସହିତ ଡିସେମ୍ବର ମାସରେ ଏହାକୁ ଦୁଇଥର ୫୦ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଥିଲା । ଅର୍ଥାତ୍ ବର୍ତ୍ତମାନ ପର୍ଯ୍ୟନ୍ତ ଏଲପିଜି ସିଲିଣ୍ଡରର ଦାମ୍ ପ୍ରାୟ ୨୦୦ ଟଙ୍କା ବୃଦ୍ଧି ପାଇଛି ।

ଆହୁରି ପଢ଼ନ୍ତୁ: କାନାଡାରେ ପଞ୍ଜାବୀ ମୂଳର ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନାନ୍ସି ଗ୍ରେୱାଲଙ୍କ ହତ୍ୟା, ଘରେ ପଶି ଛୁରୀ ଭୁସିଲା ଦୁର୍ବୃତ୍ତ

ବର୍ତ୍ତମାନ ଆପଣଙ୍କୁ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ଗ୍ୟାସ ସିଲିଣ୍ଡର ଅଧିକ ପାଇଁ ୨୫ ଟଙ୍କା ଦେବାକୁ ପଡିବ । ଆଜିଠାରୁ ଏହି ମୂଲ୍ୟ ପ୍ରଯୁଜ୍ୟ ହେବ । ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡର ଦାମ ୭୯୪ ଟଙ୍କାରୁ ବଢି ୮୧୯ ଟଙ୍କା ହୋଇଛି। ମୁମ୍ବାଇରେ ମଧ୍ୟ ଘରୋଇ ସିଲିଣ୍ଡର ଦାମ ୮୧୯ ଟଙ୍କା ହୋଇଛି। କୋଲକାତାରେ ୮୪୫.୫୦ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ୮୩୫ ଟଙ୍କା ହୋଇଛି। ଏହା ସହିତ ଦର ବୃଦ୍ଧି ପରେ ବର୍ତ୍ତମାନ ଭୁବନେଶ୍ୱରରେ ଘରୋଇ ଗ୍ୟାସର ଦର ୭୯୫.୫୦ ରୁ ୮୪୫.୫୦ ଟଙ୍କାକୁ ବୃଦ୍ଧି ପାଇଛି ।

ଆହୁରି ପଢ଼ନ୍ତୁ: ବିହାର ସୁପୌଲରେ ତୁମୁଳକାଣ୍ଡ: ପ୍ରେମିକକୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ, ଗାଡ଼ି ଭଙ୍ଗାରୁଜା

ବାଣିଜ୍ୟିକ ଗ୍ୟାସର ଦାମ୍?

ପ୍ରତ୍ୟେକ ମାସର ପ୍ରଥମ ଦିନରେ ଏଲପିଜି ଦରରେ ପରିବର୍ତ୍ତନ ହୋଇଥାଏ । ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ଦାମ୍ ୯୦.୫୦ ଟଙ୍କା ବୃଦ୍ଧି ପାଇଛି । ବର୍ତ୍ତମାନ ଏହି ସିଲିଣ୍ଡରର ଦାମ୍ ଦିଲ୍ଲୀରେ ୧୬୨୪ ଟଙ୍କା ହୋଇଛି । ସେହିଭଳି ମୁମ୍ବାଇର ଦର ବର୍ତ୍ତମାନ ସିଲିଣ୍ଡର ପିଛା ୧୫୬୩.୫୦ ଟଙ୍କାକୁ ବୃଦ୍ଧି ପାଇଛି । କୋଲକାତାରେ ଏହି ଦାମ୍ ୧୬୮୧.୫୦ ଟଙ୍କା ଓ ଚେନ୍ନାଇରେ ଏହି ଦାମ୍ ୧୭୩୦.୫ ଟଙ୍କା ରହିଛି । ଏହାପୂର୍ବରୁ ରାଜଧାନୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ୍ ୧୫୩୩.୦୦ ଟଙ୍କା, କୋଲକାତାରେ ୧୫୯୮.୫୦ ଟଙ୍କା, ମୁମ୍ବାଇରେ ୧୪୮୨.୫୦ ଟଙ୍କା ଓ ଚେନ୍ନାଇରେ ୧୬୪୯.୦୦ ଟଙ୍କା ରହିଛି ।

ଗତ ଦୁଇମାସ ଧରି ଏଲପିଜି ଗ୍ୟାସର ଦାମ୍ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଜାନୁଆରୀରେ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଏଲପିଜି ଗ୍ୟାସର ମୂଲ୍ୟ ପରିବର୍ତ୍ତନ କରିନଥିଲେ । ତେବେ ଡିସେମ୍ବର ମାସରେ ଦୁଇଥର ୫୦ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଥିଲା । ଏଥି ସହିତ ଫେବୃଆରୀରେ ତିନୋଟି ଭିନ୍ନ ସମୟରେ ଦର ବୃଦ୍ଧି ପାଇଥିଲା । ଫେବୃଆରୀରେ ମୋଟ ବୃଦ୍ଧି ୧୦୦ ଟଙ୍କା ହୋଇଥିଲା । ଯଦି ଡିସେମ୍ବରରୁ ଏଲପିଜି ସିଲିଣ୍ଡରର ଦରକୁ ଦେଖାଯାଏ ତେବେ ଏହା ପ୍ରାୟ ୨୦୦ଟଙ୍କା ବୃଦ୍ଧି ପାଇସାରିଛି ।

01 Mar 2021 By The Sakala

ଗ୍ରାହକଙ୍କୁ ଝଟକା : ପୁଣିଥରେ ବଢିଲା ଏଲ୍‌ପିଜି ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ : ଗୋଟେ ପଟେ କୋରୋନାରେ ଲୋକେ ଜୀବନ ଜିବିକା ସଜାଡି ପାରିନଥିବାବେଳେ ଅନ୍ୟପଟେ ଦର ବୃଦ୍ଧି ଖାଉଟିଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଗୋଟେପଟେ ତେଲ ଦର ଅଥୟ କରିଥିବାବେଳେ ଏପଟେ ବୃଦ୍ଧି ପାଇପାରେ ଲାଗିଛି ଏଲପିଜି ଗ୍ୟାସ ସିଲିଣ୍ଡର ଦର । ଫେବୃଆରୀ ମାସରେ ଗ୍ୟାସ ଦର ୧୦୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ଆଜି ଅର୍ଥାତ ମାର୍ଚ୍ଚ ୧ ରେ ଦାମ୍ ପୁଣି ଥରେ ବୃଦ୍ଧି ପାଇଛି । ଏଲପିଜି ସିଲିଣ୍ଡରର ଦରରେ ସୋମବାର ଦିନ ପୁଣି ଥରେ ୨୫ ଟଙ୍କା ବୃଦ୍ଧି କରାଯାଇଛି । ତିନି ଦିନ ପୂର୍ବେ ଏହାର ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା । ଗୋଟିଏ ସପ୍ତାହ ମଧ୍ୟରେ ଏଲପିଜି ସିଲିଣ୍ଡରର ମୂଲ୍ୟ ଦୁଇଥର ବୃଦ୍ଧି ପାଇଛି ।

ଏହାପୂର୍ବରୁ ଫେବୃଆରୀରେ ୪ ରେ ୨୫ ଟଙ୍କା, ୧୪ ରେ ୫୦ ଟଙ୍କା ବୃଦ୍ଧି ଘଟିଥିଲା । ଏଥି ସହିତ ୨୫ ଫେବୃଆରୀରେ ଏହା ୨୫ ଟଙ୍କା ବୃଦ୍ଧି ପାଇଥିଲା । ଫେବୃଆରୀରେ ଏଲପିଜି ଦାମ୍ ୧୦୦ ଟଙ୍କା ବୃଦ୍ଧି ପାଇଛି । ଗତ ଏକ ମାସରେ ଚତୁର୍ଥ ଥର ପାଇଁ ଦର ବୃଦ୍ଧି ପାଇଛି ଓ ଏପର୍ଯ୍ୟନ୍ତ ୧୨୫ ଟଙ୍କା ବୃଦ୍ଧି ପାଇଛି । ତିନି ଦିନ ପୂର୍ବେ ଏହାର ଦାମ୍ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା । ଏଥି ସହିତ ଡିସେମ୍ବର ମାସରେ ଏହାକୁ ଦୁଇଥର ୫୦ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଥିଲା । ଅର୍ଥାତ୍ ବର୍ତ୍ତମାନ ପର୍ଯ୍ୟନ୍ତ ଏଲପିଜି ସିଲିଣ୍ଡରର ଦାମ୍ ପ୍ରାୟ ୨୦୦ ଟଙ୍କା ବୃଦ୍ଧି ପାଇଛି ।

ବର୍ତ୍ତମାନ ଆପଣଙ୍କୁ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ଗ୍ୟାସ ସିଲିଣ୍ଡର ଅଧିକ ପାଇଁ ୨୫ ଟଙ୍କା ଦେବାକୁ ପଡିବ । ଆଜିଠାରୁ ଏହି ମୂଲ୍ୟ ପ୍ରଯୁଜ୍ୟ ହେବ । ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡର ଦାମ ୭୯୪ ଟଙ୍କାରୁ ବଢି ୮୧୯ ଟଙ୍କା ହୋଇଛି। ମୁମ୍ବାଇରେ ମଧ୍ୟ ଘରୋଇ ସିଲିଣ୍ଡର ଦାମ ୮୧୯ ଟଙ୍କା ହୋଇଛି। କୋଲକାତାରେ ୮୪୫.୫୦ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ୮୩୫ ଟଙ୍କା ହୋଇଛି। ଏହା ସହିତ ଦର ବୃଦ୍ଧି ପରେ ବର୍ତ୍ତମାନ ଭୁବନେଶ୍ୱରରେ ଘରୋଇ ଗ୍ୟାସର ଦର ୭୯୫.୫୦ ରୁ ୮୪୫.୫୦ ଟଙ୍କାକୁ ବୃଦ୍ଧି ପାଇଛି ।

ବାଣିଜ୍ୟିକ ଗ୍ୟାସର ଦାମ୍?

ପ୍ରତ୍ୟେକ ମାସର ପ୍ରଥମ ଦିନରେ ଏଲପିଜି ଦରରେ ପରିବର୍ତ୍ତନ ହୋଇଥାଏ । ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ଦାମ୍ ୯୦.୫୦ ଟଙ୍କା ବୃଦ୍ଧି ପାଇଛି । ବର୍ତ୍ତମାନ ଏହି ସିଲିଣ୍ଡରର ଦାମ୍ ଦିଲ୍ଲୀରେ ୧୬୨୪ ଟଙ୍କା ହୋଇଛି । ସେହିଭଳି ମୁମ୍ବାଇର ଦର ବର୍ତ୍ତମାନ ସିଲିଣ୍ଡର ପିଛା ୧୫୬୩.୫୦ ଟଙ୍କାକୁ ବୃଦ୍ଧି ପାଇଛି । କୋଲକାତାରେ ଏହି ଦାମ୍ ୧୬୮୧.୫୦ ଟଙ୍କା ଓ ଚେନ୍ନାଇରେ ଏହି ଦାମ୍ ୧୭୩୦.୫ ଟଙ୍କା ରହିଛି । ଏହାପୂର୍ବରୁ ରାଜଧାନୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ୍ ୧୫୩୩.୦୦ ଟଙ୍କା, କୋଲକାତାରେ ୧୫୯୮.୫୦ ଟଙ୍କା, ମୁମ୍ବାଇରେ ୧୪୮୨.୫୦ ଟଙ୍କା ଓ ଚେନ୍ନାଇରେ ୧୬୪୯.୦୦ ଟଙ୍କା ରହିଛି ।

ଗତ ଦୁଇମାସ ଧରି ଏଲପିଜି ଗ୍ୟାସର ଦାମ୍ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଜାନୁଆରୀରେ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଏଲପିଜି ଗ୍ୟାସର ମୂଲ୍ୟ ପରିବର୍ତ୍ତନ କରିନଥିଲେ । ତେବେ ଡିସେମ୍ବର ମାସରେ ଦୁଇଥର ୫୦ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଥିଲା । ଏଥି ସହିତ ଫେବୃଆରୀରେ ତିନୋଟି ଭିନ୍ନ ସମୟରେ ଦର ବୃଦ୍ଧି ପାଇଥିଲା । ଫେବୃଆରୀରେ ମୋଟ ବୃଦ୍ଧି ୧୦୦ ଟଙ୍କା ହୋଇଥିଲା । ଯଦି ଡିସେମ୍ବରରୁ ଏଲପିଜି ସିଲିଣ୍ଡରର ଦରକୁ ଦେଖାଯାଏ ତେବେ ଏହା ପ୍ରାୟ ୨୦୦ଟଙ୍କା ବୃଦ୍ଧି ପାଇସାରିଛି ।

https://www.thesakala.in/national-international/lpg-gas-cylinder-price-rises-again/article-350
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର