ଫଳ ସହିତ କ’ଣ ଖାଇବେନି

The Sakala Picture
Published On

ସୁସ୍ଥ ରହିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ନିୟମିତ ଫଳ ଖାଇବାକୁ ପରାମର୍ଶ ଦେଇଥାନ୍ତି। ତେବେ ଫଳ ସହିତ କେତେକ ଜିନିଷ ଖାଇବା ଦ୍ବାରା ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ତେବେ ଆସନ୍ତୁ ଜାଣିବା, ଫଳ ସହିତ କ’ଣ ଖାଇବା ଅନୁଚିତ… ଫଳ ସହିତ ଅଧିକ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ(ଅଣ୍ଡା, ମାଂସ ଆଦି) ଖାଇବା ଅନୁଚିତ। ଫଳରେ ନାଚ୍ୟୁରାଲ ସୁଗାର ଥାଏ ଯାହାକି ଶୀଘ୍ର ହଜମ ହୋଇଯାଇଥାଏ, ଅପରପକ୍ଷରେ ପ୍ରୋଟିନ୍‌ ହଜମ ହେବାକୁ ସମୟ ଲାଗିଥାଏ। ଏହାକୁ ଏକାଠି […]

ସୁସ୍ଥ ରହିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ନିୟମିତ ଫଳ ଖାଇବାକୁ ପରାମର୍ଶ ଦେଇଥାନ୍ତି। ତେବେ ଫଳ ସହିତ କେତେକ ଜିନିଷ ଖାଇବା ଦ୍ବାରା ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ତେବେ ଆସନ୍ତୁ ଜାଣିବା, ଫଳ ସହିତ କ’ଣ ଖାଇବା ଅନୁଚିତ…

ଆହୁରି ପଢ଼ନ୍ତୁ: ସାବଧାନ! ଅତ୍ୟଧିକ ମାଉଥୱାଶ୍ ବ୍ୟବହାର ଡାକିପାରେ ବିପଦ; ବଢିପାରେ ରକ୍ତଚାପ ଓ ହୃଦ୍‌ରୋଗ ସମସ୍ୟା

  • ଫଳ ସହିତ ଅଧିକ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ(ଅଣ୍ଡା, ମାଂସ ଆଦି) ଖାଇବା ଅନୁଚିତ। ଫଳରେ ନାଚ୍ୟୁରାଲ ସୁଗାର ଥାଏ ଯାହାକି ଶୀଘ୍ର ହଜମ ହୋଇଯାଇଥାଏ, ଅପରପକ୍ଷରେ ପ୍ରୋଟିନ୍‌ ହଜମ ହେବାକୁ ସମୟ ଲାଗିଥାଏ। ଏହାକୁ ଏକାଠି ଖାଇବା ଦ୍ବାରା ହଜମଜନିତ ସମସ୍ୟା ଦେଖାଯାଏ।
  • ସେହିଭଳି ଖଟାଫଳକୁ ଦୁଗ୍ଦଜାତୀୟ ଦ୍ରବ୍ୟ(କ୍ଷୀର, ଦହି) ସହିତ ଖାଇବା ଅନୁଚିତ। ଏହାଦ୍ବାରା ପାଚନ ସମ୍ପର୍କୀୟ ସମସ୍ୟା ଦେଖାଯାଇପାରେ। ଖଟା ଫଳରେ ଥିବା ଏସିଡ୍‌, ଦୁଗ୍ଧଜାତ ପଦାର୍ଥରେ ଥିବା ପ୍ରୋଟିନ୍‌ ସହ ମିଶି ସମସ୍ୟା ସୃଷ୍ଟି କରିପାରେ। ଏହାକୁ ଅଲଗା ଅଲଗା ସେବନ କରିବା ଉଚିତ।
  • ଫଳକୁ ବ୍ରେଡ୍‌ କିମ୍ବା ଆଳୁ ଭଳି ହାଇ ଷ୍ଟ୍ରାଚ୍‌ଯୁକ୍ତ ଖାଦ୍ୟ ସହିତ ଖାଇବା ଅନୁଚିତ। ଏହାଦ୍ବାରା ଗ୍ୟାସ୍‌, ପେଟଫୁଲା ଆଦି ସମସ୍ୟା ଦେଖାଯାଇପାରେ।
  • ସେହିଭଳି ତରଭୁଜକୁ ଅନ୍ୟ କୌଣସି ଫଳ ସହ ଖାଇବା ଅନୁଚିତ। ଏହାକୁ ଅନ୍ୟ ଫଳ ସହ ଖାଇବା ଦ୍ବାରା ପାଚନ ସମ୍ପର୍କୀୟ ସମସ୍ୟା ଦେଖାଯାଇପାରେ।
  • ସେହିଭଳି ଅଧିକ ଭାରୀ ଯୁକ୍ତ ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ଫଳ ଖାଇବା ଅନୁଚିତ। ଫଳ ଶୀଘ୍ର ହଜମ ହୋଇଯାଏ। ଏହାକୁ ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ଖାଇବା ଦ୍ବାରା ଏହା ହଜମ ହେବାକୁ ସମୟ ଲାଗିଥାଏ। ତେଣୁ ଖାଦ୍ୟ ଖାଇବାର ଅଧ ଘଣ୍ଟା ପରେ ଫଳ ଖାଇବା ଆବଶ୍ୟକ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp