ସମୀକ୍ଷା ଓ ସଂପାଦକୀୟ

ସଂକଟ ଟଳିନି

ମଧ୍ୟପ୍ରାଚ୍ୟରେ ଯେ ଶାନ୍ତି ଫେରିଆସୁଛି, ଏକଥା କୌଣସି ଗୋଟିଏ ପକ୍ଷ ଜୋରଦେଇ କହିପାରିବେନି। ‘ଅପରେସନ ସିନ୍ଦୂର’ରେ ହଠାତ୍‌‌ ବିରତି ବା ବିରାମ ଘୋଷଣା କଲା ଭଳି ରାଷ୍ଟ୍ରପତି ଟ୍ରମ୍ପ ଇସ୍ରାଇଲ-ଇରାନ ଅଘୋଷିତ ଯୁଦ୍ଧ ସ୍ଥଗିତ ରହିଲା କହି ଉତ୍ତେଜନା ପ୍ରଶମିତ କରିଛନ୍ତି। ଏହାର ପୃଷ୍ଠଭାଗରେ ତାଙ୍କର ନୋବେଲ ଶାନ୍ତି ପୁରସ୍କାର ହାସଲ ଲକ୍ଷ୍ୟ ଥାଉ କିମ୍ୱା କାତାର ଉପରେ ଇରାନର ପ୍ରତୀକାତ୍ମକ ଆକ୍ରମଣର ସମ୍ଭାବ୍ୟ ଭୟଙ୍କର ପରିଣତି ହେଉ, ଏଭଳି କିଛି ବିଚାର ତାଙ୍କୁ ଏ ଦିଗରେ […]
ସମୀକ୍ଷା ଓ ସଂପାଦକୀୟ 

ଡିଜିଟାଲ୍ ଭାରତର ଏକ ଦଶନ୍ଧି

ଦଶ ବର୍ଷ ପୂର୍ବେ, ଆମେ ପୂର୍ଣ୍ଣ ବିଶ୍ୱାସ ସହିତ ଏପରି ଏକ କ୍ଷେତ୍ରକୁ ଯାତ୍ରା ଆରମ୍ଭ କରିଥିଲୁ ଯେଉଁଠାକୁ ପୂର୍ବରୁ କେହି ଯାଇ ନଥିଲେ। ଭାରତୀୟମାନେ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିପାରିବେ କି ନାହିଁ ତାହାକୁ ନେଇ ଅନେକ ଦଶନ୍ଧି ଧରି ଶଙ୍କା ବ୍ୟକ୍ତ କରାଯାଉଥିଲା। ଆମେ ସେହି ମାନସିକତାକୁ ପରିବର୍ତ୍ତନ କରିଛୁ ଏବଂ ଭାରତୀୟମାନଙ୍କ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବାର କ୍ଷମତାରେ ବିଶ୍ୱାସ କରିଛୁ। ପ୍ରଯୁକ୍ତିବିଦ୍ୟାର ବ୍ୟବହାର କେବଳ ଧନୀ ଏବଂ ଗରିବଙ୍କ ମଧ୍ୟରେ ବ୍ୟବଧାନକୁ ଆହୁରି ଅଧିକ […]
ସମୀକ୍ଷା ଓ ସଂପାଦକୀୟ 

ବିଳାସରେ ମିତବ୍ୟୟିତା

ଗ୍ରୀଷ୍ମ ଋତୁରେ ଘୋର ବିଦ୍ୟୁତ୍‌‌ ଅଭାବର ସମ୍ମୁଖୀନ ହେଉଥିବା ସରକାର ବିଦ୍ୟୁତ୍‌‌ ସଞ୍ଚୟ ଏବଂ ବିଦ୍ୟୁତ୍‌‌ ବିଲ୍‌‌ ହ୍ରାସ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି। ସରକାର ଏବେ ଏୟାର କଣ୍ଡିସନର(ଏସି)ର ତାପମାତ୍ରା ସ୍ଥିର କରିବା ସମ୍ପର୍କରେ ଏକ ନୂତନ ନିୟମ ଲାଗୁ କରିବାକୁ ଯୋଜନା କରୁଛନ୍ତି। ଏହି ଯୋଜନା ଲାଗୁ ହେଲେ ଏସିର ତାପମାତ୍ରା ୨୦ ଡିଗ୍ରୀରୁ କମ୍‌‌ ଏବଂ ୨୮ ଡିଗ୍ରୀ ସେଲସିୟସ୍‌‌ରୁ ଅଧିକ ରଖିହେବ ନାହିଁ। ଏହି ନିୟମ ସମସ୍ତ ଘର, କାର୍ଯ୍ୟାଳୟ, ଦୋକାନ, […]
ସମୀକ୍ଷା ଓ ସଂପାଦକୀୟ 

ପାରମ୍ପରିକ ଘରର ପ୍ରାସଙ୍ଗିକତା

‘ଏଇ ଘରଟିରେ ଜନମ ମୋର, ଝାଟିମାଟିର ଏ ନଡ଼ା ଛପର / ଏଇ ଘରେ ଆମେ ଏକାଠି ଥାଉ, ଏକାଠି ଖାଉ, ଏକାଠି ବସୁ, ଏକାଠି ହସୁ / ବୁଢ଼ୀମା’ ପାଶେ, ଗପ ଶୁଣୁ ଶୁଣୁ ନିଦଟି ଆସେ।’ ପିଲା ଦିନର ଏହି କବିତା, ଗ୍ରାମ୍ୟ ଜୀବନର ଜୀବନ ଶୈଳୀକୁ ନିଖୁଣ ଭାବରେ ଦର୍ଶାଇ ଥାଏ। ଆଜି ବି ଗ୍ରାମ୍ୟ ଜୀବନର ଏହା ବହୁମାତ୍ରରେ ଜୀବନ୍ତ। ବର୍ଦ୍ଧିଷ୍ଣୁ ବିଶ୍ୱ ତାପମାତ୍ରା ଏବଂ ଜଳବାୟୁ ସଙ୍କଟ ପରିପ୍ରେକ୍ଷୀରେ ଗ୍ରାମୀଣ […]
ସମୀକ୍ଷା ଓ ସଂପାଦକୀୟ 

ବିଶ୍ୱାସର ବୈଜ୍ଞାନିକ ବିଶ୍ଳେଷଣ

ଆମ ସମାଜରେ ଧର୍ମ ବିଶ୍ୱାସ ସହିତ ତନ୍ତ୍ରମନ୍ତ୍ର ଆଦିର ଉପସ୍ଥିତି ଓ ପ୍ରଭାବ ବହୁକାଳରୁ ରହିଆସିଛି। ଏଥିସହିତ ଯୋଡ଼ି ହୋଇରହିଥିବା ଅଲୌକିକତା ଯୋଗୁଁଁ ତନ୍ତ୍ରମନ୍ତ୍ରର ଉପରେ ଜନବିଶ୍ୱାସ ଦୃଢ଼ ହୋଇ ଆସିଛି। ଅପରପକ୍ଷରେ ବିଜ୍ଞାନର ଆହ୍ୱାନରେ ତନ୍ତ୍ରମନ୍ତ୍ରର କରାମତି ବଳହୀନ ସାବ୍ୟସ୍ତ ହୋଇଛି। ତଥାପି ଅନ୍ଧବିଶ୍ୱାସକୁ ପାଥେୟ କରି ତନ୍ତ୍ର ଓ ତାନ୍ତ୍ରିକମାନେ ଆଜି ମଧ୍ୟ ସମାଜର ବିଭିନ୍ନ ସ୍ତରରେ ଆଧିପତ୍ୟ ବିସ୍ତାର କରିଛନ୍ତି। ତନ୍ତ୍ରମନ୍ତ୍ର ଆଦିର ବିଶ୍ଳେଷଣରୁ ଜଣାଯାଏ ଯେ ପାଶ୍ଚାତ୍ୟ ଜଗତରେ ଏହାର ଦୁଇ […]
ସମୀକ୍ଷା ଓ ସଂପାଦକୀୟ 

କୋଟିପତିଙ୍କ ସ୍ୱର୍ଗ

ବିଶ୍ୱରେ ସବୁଠାରୁ ଜନବହୁଳ ରାଷ୍ଟ୍ର ଭାରତ। ଏଥିମଧ୍ୟରେ ଲୋକସଂଖ୍ୟା ୧୪୪ କୋଟି ଅତିକ୍ରମ କଲାଣି। ଆମ ଅର୍ଥନୀତି ମଧ୍ୟ ୪ଟ୍ରିଲିୟନ୍‌‌ ଡଲାର ଅତିକ୍ରମ କରି ଚତୁର୍ଥ ବୃହତ୍‌‌ ଅର୍ଥନୀତିର ମର୍ଯ୍ୟାଦା ହାସଲ କରିଛି। ତେବେ ଦେଶର ଏକଶହ ବିତ୍ତଶାଳୀ ବ୍ୟକ୍ତିଙ୍କ ହାତରେ ୧ ଟ୍ରିଲିୟନ୍‌‌ ଡଲାର ସମ୍ପତ୍ତି ଠୁଳ ହୋଇ ରହିଛି। ତେଲିଆ ମୁଣ୍ଡରେ ତେଲ ଭଳି କିଛି ସୀମିତ ଲୋକଙ୍କ ଉପାର୍ଜନ ବଢ଼ୁଛି। ସେମାନେ ଜାତୀୟ ସମ୍ୱଳକୁ ନିଜ କରାୟତ୍ତରେ ରଖିବାକୁ ସମର୍ଥ ହୋଇଛନ୍ତି। ସରକାରୀ […]
ସମୀକ୍ଷା ଓ ସଂପାଦକୀୟ 

ବିଶ୍ୱାସ ଓ ଶାନ୍ତି

ଚୀନ୍‌‌ରେ ସଦ୍ୟ ଅନୁଷ୍ଠିତ ‘ସାଂଘାଇ କୋଅପରେସନ୍‌‌ ଅର୍ଗାନାଇଜେସନ୍‌‌ (ଏସ୍‌‌ସିଓ)’ର ଚିଠା ପ୍ରସ୍ତାବରେ ଭାରତ ସ୍ୱାକ୍ଷର କରିବାକୁ ରୋକ୍‌‌ଠୋକ୍‌‌ ମନା କରିଦେଇଛି। ଆତଙ୍କବାଦୀ ନିରୋଧ ଏବଂ ଆଞ୍ଚଳିକ ଶାନ୍ତି ସହାବସ୍ଥାନ ଓ ସୁରକ୍ଷା ଏହି ସଂଗଠନର ପ୍ରମୁଖ ଆଭିମୁଖ୍ୟ ହୋଇଥିଲେ ହେଁ ଗତ ଏପ୍ରିଲ୍‌‌ ୨୨ ତାରିଖରେ କାଶ୍ମୀରର ପହଲ୍‌‌ଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ଉକ୍ତ ଚିଠା ପ୍ରସ୍ତାବରେ ସ୍ଥାନ ପାଇନାହିଁ। ଅଥଚ ପାକିସ୍ତାନର ବାଲୋଚିସ୍ତାନରେ ଗତ ମାର୍ଚ୍ଚ ମାସର ଟ୍ରେନ୍‌‌ ଅପହରଣ ଘଟଣା ସ୍ଥାନ ପାଇଛି। ଅର୍ଥାତ୍‌‌ […]
ସମୀକ୍ଷା ଓ ସଂପାଦକୀୟ 

ଅପାର-ଆଧାର କଷଣ

‘ଆଧାର’ ଭାରତୀୟ ନାଗରିକଙ୍କ ଅନନ୍ୟ ପରିଚୟପତ୍ର। କିନ୍ତୁ ଏହା ନାଗରିକ ପରିଚୟପତ୍ର ନୁହେଁ ବୋଲି କାର୍ଡରେ ଉଲ୍ଲେଖ ରହିଛି। ‘ଅଟୋମେଟେଡ୍‌‌ ପରମାନେଣ୍ଟ ଏକାଡେମିକ ଆକାଉଣ୍ଟ ରେଜିଷ୍ଟ୍ରି’ ବା ‘ଅପାର’ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ସ୍ତର ଆକଳନ ନିମନ୍ତେ ବ୍ୟାଙ୍କ ପାସବୁକ୍‌‌ ପରି ଏକ ବୈଦ୍ୟୁତିକ ଦସ୍ତାବିଜ୍‌‌। ଏହା ମଧ୍ୟ ବିଦ୍ୟାର୍ଥୀମାନଙ୍କ ଏକ ପ୍ରମାଣପତ୍ର ସଦୃଶ। କିନ୍ତୁ ଏହି ‘ଅପାର ଆଇଡି’ ବର୍ତ୍ତମାନ ହଜାର ହଜାର ଶିକ୍ଷାର୍ଥୀଙ୍କ ସହିତ ଶିକ୍ଷକ ଓ ଅଭିଭାବକଙ୍କ ପାଇଁ ସମସ୍ୟା ପାଲଟି ଯାଇଛି। ଶିକ୍ଷାର୍ଥୀ, […]
ସମୀକ୍ଷା ଓ ସଂପାଦକୀୟ 

ଅନନ୍ତ ପଥ ଏ ରଥପଥ

ପ୍ରଭୁ ବର୍ଷକୁ ଥରେ ବଡ଼ଦାଣ୍ଡକୁ ଆସନ୍ତି, ପୂଜା ପାଇବା ପାଇଁ ନୁହେଁ, ବରଂ ଆମକୁ କୋଳେଇ ନେବା ପାଇଁ ଆଉ ମନେ ପକାଇଦେବା ପାଇଁ ଯେ, ଏ ଧୂଳି ଧୂସରିତ ପବିତ୍ର ରଥପଥରେ କେବେ ସ୍ୱୟଂ ଲୀଳାମୟ, ଭକ୍ତଙ୍କ ସାଙ୍ଗରେ ଏକାଠି ଚାଲିବାର କଷ୍ଟ ବି ଉଠାନ୍ତି। ଏମିତି ଏକ ବିଗ୍ରହ ଯାହାର ନା ହାତ ଅଛି ନା ପାଦ ଅଛି। ହେଲେ ଭୂମିରୁ ଭୂମା ଯାଏଁ ସେ ପରିବ୍ୟାପ୍ତ। ଯେ ଅପଲକ ନୟନରେ ସମଗ୍ର ବ୍ରହ୍ମାଣ୍ଡକୁ […]
ସମୀକ୍ଷା ଓ ସଂପାଦକୀୟ 

ଓଡ଼ିଆ ଭାଷା ଓ ସାହିତ୍ୟର ଭବିଷ୍ୟତ

ବର୍ତ୍ତମାନ ବିଶ୍ୱ ଜନମାନସ ଆଗ ଭଳି ସାହିତ୍ୟାନୁରାଗୀ ନୁହେଁ। ବର୍ତ୍ତମାନ ସାହିତ୍ୟ ପଛ ଧାଡ଼ିରେ। ଆଗରେ ଅଛି -ଏସ.ଟି.ଇ.ଏମ.(ସାଇନ୍ସ-ବିଜ୍ଞାନ, ଟେକ୍‌‌ନୋଲଜି-ବୈଷୟିକ ଜ୍ଞାନକୌଶଳ, ଇଞ୍ଜିନିୟରିଂ-ଯାନ୍ତ୍ରିକ ବିଦ୍ୟା, ମ୍ୟାଥମେଟିକ୍‌‌ସ-ଗଣିତ)। ଆମେରିକା, ଚୀନ ଆଦି ବିକଶିତ ଦେଶମାନେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଏବଂ ଆଜିର ଦୁନିଆ ସହିତ ତାଳ ଦେଇ ନିଜକୁ ବଞ୍ଚାଇ ରଖିବାକୁ ହେଲେ ଏହା ଉପରେ ଗୁରୁତ୍ୱ ଦେବା ମଧ୍ୟ ଜରୁରୀ ହେଇପଡ଼ିଛି। ଜେଡ ଜେନେରେସନର କ୍ୱଚିତ ପିଲା (୧୩ ରୁ ୨୮ […]
ସମୀକ୍ଷା ଓ ସଂପାଦକୀୟ 

ଘୋଷଯାତ୍ରାରେ ଶ୍ରୀପୁରୁଷୋତ୍ତମ ଚେତନା

ଆଜି ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା। ବଡ଼ଦାଣ୍ଡରେ ଦିବ୍ୟ ଆଭରଣରେ ମଣ୍ଡିତ ହୋଇ ଝଟକୁଛନ୍ତି ତିନିରଥ। ନିର୍ଦ୍ଦେଶ ପାଇବା ମାତ୍ରେ ବ୍ରହ୍ମଲୋକ ପର୍ଯ୍ୟନ୍ତ ଅତିକ୍ରମ କରିଯିବେ। ରଥରୂଢ଼ ନୀଳାଚଳ ଶିଖା ମଣେ। କ୍ଷରଶୀଳ ଜଗତରୁ ଅତୀତ, ଅକ୍ଷର ଜୀବ ଭୂତ ଆତ୍ମାଠାରୁ ଶ୍ରେଷ୍ଠ, ସବୁର ଆଦି, ଅନ୍ତ, ମଧ୍ୟ, ପରମ- ଧାମ ଓ ଆଧାର ମଧ୍ୟ ଏହି। ଏଠି ରାଜା-ପ୍ରଜା, ଉଚ୍ଚ-ନୀଚ, ଧନୀ-ଦରିଦ୍ର, ଜାତି-ବର୍ଣ୍ଣ-ଧର୍ମ ନିର୍ବିଶେଷରେ ସମସ୍ତେ ସମାନ। କେହି ଜ୍ୟେଷ୍ଠ-ଶ୍ରେଷ୍ଠର ଅଧିକାରୀ ନୁହନ୍ତି। ସେହି କ୍ଷରାକ୍ଷରାତୀତ ଏ […]
ସମୀକ୍ଷା ଓ ସଂପାଦକୀୟ 

ମୂଲ୍ୟବୋଧର ସୁରକ୍ଷା

ଗତ ସାତଦିନ ମଧ୍ୟରେ ଦେଶରେ ଏଭଳି ତିନିଟି ଅଘଟଣ ଗଣମାଧ୍ୟମ ଜରିଆରେ ଲୋକଲୋଚନକୁ ଆସିଛି, ଯାହା ଆଜିର ସଭ୍ୟ ସମାଜ ଓ ଏକବିଂଶ ଶତାବ୍ଦୀର ମାନବ ସଭ୍ୟତା ପ୍ରତି ଏକ କଳଙ୍କ କହିବାର ଯଥାର୍ଥତା ରହିଛି। ଗଣମାଧ୍ୟମର ଦୃଷ୍ଟି ଆଢ଼ୁଆଳରେ ଦେଶରେ ପ୍ରତିକୋଣରେ ପ୍ରତିକ୍ଷଣରେ ଏଭଳି ଅନେକ ସ୍ପର୍ଶକାତର ଘଟଣା ଘଟୁଥିଲେ ମଧ୍ୟ ନିର୍ଯାତିତ ଓ ପୀଡ଼ିତମାନେ ଭାଗ୍ୟକୁ ଆଦରି ବଞ୍ଚିବାକୁ ବାଧ୍ୟ ହେଉଛନ୍ତି। କେଉଁଠାରେ ଦଳିତମାନଙ୍କର ଘର ପୋଡ଼ି ଦିଆଯାଉଛି ତ କେଉଁଠାରେ ନିଅାଁପାଣି ବାସନ୍ଦ […]
ସମୀକ୍ଷା ଓ ସଂପାଦକୀୟ