ମନୋରଞ୍ଜନ
ଦୁର୍ଗାପୂଜା ପାଇଁ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା , ମୁତୟନ ହେବେ ୬୧ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର: ଦୁର୍ଗାପୂଜା ପାଇଁ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା । ୧୯୩ ଟି ପୂଜା ମଣ୍ଡପରେ ଲୋକଙ୍କ ସୁରକ୍ଷାକୁ ନିୟନ୍ତ୍ରଣ କରିବେ ୬୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଯାହା ଭିତରେ ୩ ପ୍ଲାଟୁନ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମଧ୍ୟ ରହିଛନ୍ତି। ୩ ଜଣ ଡିସିପି ରାଙ୍କ ଅଫିସର ଏସବୁ ମନିଟର କରିବେ। ୨୪ ଟି ପେଣ୍ଡାଲରେ ମା'ଙ୍କ ମୂର୍ତ୍ତିରେ ସୁନା ଓ ରୂପା ଅଳଙ୍କାର ବ୍ୟବହାର ହେଉଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ ହେବ। ଡ୍ରୋନ୍ ଦ୍ୱାରା ମଧ୍ୟ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ହେବ। ୪ ଟି ଡ୍ରୋନର ବ୍ୟବସ୍ଥା ହୋଇଛି। ଏସବୁକୁ ସ୍ମାର୍ଟ ସିଟି କ୍ୟାମେରା ଦ୍ୱାରା ମନିଟର କରାଯିବ।
କମିଶନରେଟ ପୋଲିସର ହର୍ ଟିମ ମହିଳାଙ୍କ ସୁରକ୍ଷା ଦିଗରେ ନିୟୋଜିତ ହୋଇଛନ୍ତି। ମୋବାଇଲ ପାଟ୍ରୋଲିଂ ବ୍ୟାପକ ହୋଇଛି। ଷ୍ଟ୍ରାଇକିଂ ଫୋର୍ସ , ସ୍ପେଶାଲ ୟୁନିଟ, ବମ ଡିସ୍ପୋଯାଲ ସ୍କ୍ୱାଡ ମଧ୍ୟ ମୁତୟନ ହେବେ। ରାଜଧାନୀବାସୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଯାଇ ଏଭଳି ବ୍ୟବସ୍ଥା ହୋଇଥିବା କହିଛନ୍ତି ପୋଲିସ କମିଶନର। ସେହିପରି ଟ୍ରାଫିକ ବ୍ୟବସ୍ଥା ସହରରେ ବର୍ତ୍ତମାନ ଅସମ୍ଭାଳ ହୋଇପଡିଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ଛକ ବଜାରରେ ଟ୍ରାଫିକ ସମସ୍ୟା ଦେଖାଯାଉଛି । ଏସବୁକୁ ନିୟନ୍ତ୍ରଣ କରିବା ପାଇଁ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା କହିଛନ୍ତି ପୋଲିସ କମିଶନର ଏସ୍.ଦେବଦତ୍ତ ସିଂ।