ଦୁଷ୍କର୍ମ ଅଭିଯୋଗରେ ନେପାଳ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ତଥା ଆଇପିଏଲ୍ ଖେଳାଳି ସନ୍ଦୀପ ଲାମିଛାନେ ଗିରଫ

The Sakala Picture
Published On

କାଠମାଣ୍ଡୁ: ନେପାଳ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ତଥା ଆଇପିଏଲ୍ ଖେଳାଳି ସନ୍ଦୀପ ଲାମିଛାନେ ଗିରଫ । ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ସନ୍ଦୀପ ଲାମିଛାନେଙ୍କୁ ପୋଲିସ ଗିରଫ କରିଛି । ତେବେ ସନ୍ଦୀପ ନିଜ ଦେଶକୁ ଫେରିବା ପରେ ଗୁରୁବାର ସକାଳୁ ପୋଲିସ ତାଙ୍କୁ ତ୍ରିଭୁବନ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଗିରଫ କରିଥିବା ଜଣାପଡିଛି । ନେପାଳ ପୋଲିସର ମୁଖପାତ୍ର ଟେକ୍ ପ୍ରସାଦ ରାୟ ଗଣମାଧ୍ୟମକୁ କହିଛନ୍ତି ଯେ କାତାର ଏୟାରୱେଜର ଏକ ଫ୍ଲାଇଟରେ ପହଞ୍ଚିବା […]

କାଠମାଣ୍ଡୁ: ନେପାଳ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ତଥା ଆଇପିଏଲ୍ ଖେଳାଳି ସନ୍ଦୀପ ଲାମିଛାନେ ଗିରଫ । ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ସନ୍ଦୀପ ଲାମିଛାନେଙ୍କୁ ପୋଲିସ ଗିରଫ କରିଛି । ତେବେ ସନ୍ଦୀପ ନିଜ ଦେଶକୁ ଫେରିବା ପରେ ଗୁରୁବାର ସକାଳୁ ପୋଲିସ ତାଙ୍କୁ ତ୍ରିଭୁବନ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଗିରଫ କରିଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ନେପାଳ ପୋଲିସର ମୁଖପାତ୍ର ଟେକ୍ ପ୍ରସାଦ ରାୟ ଗଣମାଧ୍ୟମକୁ କହିଛନ୍ତି ଯେ କାତାର ଏୟାରୱେଜର ଏକ ଫ୍ଲାଇଟରେ ପହଞ୍ଚିବା ପରେ ଲାମିଛାନେଙ୍କୁ କାଠମାଣ୍ଡୁର ତ୍ରିବୁଭନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି। ଆସନ୍ତା ରବିବାର ଲାମିଛାନେଙ୍କୁ କୋର୍ଟରେ ହାଜର କରାଯିବ ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ସୂଚନା ଅନୁସାରେ, ନେପାଳର ଏହି କ୍ରିକେଟର ଜଣେ ୧୭ ବର୍ଷୀୟ ନାବାଳିକାକୁ କାଠମାଣ୍ଡୁର ଏକ ହୋଟେଲରେ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଥିଲା । ଏନେଇ ନାବାଳିକା ଜଣକ ଗୌଶାଳା ମହାନଗର ପୋଲିସ ସର୍କଲରେ ଏଫଆଇଆର କରିଥିଲେ । ଏଫଆଇଆରରୁ ମିଳିଥିବା ସୂଚନା ମୁତାବକ, ସନ୍ଦୀପ ଲାମିଛାନେ ଅଗଷ୍ଟ ୨୧ ତାରିଖରେ କାଠମାଣ୍ଡୁ ଓ ଭକ୍ତପୁରର ବିଭିନ୍ନ ସ୍ଥାନକୁ ନେଇଥିଲେ । ସେହିଦିନ ରାତିରେ ସେ ଏକ ହୋଟେଲରେ ଉକ୍ତ ନାବାଳିକା ସହ ଦୁଷ୍କର୍ମ କରିଥିଲେ ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ସୂଚନାଯୋଗ୍ୟ ଯେ, ସନ୍ଦୀପ ଲାମିଛାନେ ନେପାଳ କ୍ରିକେଟ୍ ଟିମର ଅଧିନାୟକ ରହିସାରିଛନ୍ତି । ୨୦୧୮ରେ ଆଇପିଏଲର ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ମନୋନୀତ ହେବା ପରଠାରୁ ସନ୍ଦୀପ ଲାମିଛାନେ ଆନ୍ତର୍ଜାତୀୟ ଖ୍ୟାତି ଅର୍ଜନ କରିଥିଲେ । ନେପାଳର ପ୍ରଥମ କ୍ରିକେଟର ଭାବେ ଲାମିଛାନେ ଆଇପିଏଲରେ ଖେଳିବାରେ ଗୌରବ ଅର୍ଜନ କରିଥିଲେ । ଗତ କିଛି ଦିନ ହେବ ସେ ଜାମାଇକାରେ କାରିବିଆନ୍ ପ୍ରିମିୟର ଲିଗ୍ ଖେଳୁଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର