ପୁଣି କମିଲା ସୁନା ଦର

The Sakala Picture
Published On

ନୂଆଦିଲ୍ଲୀ : ତୀବ୍ର ବେଗରେ ଖସିବାରେ ଲାଗିଛି ସୁନା ଦର। ହୁ ହୁ ହୋଇ ଦ୍ରୁତ ବେଗରେ ଉପରକୁ ଉଠିଥିବା ସୁନା ଦର ଏବେ ଗତବର୍ଷ ଅଗଷ୍ଟଠାରୁ ଧୀରେ ଧୀରେ କମିବାରେ ଲାଗିଛି ତେବେ ଚଳିତବର୍ଷଠାରୁ ଏହି ଦର ତୀବ୍ର ବେଗରେ ଖସି ଭରି ୪୩,୦୦୦ ଟଙ୍କା ସ୍ତର ଛୁଇଁବାକୁ ବସିଛି। କରୋନା ଯୋଗୁ ଦୀର୍ଘ ଦିନ ହେବ ବଜାର କାରବାର ବନ୍ଦ ହୋଇ ପଡିଥିଲା। ଗୋଟିଏ ପଟେ ବଜାର କାରବାର ଖୋଲିଯାଇଛି ଆଉ ବିବାହ ଋତୁ […]

ନୂଆଦିଲ୍ଲୀ : ତୀବ୍ର ବେଗରେ ଖସିବାରେ ଲାଗିଛି ସୁନା ଦର। ହୁ ହୁ ହୋଇ ଦ୍ରୁତ ବେଗରେ ଉପରକୁ ଉଠିଥିବା ସୁନା ଦର ଏବେ ଗତବର୍ଷ ଅଗଷ୍ଟଠାରୁ ଧୀରେ ଧୀରେ କମିବାରେ ଲାଗିଛି ତେବେ ଚଳିତବର୍ଷଠାରୁ ଏହି ଦର ତୀବ୍ର ବେଗରେ ଖସି ଭରି ୪୩,୦୦୦ ଟଙ୍କା ସ୍ତର ଛୁଇଁବାକୁ ବସିଛି। କରୋନା ଯୋଗୁ ଦୀର୍ଘ ଦିନ ହେବ ବଜାର କାରବାର ବନ୍ଦ ହୋଇ ପଡିଥିଲା। ଗୋଟିଏ ପଟେ ବଜାର କାରବାର ଖୋଲିଯାଇଛି ଆଉ ବିବାହ ଋତୁ ଆରମ୍ଭ ହେଲାବେଳକୁ ସୁନା ଦାମ କମିବାରେ ଲାଗିଛି। ସୁନା କିଣିବା ପାଇଁ ଏବେ ଗ୍ରାହକଙ୍କ ପାଖରେ ଭଲ ମଉକା। ରାଜଧାନୀ ଭୁବନେଶ୍ବରରେ ସୁନା ୧୦ ଗ୍ରାମ ପିଛା ୪୩,୯୧୦ ଟଙ୍କାକୁ ଖସିଆସିଛି।

ଆହୁରି ପଢ଼ନ୍ତୁ: ବିରୋଧ ସତ୍ତ୍ବେ ଇ-୨୦ରେ ଲାଗିବ ନାହିଁ ବ୍ରେକ୍‌: ପେଟ୍ରୋଲରେ ମିଶିବ ଅଧିକ ଇଥାନଲ୍ !

ଘରୋଇ ବଜାରରେ ସୁନା ମୂଲ୍ୟ ହ୍ରାସ ପାଇ ୧୦ ଗ୍ରାମ ପିଛା ପାଖାପାଖି ୪୩,୦୦୦ ଟଙ୍କା ହୋଇଛି, ଯାହାକି ବିଗତ ୯ ମାସରେ ସର୍ବନିମ୍ନ। ବଜାରରେ କ୍ରମାଗତ ଭାବେ ୮ ଦିନ ହେଲା ସୁନା ଦାମ ହ୍ରାସ ପାଇବାରେ ଲାଗିଛି। ୨୦୨୦ ଅଗଷ୍ଟରେ ବଜାରରେ ସୁନା ମୂଲ୍ୟ ୫୬,୩୧୦ ଟଙ୍କା ରହିଥିଲା। ସେବେଠାରୁ ହିସାବ କଲେ ବର୍ତ୍ତମାନ ମଧ୍ୟରେ ସୁନା ମୂଲ୍ୟରେ ୨୧% ହ୍ରାସ ହୋଇଛି। ଅନ୍ତଃରାଷ୍ଟ୍ରୀୟ ବଜାରରେ ଦର ଖସିବା ଯୋଗୁ ଘରୋଇ ବଜାରରେ ମୂଲ୍ୟ ହ୍ରାସ ହେଉଥିବା କ୍ଷେତ୍ର ସହ ଜଡିତ ବିଶେଷଜ୍ଞମାନେ କହିଛନ୍ତି। ଶେଷ ଥର ଲାଗି ଗତବର୍ଷ ଅଗଷ୍ଟରେ ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୨୦୧୦ ଡଲାର ରହିଥିଲା। ଏବେ ସେଥିରେ ୧୫% ହ୍ରାସ ଘଟିଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଗୁଜରାଟରୁ ଆସିଲେ ୧୪ଟି ବିଦେଶୀ ପ୍ରଜାତିର ୫୮ଟି ବନ୍ୟଜନ୍ତୁ

ତେବେ  ବିଶେଷଜ୍ଞଙ୍କ ମତରେ ଆଗାମୀ ଦିନରେ ଏହି ଦର ୧୫୦୦ ଡଲାର ସ୍ତର ତଳକୁ ଖସିଆସିବ। ବଣ୍ଡ୍‌ ଇଲ୍ଡରେ ବୃଦ୍ଧି ଯୋଗୁ ସମଗ୍ର ବିଶ୍ବରେ ବିଭିନ୍ନ ମୁଦ୍ରାର ବିନିମୟ ମୂଲ୍ୟ ତୁଳନାରେ ଡଲାର ମୂଲ୍ୟରେ ହ୍ରାସ ଜାରି ରହିଛି। ଯାହାର ପ୍ରଭାବରେ ଘରୋଇ ବଜାରରେ ସୁନା ମୂଲ୍ୟରେ ହ୍ରାସ ଧାରା ଲାଗି ରହିଛି। ଅଧିକ ଲାଭ କମାଇବା ଲକ୍ଷ୍ୟରେ ଆମେରିକା ସରକାରଙ୍କ ଦ୍ବାରା ଛଡାଯାଇଥିବା ବଣ୍ଡ୍‌ରେ ନିବେଶକମାନେ ଅଧିକ ମାତ୍ରାରେ ଅର୍ଥ ନିବେଶ କରିବା ଫଳରେ ପୂର୍ବରୁ ସୁରକ୍ଷିତ ନିବେଶ ମାଧ୍ୟମ ଭାବେ ବିବେଚନରା କରାଯାଉଥିବା ସୁନା ଧୀରେ ଧୀରେ ଏହାର ଚମକ କରାଇଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ ମାସରେ ଖୋଲିବ 'ସୁଭଦ୍ରା' ପୋର୍ଟାଲ, ୨୧ ବର୍ଷ ହୋଇଥିଲେ କରିପାରିବେ ଆବେଦନ

ଅନ୍ୟ ପକ୍ଷରେ ଯଦି ହିସାବକୁ ନିଆଯାଏ ତେବେ ଗତ ୧୦ ମଧ୍ୟରେ ସୁନା ଦର ପାଖାପାଖି ୧୨ ହଜାର ଟଙ୍କା ହ୍ରାସ ପାଇଛି। ବର୍ତ୍ତମାନ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦର ମଧ୍ୟ ଗତ ୯ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏଥିରେ ୦.୨ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପ୍ରତି ୧୬୯୩.୭୯ ଡଲାର ହୋଇଛି। ବଜାରରେ ରୁପା ୦.୨ ପ୍ରତିଶତ ବୃଦ୍ଧି ପାଇ ଆଉନ୍ସ ପ୍ରତି ୨୫.୩୫ ଡଲାର ହୋଇଛି। ଘରୋଇ ବଜାରରେ ବର୍ତ୍ତମାନ ସୁନାର ଚାହିଦା ବୃଦ୍ଧି ପାଇଛି। ବିବାହ ଋତୁରେ ସୁନା ଦାମ ହ୍ରାସ ପାଇବାରୁ ଏହା ଚାହିଦା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର