ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଜାଳିବା ଓ ପୂର୍ବତନ ବିଧାୟକ ଆକ୍ରମଣ ଘଟଣାକୁ ନେଇ ବିଜେପି ଉପରେ ବର୍ଷିଲା ବିଜେଡି

The Sakala Picture
Published On

ଭୁବନେଶ୍ଵର: ଆସନ୍ତାକାଲି ବିଜୁ ବାବୁଙ୍କର ୨୮ ତମ ତିରୋଧାନ ଦିବସ। ଏହାକୁ ଦଳ ତରଫରୁ ରାଜ୍ୟବ୍ୟାପୀ ପାଳନ କରାଯିବ। ତେବେ ଏହା ପୂର୍ବରୁ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ରେ ବିଜ ବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ି ଦେବା ଘଟଣାକୁ ନେଇ ବିଜେଡି ରାଜ୍ୟର ବିଜେପି ସରକାରକୁ ଟାର୍ଗେଟ କରିଛି। ଏଥିସହ ରାଜ୍ୟର ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଦଳ ଅଭିଯୋଗ କରିଛି। ଶାନ୍ତିପ୍ରିୟ ଓଡ଼ିଶାରେ ପ୍ରତ୍ୟେକ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି […]

ଭୁବନେଶ୍ଵର: ଆସନ୍ତାକାଲି ବିଜୁ ବାବୁଙ୍କର ୨୮ ତମ ତିରୋଧାନ ଦିବସ। ଏହାକୁ ଦଳ ତରଫରୁ ରାଜ୍ୟବ୍ୟାପୀ ପାଳନ କରାଯିବ। ତେବେ ଏହା ପୂର୍ବରୁ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ରେ ବିଜ ବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ି ଦେବା ଘଟଣାକୁ ନେଇ ବିଜେଡି ରାଜ୍ୟର ବିଜେପି ସରକାରକୁ ଟାର୍ଗେଟ କରିଛି। ଏଥିସହ ରାଜ୍ୟର ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଦଳ ଅଭିଯୋଗ କରିଛି। ଶାନ୍ତିପ୍ରିୟ ଓଡ଼ିଶାରେ ପ୍ରତ୍ୟେକ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି ବିଜେଡି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 'ଅକୱାନ': ୨୦ ତାରିଖରେ ଆନ୍ଧ୍ର ଉପକୂଳରେ କରିବ ଲ୍ୟାଣ୍ଡଫଲ୍

ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ସଞ୍ଜୟ ଦାସ ବର୍ମା କହିଛନ୍ତି, ଗତକାଲି ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳି ଦିଆଗଲା। ଏହାକୁ ନେଇ ସମ୍ୱଲପୁରରେ ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀଙ୍କ ପ୍ରତିନିଧିତ୍ଵରେ ପ୍ରତିବାଦ କରାଯାଉଥିବା ସମୟରେ କିଛି ପୋଲିସ ସରକାରୀ ଦଳର ହାତବାରିଶୀ ସାଜି ଯାହା ଘଟିଲା ତାହାକୁ ଆମେ ନିନ୍ଦା କରୁଛୁ ବୋଲି କହିଥିଲେ। ନୂଆ ସରକାର ଆସିଲା ପରେ ବିଜୁ ବାବୁଙ୍କ ସମସ୍ତ ସ୍ମୃତିକୁ ଲିଭେଇଦେବା ପାଇଁ ଚେଷ୍ଟା କରାଯାଉଛି। ମାର୍ଚ୍ଚ ୫ ହେଉ କି ଗତକାଲିର ଘଟଣା ହେଉ ଯେତେବେଳେ ସମ୍ବଲପୁରରେ ବ୍ୟବସ୍ଥାକୁ ପ୍ରଶ୍ନ ପଚରାଗଲା ସେଇଠି ପୋଲିସର ଆଭିମୁଖ୍ୟକୁ ଆମେ ନିନ୍ଦା କରୁଛୁ ବୋଲି କହିଛନ୍ତି ବିଜେଡିର ଏହି ବରିଷ୍ଠ ନେତା ।

ଆହୁରି ପଢ଼ନ୍ତୁ: ମା’ ପାଇଁ ଔଷଧ ଆଣିବାକୁ ଯାଇଥିବା ପୁଅକୁ ଫାଣ୍ଡିରେ ଅଟକ ରଖି ନିସ୍ତୁକ ମାଡ଼ ଅଭିଯୋଗ

ସାଧାରଣ ନିର୍ବାଚନ ପରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ କ୍ରମାଗତ ଭାବରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରାଯାଇଛି ତାହାର ନଗ୍ନ ରୂପ ଏବଂ ଉଗ୍ର ଆଚରଣ ତିନି ଦିନ ତଳେ ଦେଖିବାକୁ ମିଳିଛି। ଧର୍ମଶାଳାର ପୂର୍ବତନ ବିଧାୟକ ଯେତେବେଳେ ଗୋଟିଏ ଗାଁ ର ପାର୍ବଣରେ ଯୋଗ ଦେବା ପାଇଁ ସେତେବେଳେ ଶହ ଶହ ଲୋକ ମାରଣାସ୍ତ୍ର ଧରି ପୋଲିସ ଉପସ୍ଥିତିରେ ଖଣ୍ଡା କାତି ଭୁଜାଲି ଧରି ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ କଲେ। ଏହା ଓଡ଼ିଶାରେ କେବେ ହେଇ ନଥିଲା।

ଆହୁରି ପଢ଼ନ୍ତୁ: ବିଧାୟକ ଦଳ ବୈଠକରେ ନବୀନଙ୍କ ସ୍ପଷ୍ଟ ଆଭିମୁଖ୍ୟ: ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ସ୍ୱର ଶାଣିତ କରିବ ବିଜେଡି

ପ୍ରଣବ ବଳବନ୍ତରାୟ ସେଇ ଗାଁ କୁ ଯିବା ପୂର୍ବରୁ ଜିଲ୍ଲା ପୋଲିସକୁ ସୂଚନା ଦେଇଥିଲେ ମଧ୍ୟ ଦୁର୍ଭାଗ୍ୟର କଥା ପୋଲିସ ସୁରକ୍ଷା ଦେଲା ନାହିଁ । ପୋଲିସ ଉପସ୍ଥିତିରେ ଘଟଣା ଘଟିଥିଲା ଏବଂ ସେହି ମାରଣାସ୍ତ୍ର ପରେ ପୋଲିସ ନେଇକି ଯାଇଥିଲା। ଯାଜପୁର ଜିଲ୍ଲାରେ ଆଇନ ଶୃଙ୍ଖଳାର ଚରମ ଅବଗତି ଘଟିଛି। ଓଡ଼ିଶା ପୋଲିସର ଦୋମୁହାଁ ନୀତି। ପୋଲିସ ଡିଜିଙ୍କ ଅନ୍ତରାତ୍ମା ଶୋଇପଡିଛି ତାକୁ ଜଗେଇବ ବିଜେଡି।

ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ କହିଛନ୍ତି, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଉଛି ରଙ୍ଗ ପରିବର୍ତ୍ତନ ସରକାର । ବର୍ତ୍ତମାନର ବିଧାୟକ କହିଲେ ବିଜେଡ଼ିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେଉଛି। କିନ୍ତୁ ଫଟୋ ଓ ଭିଡିଓ ସ୍ପଷ୍ଟ କରୁଛି ସେମାନେ ବିଜେପିର। ଗଣ୍ଡଗୋଳରେ ଯେଉଁମାନେ ବି ସାମିଲ ଅଛନ୍ତି ସେମାନେ ସବୁ ବିଧାୟକଙ୍କ ସମର୍ଥକ ଓ ପ୍ରଶଂସକ। ଯାଜପୁର ଖଣି ମାଫିଆଙ୍କ ସହିତ ଜିଲ୍ଲା ପୋଲିସ ମିଶି ଅରାଜକତା ବଢୁଛି। ପୋଲିସ ଘଟଣାସ୍ଥଳରୁ ମାରଣାସ୍ତ୍ର ଜବତ କରିଛି ହେଲେ ସେମାନଙ୍କୁ ଗିରଫ କରୁନାହାନ୍ତି। ଯାଜପୁର ପୋଲିସ ଉପରେ ମୋର ବିଶ୍ବାସ ନାହିଁ ବୋଲି ସେ କହିଛନ୍ତି।

ଯେବେଠାରୁ ବିଜେପି ସରକାର ଆସିଛି ସେବେଠାରୁ ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ପ୍ରତ୍ୟେକ ଦିନ ଗ୍ୟାଙ୍ଗ ରେପ୍ ସହିତ ହତ୍ୟା ଘଟଣା ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ସେ ବିଧାୟକଙ୍କ ସହିତ କ୍ରିକେଟ ଖେଳୁଛନ୍ତି ତେଣୁ ସିଏ ସାହସ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ ତୁରନ୍ତ ଯେଉଁମାନେ ଏହି ଘଟଣାରେ ସାମିଲ ଅଛନ୍ତି ଓ ଯିଏ ପଛରୁ ଉସୁକାଉଛନ୍ତି ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ହିମାଂଶୁ ସାହୁ ସ୍ଵାଧୀନ ବିଧାୟକ କିନ୍ତୁ ତାଙ୍କୁ ପାଇଲଟ ଗାଡ଼ି ଦିଆଯାଇଛି ଯାହାର ସିଏ ଅପବ୍ୟବହାର କରି ଗୁଣ୍ଡରାଜ କରୁଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ତାଙ୍କର ସେହି ପାଇଲଟ ଗାଡ଼ି ଅବ୍ୟାହୃତ କରାଯାଉ। ନହେଲେ ଆଗକୁ ବିଜେଡି ଏହାକୁ ବରଦାସ୍ତ କରିବ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର