ବନ୍ଧୁତା ଦିବସର ନିଆରା ଉଦାହରଣ: ଦୁଇ ଦୃଷ୍ଟିହୀନଙ୍କ ୧୮ ବର୍ଷର ବନ୍ଧୁତ୍ୱ

The Sakala Picture
Published On

ଭୁବନେଶ୍ୱର: ନିଆରା ସେମାନଙ୍କ ବନ୍ଧୁତ୍ୱ। ସମ୍ପର୍କ ସୁଅରେ ବନ୍ଧା ସେମାନଙ୍କ ବନ୍ଧୁତା। ସ୍ୱାର୍ଥପର ଦୁନିଆରେ ବନ୍ଧୁତ୍ୱକୁ ଠିକ୍‍ଭାବେ ବୁଝିଛନ୍ତି ସେମାନେ। ଭଲ ପାଇବାର ପରିଭାଷା ସେମାନଙ୍କଠାରୁ ବେଶ୍‍ ଭଲ ଭାବେ ବୁଝି ହେଉଛି। ଦୁନିଆକୁ ଭଲଭାବେ ଦେଖିବା ତ ଦୂରର କଥା ଦୁହେଁ ଦୁହିଁଙ୍କୁ କେବେ ଆଖି ପୂରାଇ ଦେଖିବାର ସୌଭାଗ୍ୟ ମଧ୍ୟ ପାଇନାହାନ୍ତି। ହେଲେ ଦୁହିଁଙ୍କ ବନ୍ଧୁତ୍ୱ ଅତି ନିବିଡ଼। ଉଭୟ ଦୃଷ୍ଟିହୀନ ହୋଇଥିଲେ ସୁଦ୍ଧା ବନ୍ଧୁତ୍ୱର ସୂତାଖିଅରେ ଦୀର୍ଘ ୧୮ ବର୍ଷ ହେଲା ଏମାନେ […]

ଭୁବନେଶ୍ୱର: ନିଆରା ସେମାନଙ୍କ ବନ୍ଧୁତ୍ୱ। ସମ୍ପର୍କ ସୁଅରେ ବନ୍ଧା ସେମାନଙ୍କ ବନ୍ଧୁତା। ସ୍ୱାର୍ଥପର ଦୁନିଆରେ ବନ୍ଧୁତ୍ୱକୁ ଠିକ୍‍ଭାବେ ବୁଝିଛନ୍ତି ସେମାନେ। ଭଲ ପାଇବାର ପରିଭାଷା ସେମାନଙ୍କଠାରୁ ବେଶ୍‍ ଭଲ ଭାବେ ବୁଝି ହେଉଛି। ଦୁନିଆକୁ ଭଲଭାବେ ଦେଖିବା ତ ଦୂରର କଥା ଦୁହେଁ ଦୁହିଁଙ୍କୁ କେବେ ଆଖି ପୂରାଇ ଦେଖିବାର ସୌଭାଗ୍ୟ ମଧ୍ୟ ପାଇନାହାନ୍ତି। ହେଲେ ଦୁହିଁଙ୍କ ବନ୍ଧୁତ୍ୱ ଅତି ନିବିଡ଼। ଉଭୟ ଦୃଷ୍ଟିହୀନ ହୋଇଥିଲେ ସୁଦ୍ଧା ବନ୍ଧୁତ୍ୱର ସୂତାଖିଅରେ ଦୀର୍ଘ ୧୮ ବର୍ଷ ହେଲା ଏମାନେ ବନ୍ଧା। ଯାହା ଛିଡ଼ିବା ବି କଷ୍ଟକର। ସମ୍ପର୍କ ଓ ଭଲ ପାଇବାର ମାନେକୁ ସେମାନେ ପ୍ରମାଣିତ କରି ସାଜି ପାରିଛନ୍ତି ଦୁହେଁ ଦୁହିଁଙ୍କର ପ୍ରକୃତ ବନ୍ଧୁ।

ଆହୁରି ପଢ଼ନ୍ତୁ: ଭାଇକୁ ବଞ୍ଚାଇବାକୁ ଯାଇ ପାଣି ସୁଅରେ ଭାସିଗଲେ ଦିବ୍ୟାଙ୍ଗ ଭଉଣୀ: କେନାଲରେ ବୁଡ଼ି ଉଭୟଙ୍କ ମୃତ୍ୟୁ

ସେ ଦୁହେଁ ହେଉଛନ୍ତି ଦୃଷ୍ଟିହୀନ ଜ୍ୟୋତିରଞ୍ଜନ ଦାସ ଏବଂ ରମାକାନ୍ତ ସାହୁ। ଦୁଇଜଣ ଯାକ ହେଉଛନ୍ତି ସମ୍ପୂର୍ଣ୍ଣ ଦୃଷ୍ଟିହୀନ। ଉଭୟଙ୍କ ବୟସ ପାଖାପାଖି ୪୦ ବର୍ଷ ହେବ। କିନ୍ତୁ ଜନ୍ମରୁ ସେମାନେ ଦିବ୍ୟାଙ୍ଗ ନ ଥିଲେ କି ପିଲାବେଳୁ ସେମାନଙ୍କର ବନ୍ଧୁତା ନ ଥିଲା। ଦୁହେଁ ଦୁହିଁଙ୍କୁ ଆଗରୁ କେବେ ଜାଣି ନ ଥିଲେ। ହେଲେ ସେ ଦୁହିଁଙ୍କର କାହାଣୀ ଯେତିକି ହୃଦୟସ୍ପର୍ଶୀ ସେତିକି ରୋମାଞ୍ଚକର। ଜ୍ୟୋତିରଞ୍ଜନ ଓ ରମାକାନ୍ତଙ୍କୁ ଦେଖାଯାଉ ନ ଥିଲେ ବି ସେମାନଙ୍କର ବନ୍ଧୁତା ଏତେ ନିବିଡ଼ ଯେ, କେବେ କାହାଠାରୁ ଅଲଗା ହୋଇନାହାନ୍ତି। ଏକାଠି ଖାଇବା ପିଇବାଠାରୁ ଆରମ୍ଭ କରି ଗୋଟିଏ ଘରେ ରୁହନ୍ତି। ୨୦୦୩ରୁ ସେମାନଙ୍କର ଏହି ବନ୍ଧୁତ୍ୱର ଯାତ୍ରା ଆରମ୍ଭ। ଉତ୍କଳ ଦୃଷ୍ଟିହୀନ ସଂଘରେ ଉଭୟଙ୍କର ମିଳନ ହୋଇଥିଲା। ସେହିଦିନଠାରୁ ସେମାନଙ୍କର ବନ୍ଧୁତା ଆଉ ପଛକୁ ଫେରି ଚାହିଁନାହିଁ। ଦୁହେଁ ଏକାଭଳି ଡ୍ରେସ୍‍ ପିନ୍ଧିବାଠାରୁ ଆରମ୍ଭ କରି ପରସ୍ପରର ଚିନ୍ତାଧାରା ମଧ୍ୟ ସମାନ। ୪-୫ ବର୍ଷ ବୟସରୁ ଦୁହିଁଙ୍କର କୌଣସି କାରଣରୁ ଦୃଷ୍ଟିଶକ୍ତି ହାରିବାକୁ ପଡ଼ିଥିଲା। ଆଉ ସେହିଦିନଠାରୁ ସେ ପାଲଟି ଯାଇଛନ୍ତି ଦିବ୍ୟାଙ୍ଗ।

ଆହୁରି ପଢ଼ନ୍ତୁ: ଖୁବଶୀଘ୍ର ଖୋଲିବ ଓରାଙ୍ଗଉଟାନ ରହସ୍ୟ: ଦୀଘା ହୋଟେଲ୍‌ରେ ଛାନ୍‌ଭିନ୍‌, ୩ ଜଣଙ୍କୁ ଉଠାଇଆଣିଲା ଏସ୍‌ଟିଏଫ୍‌

ଜ୍ୟୋତିରଞ୍ଜନଙ୍କ ଘର ଭଦ୍ରକ। ସ୍ତ୍ରୀ, ପିଲାଛୁଆ ଏବଂ ମା’ଙ୍କୁ ନେଇ ତାଙ୍କ ପରିବାର। ଜ୍ୟୋତିରଞ୍ଜନ ପିଲାଙ୍କୁ ଟ୍ୟୁସନ୍‍ କରି ପରିବାର ପ୍ରତିପୋଷଣ କରନ୍ତି। ଢେଙ୍କାନାଳରେ ରମାକାନ୍ତଙ୍କ ଘର। ରୋଜଗାର କରିବା ପାଇଁ ଏବଂ ସ୍ୱାବଲମ୍ବୀ ହେବା ଲାଗି ରମାକାନ୍ତ ମାଷ୍ଟରକ୍ୟାଣ୍ଟିନ୍‍ ରେଲ୍‍ୱେ ଷ୍ଟେସନ୍‍ରେ ଓଜନ ମାପ ସହିତ କିଛି ସାମଗ୍ରୀ ବିକ୍ରି କରନ୍ତି। ୧୮ବର୍ଷ ହେଲା ରମାକାନ୍ତ ଓ ଜ୍ୟୋତିରଞ୍ଜନ ରହିବା ଦିନରୁ ଦୁହେଁ ଗୋଟିଏ ଥାଳିରେ ଖାଇବାଠାରୁ ଆରମ୍ଭ କରି ତାଙ୍କର ସବୁ କାର୍ଯ୍ୟରେ ସହଯୋଗ କରନ୍ତି। ସକାଳ ସେମାନଙ୍କର ଚେସ୍‍ ଖେଳରୁ ଆରମ୍ଭ ହୁଏ ଓ ରାତି ସୁଖଦୁଃଖ ବାଣ୍ଟିବାରେ ଶେଷ ହୁଏ। ଟ୍ରେନିଂ ନେଲାବେଳେ ଏକାଠି ସେମାନଙ୍କର ଭେଟ ହୁଏ, ଆଉ ସେହିଦିନଠାରୁ ଦୀର୍ଘ ୧୮ ବର୍ଷରୁ ଊର୍ଦ୍ଧ୍ବ ସେମାନଙ୍କର ବନ୍ଧୁତ୍ୱ। ଧୀରେ ଧୀରେ ଏହି ସମ୍ପର୍କର ନିବିଡ଼ତା ସୁଦୃଢ଼ ହେବାରେ ଲାଗିଛି। ଏମିତିକି ଚେସ୍‍ ଖେଳିବା ପାଇଁ ବାହାରକୁ ମଧ୍ୟ ଯାଆନ୍ତି। ଡୋରି ଏତେ ମଜଭୁତ୍‍ ହୋଇଯାଇଛି ଯେ, ୨ଜଣ ପରସ୍ପରକୁ ଘଡ଼ିଏ ଛାଡ଼ି ରହିବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ। କେବଳ ଘରକୁ ଗଲେ ପରସ୍ପରଠାରୁ ଅଲଗା ହୁଅନ୍ତି। କରୋନା ମହାମାରୀ ଯୋଗୁଁ ବିକ୍ରିବଟା ଓ ଟ୍ୟୁସନ୍‍ ବନ୍ଦ ହୋଇଯାଇଛି। ଏଥିପାଇଁ ୨ଜଣ ଦୃଷ୍ଟିହୀନ ବନ୍ଧୁ ମିଶି ଆରମ୍ଭ କରିଛନ୍ତି ‘ୟୁଟ୍ୟୁବ୍‍ ଚାନେଲ୍‍’। ଯେଉଁଥିରେ ସେମାନେ ସେମାନଙ୍କ ଭଳି ଦୃଷ୍ଟିହୀନଙ୍କୁ ମୁଖ୍ୟସ୍ରୋତରେ ସାମିଲ୍‍ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଭଜନ ହେଉ ଅବା ନୃତ୍ୟ ପରିବେଷଣ କରୁଥିବା ଦୃଷ୍ଟିହୀନଙ୍କୁ ସୁଯୋଗ ଦେବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ବୋମାମାଡ଼, ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

ଏବେ ଦିନରେ ରମାକାନ୍ତ ଜିନିଷ ବିକ୍ରି କରୁଥିବାବେଳେ ତାଙ୍କ ସହ ଜ୍ୟୋତିରଞ୍ଜନ ମଧ୍ୟ ଯାଉଛନ୍ତି। ଉଭୟେ ମାସକୁ ୭-୮ ହଜାର ଟଙ୍କା ରୋଜଗାର କରୁଛନ୍ତି। ସେତିକିରେ ଦୁଇଜଣ ଚଳିବା ସହ ଘରକୁ ମଧ୍ୟ ଚଳାଉଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ କୌଣସି ଫାଟ ସୃଷ୍ଟି ହୋଇପାରିନାହିଁ। ଏ ସମ୍ପର୍କରେ ଜ୍ୟୋତିରଞ୍ଜନ ଏବଂ ରମାକାନ୍ତ କୁହନ୍ତି, ୧୮ବର୍ଷ ତଳେ ଦେଖା ହୋଇଥିଲୁ। ସେତେବେଳେ ଆମେ ୫-୬ ଦୃଷ୍ଟିହୀନ ସାଙ୍ଗ ହୋଇଥିଲୁ। ମାତ୍ର ଆଜି ପର୍ଯ୍ୟନ୍ତ ବି ଆମ ଦୁହିଁଙ୍କର ବନ୍ଧୁତା ରହିଛି। ପରସ୍ପରକୁ ବୁଝିବା ସହ ବହୁତ ଭଲ ପାଉ। ଭଗବାନ ଆମକୁ ଆଣି ଏକାଠି କରିଛନ୍ତି। କେବଳ ସେତିକି ନୁହେଁ ଦୁହେଁ ଦୁହିଁଙ୍କ ସୁଖଦୁଃଖର ସାଥି ହୋଇରହିଛୁ। ଆଗକୁ ବି ଏମିତି ଆମର ବନ୍ଧୁତାର ଗାଡ଼ି ଆଗକୁ ଚାଲିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp