ମନୋରଞ୍ଜନ
ମା’ ହେବେ ପରିଣୀତି

ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢ୍ଢାଙ୍କ ଘରକୁ ଖୁବ୍ଶୀଘ୍ର ନୂଆ ଅତିଥିଙ୍କ ଆଗମନ ହେବାକୁ ଯାଉଛି। ବିବାହର ଦୁଇ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ପରିଣୀତି। ଉଭୟ ପରିଣୀତି ଏବଂ ରାଘବ ଏହି ଖୁସି ଖବର ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଜଣାଇଛନ୍ତି। ଦୁହେଁ ଦୁଇରୁ ତିନି ହେବାକୁ ଯାଉଥିବା କହିଛନ୍ତି। ଅବଶ୍ୟ ସେମାନଙ୍କର ଏହି ଖୁସି ଖବର ସମ୍ପର୍କରେ କପିଲ ଶର୍ମାଙ୍କ ଶୋ’ରୁ ଅନୁମାନ କରାଯାଉଥିଲା। ଶେଷରେ ସେମାନେ ଏକଥା ସମସ୍ତଙ୍କୁ ଜଣାଇଛନ୍ତି। […]
ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢ୍ଢାଙ୍କ ଘରକୁ ଖୁବ୍ଶୀଘ୍ର ନୂଆ ଅତିଥିଙ୍କ ଆଗମନ ହେବାକୁ ଯାଉଛି। ବିବାହର ଦୁଇ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ପରିଣୀତି। ଉଭୟ ପରିଣୀତି ଏବଂ ରାଘବ ଏହି ଖୁସି ଖବର ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଜଣାଇଛନ୍ତି। ଦୁହେଁ ଦୁଇରୁ ତିନି ହେବାକୁ ଯାଉଥିବା କହିଛନ୍ତି। ଅବଶ୍ୟ ସେମାନଙ୍କର ଏହି ଖୁସି ଖବର ସମ୍ପର୍କରେ କପିଲ ଶର୍ମାଙ୍କ ଶୋ’ରୁ ଅନୁମାନ କରାଯାଉଥିଲା। ଶେଷରେ ସେମାନେ ଏକଥା ସମସ୍ତଙ୍କୁ ଜଣାଇଛନ୍ତି।
ପରିଣୀତି ତାଙ୍କ ପୋଷ୍ଟରେ କହିଛନ୍ତି, ‘‘ଆମର ଛୋଟ ଦୁନିଆ ଏବେ ରାସ୍ତାରେ ଅଛି।’’ ଶୁଭେଚ୍ଛା ଓ ଆଶୀର୍ବାଦ ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହ ନଜର ନ ଲାଗିବାର ଇମୋଜି ବି ସେୟାର୍ କରିଛନ୍ତି। ସେହିପରି ତାଙ୍କର ଏହି ପୋଷ୍ଟରେ କେକ୍ର ଫଟୋ ଅଛି। ଏଥିରେ ୧+୧=୩ ଲେଖାଯିବା ସହ ଛୋଟ ପିଲାର ପାଦ ଚିହ୍ନ ବି ଅଛି। ଏହାସହ ଏଥିରେ ଏକ ଭିଡିଓ ମଧ୍ୟ ରହିଛି। ଯେଉଁଥିରେ ପରିଣୀତି ରାଘବଙ୍କ ହାତ ଧରି ବଗିଚାରେ ଚାଲୁଥିବା ଦେଖାଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ଉଭୟଙ୍କ ପରିବାର ଲୋକେ, ସାଙ୍ଗସାଥୀ ଏବଂ ପ୍ରଶଂସକ ସେମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛନ୍ତି।