ଆଜି ଦାରୁଦିଅଁଙ୍କ ରତ୍ନବେଦୀ ବିଜେ, ଅପରାହ୍‌ଣ ୪ଟାରୁ ପହଣ୍ଡି ଆରମ୍ଭ…

The Sakala Picture
Published On

ପୁରୀ: ଚଳିତବର୍ଷ ପାଇଁ ଶ୍ରୀମନ୍ଦିର ବାହାରେ ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ପବିତ୍ର ବାହୁଡ଼ା ଯାତ୍ରାରେ ଜନ୍ମବେଦୀରୁ ବାହୁଡ଼ି ଆସିଛନ୍ତି ଦାରୁବ୍ରହ୍ମ। ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ତିନିରଥ। ରଥାରୂଢ଼ ଠାକୁର ସୁନାବେଶରେ ଲକ୍ଷଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇ ସେମାନଙ୍କୁ କୃତାର୍ଥ କରିଛନ୍ତି। ସୋମବାର ରଥ ଉପରେ ସମ୍ପନ୍ନ ହୋଇଛି ଅଧରପଣା ନୀତି। ମଙ୍ଗଳବାର ନୀଳାଦ୍ରବିଜେ। ଏହି ପବିତ୍ର ତିଥିରେ ରତ୍ନବେଦୀକୁ ବିଜେ କରିବେ ଦାରୁଦିଅଁ। ଏହାସହ ଶେଷ ହେବ ଶ୍ରୀଗୁଣ୍ଡିଚା ଯାତ୍ରା ଏବଂ ବୁଧବାରଠୁ ଭକ୍ତଙ୍କୁ ମିଳିବ […]

ପୁରୀ: ଚଳିତବର୍ଷ ପାଇଁ ଶ୍ରୀମନ୍ଦିର ବାହାରେ ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ପବିତ୍ର ବାହୁଡ଼ା ଯାତ୍ରାରେ ଜନ୍ମବେଦୀରୁ ବାହୁଡ଼ି ଆସିଛନ୍ତି ଦାରୁବ୍ରହ୍ମ। ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ତିନିରଥ। ରଥାରୂଢ଼ ଠାକୁର ସୁନାବେଶରେ ଲକ୍ଷଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇ ସେମାନଙ୍କୁ କୃତାର୍ଥ କରିଛନ୍ତି। ସୋମବାର ରଥ ଉପରେ ସମ୍ପନ୍ନ ହୋଇଛି ଅଧରପଣା ନୀତି। ମଙ୍ଗଳବାର ନୀଳାଦ୍ରବିଜେ। ଏହି ପବିତ୍ର ତିଥିରେ ରତ୍ନବେଦୀକୁ ବିଜେ କରିବେ ଦାରୁଦିଅଁ। ଏହାସହ ଶେଷ ହେବ ଶ୍ରୀଗୁଣ୍ଡିଚା ଯାତ୍ରା ଏବଂ ବୁଧବାରଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା। ପୁଣି ଶ୍ରୀମନ୍ଦିରରେ ଲାଗିବ ଗହଳିଚହଳି। ନୀଳାଦ୍ରିବିଜେ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ପ୍ରଶାସନ। ଜିଲ୍ଲା ପ୍ରଶାସନ, ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ନିଜ ନିଜର ପ୍ରସ୍ତୁତି ସାରିଛନ୍ତି। ଏହି ମହାନ୍‌ ପର୍ବର ଅନ୍ତିମ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତେ ଅପେକ୍ଷାରତ। ନୀଳାଦ୍ରିବିଜେ ନୀତି ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରଥ ଉପରେ ଠାକୁରଙ୍କ ନୀତିକୁ ତ୍ୱରାନ୍ୱିତ କରି ଅପରାହ୍‌ଣ ୪ଟା ସୁଦ୍ଧା ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

08 Jul 2025 By The Sakala

ଆଜି ଦାରୁଦିଅଁଙ୍କ ରତ୍ନବେଦୀ ବିଜେ, ଅପରାହ୍‌ଣ ୪ଟାରୁ ପହଣ୍ଡି ଆରମ୍ଭ…

ପୁରୀ: ଚଳିତବର୍ଷ ପାଇଁ ଶ୍ରୀମନ୍ଦିର ବାହାରେ ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ପବିତ୍ର ବାହୁଡ଼ା ଯାତ୍ରାରେ ଜନ୍ମବେଦୀରୁ ବାହୁଡ଼ି ଆସିଛନ୍ତି ଦାରୁବ୍ରହ୍ମ। ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ତିନିରଥ। ରଥାରୂଢ଼ ଠାକୁର ସୁନାବେଶରେ ଲକ୍ଷଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇ ସେମାନଙ୍କୁ କୃତାର୍ଥ କରିଛନ୍ତି। ସୋମବାର ରଥ ଉପରେ ସମ୍ପନ୍ନ ହୋଇଛି ଅଧରପଣା ନୀତି। ମଙ୍ଗଳବାର ନୀଳାଦ୍ରବିଜେ। ଏହି ପବିତ୍ର ତିଥିରେ ରତ୍ନବେଦୀକୁ ବିଜେ କରିବେ ଦାରୁଦିଅଁ। ଏହାସହ ଶେଷ ହେବ ଶ୍ରୀଗୁଣ୍ଡିଚା ଯାତ୍ରା ଏବଂ ବୁଧବାରଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା। ପୁଣି ଶ୍ରୀମନ୍ଦିରରେ ଲାଗିବ ଗହଳିଚହଳି। ନୀଳାଦ୍ରିବିଜେ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ପ୍ରଶାସନ। ଜିଲ୍ଲା ପ୍ରଶାସନ, ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ନିଜ ନିଜର ପ୍ରସ୍ତୁତି ସାରିଛନ୍ତି। ଏହି ମହାନ୍‌ ପର୍ବର ଅନ୍ତିମ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତେ ଅପେକ୍ଷାରତ। ନୀଳାଦ୍ରିବିଜେ ନୀତି ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରଥ ଉପରେ ଠାକୁରଙ୍କ ନୀତିକୁ ତ୍ୱରାନ୍ୱିତ କରି ଅପରାହ୍‌ଣ ୪ଟା ସୁଦ୍ଧା ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ଆରମ୍ଭ ହେବ।

https://www.thesakala.in/big-news/niladri-bije-lord-jagannath-his-siblings-return-puri-srimandir/article-41513
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର