ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଅବସାଦ କମାଏ ଦିନକୁ ଦୁଇ ଘଣ୍ଟାର ଫୋନ୍‌ ବ୍ୟବହାର

The Sakala Picture
Published On

ଅତ୍ୟଧିକ ମୋବାଇଲ ବ୍ୟବହାର ଯୋଗୁଁ ଏବେ ଲୋକଙ୍କଠାରେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି। ବିଶେଷକରି ଏହି ସମସ୍ୟା କିଶୋରକିଶୋରୀଙ୍କଠାରେ ଅଧିକ ଦେଖିବାକୁ ମିଳିଥାଏ। ସେଥିପାଇଁ ଯଥାସମ୍ଭବ ମୋବାଇଲ କମ୍‌ ବ୍ୟବହାର କରିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଉଛି। ଗୋଟିଏ ପଟେ ଅଧିକ ଫୋନ ବ୍ୟବହାର ସ୍ବାସ୍ଥ୍ୟ ସମସ୍ୟାର କାରଣ ପାଲଟୁଥିବା ବେଳେ ଅନ୍ୟପଟେ ଏହାର କମ୍ ବ୍ୟବହାର ମାନସିକ ସ୍ବାସ୍ଥ୍ୟ ସମସ୍ୟାକୁ ହ୍ରାସ କରିବା ଦିଗରେ ଫଳପ୍ରଦ ବୋଲି କୁହାଯାଇଛି। ଦିନକୁ ଘଣ୍ଟାଏରୁ ଦୁଇ […]

ଅତ୍ୟଧିକ ମୋବାଇଲ ବ୍ୟବହାର ଯୋଗୁଁ ଏବେ ଲୋକଙ୍କଠାରେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି। ବିଶେଷକରି ଏହି ସମସ୍ୟା କିଶୋରକିଶୋରୀଙ୍କଠାରେ ଅଧିକ ଦେଖିବାକୁ ମିଳିଥାଏ। ସେଥିପାଇଁ ଯଥାସମ୍ଭବ ମୋବାଇଲ କମ୍‌ ବ୍ୟବହାର କରିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଉଛି। ଗୋଟିଏ ପଟେ ଅଧିକ ଫୋନ ବ୍ୟବହାର ସ୍ବାସ୍ଥ୍ୟ ସମସ୍ୟାର କାରଣ ପାଲଟୁଥିବା ବେଳେ ଅନ୍ୟପଟେ ଏହାର କମ୍ ବ୍ୟବହାର ମାନସିକ ସ୍ବାସ୍ଥ୍ୟ ସମସ୍ୟାକୁ ହ୍ରାସ କରିବା ଦିଗରେ ଫଳପ୍ରଦ ବୋଲି କୁହାଯାଇଛି। ଦିନକୁ ଘଣ୍ଟାଏରୁ ଦୁଇ ଘଣ୍ଟା ଫୋନ୍‌ ବ୍ୟବହାର କରୁଥିବା କିଶୋରକିଶୋରୀଙ୍କଠାରେ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଆଶଙ୍କା ହ୍ରାସ ପାଏ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଘର ଓଳାଇବାର ସଠିକ୍ ସମୟ ଜାଣନ୍ତୁ, ନଚେତ୍ ଏହି ୩ଟି ଭୁଲ୍ ଆପଣଙ୍କୁ କରିଦେବ କାଙ୍ଗାଳ!

କୋରିଆର ହନ୍‌ୟାଙ୍ଗ ବିଶ୍ବବିଦ୍ୟାଳୟର ଗବେଷକମାନେ ୧୩ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ଉପରେ ଗବେଷଣା କରି ଏହି ତଥ୍ୟ ସାମ୍ନାକୁ ଆଣିଛନ୍ତି। ତେବେ ଆଦୌ ଫୋନ୍‌ ବ୍ୟବହାର କରୁ ନଥିବା ପିଲାଙ୍କ ତୁଳନାରେ ଦିନକୁ ଦୁଇ ଘଣ୍ଟାରୁ କମ୍ ସମୟ ବ୍ୟବହାର କରୁଥି ବା କିଶୋରଙ୍କଠାରେ ଅବସାଦ, ନିଦ୍ରାହୀନତା, ଚିନ୍ତା, ଆତ୍ମହତ୍ୟା ପ୍ରବଣତା ଏବଂ ନିଶାଭ୍ୟାସ ପ୍ରବୃତ୍ତି ଆଶଙ୍କା କମ୍ ଥାଏ। ଅବଶ୍ୟ ଚାରି ଘଣ୍ଟାରୁ ଅଧିକ ସମୟ ମୋବାଇଲ ବ୍ୟବହାର କରିବା ଦ୍ବାରା ଏହିସବୁ ମାନସିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେବା ଆଶଙ୍କା ୨୨ ପ୍ରତିଶତକୁ ବୃଦ୍ଧି ପାଇଥାଏ। କିଶୋରକିଶୋରୀଙ୍କ ଫୋନ୍‌ ବ୍ୟବହାର ସେମାନଙ୍କୁ ଏକାକୀତ୍ବଠାରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ ବୋଲି ଗବେଷକମାନେ କହିଛନ୍ତି। ତେବେ ଗବେଷକମାନେ ୨୦୧୭ ଏବଂ ୨୦୨୦ରେ କୋରିଆର ୫୦ ହଜାର କିଶୋରଙ୍କ ଡାଟାକୁ ବିଶ୍ଲେଷଣ କରି ଏଭଳି ଏକ ନିଷ୍କର୍ଷରେ ପହଞ୍ଚିଛନ୍ତି।

ଆହୁରି ପଢ଼ନ୍ତୁ: ରୁଟିକୁ ନେଇ ବାସ୍ତୁ ନିୟମ: ଭୁଲରେ ବି କରନ୍ତୁ ନାହିଁ ଏହି କାମ, ଘରକୁ ଆସିପାରେ ଦରିଦ୍ରତା

13 Dec 2023 By The Sakala

ଅବସାଦ କମାଏ ଦିନକୁ ଦୁଇ ଘଣ୍ଟାର ଫୋନ୍‌ ବ୍ୟବହାର

ଅତ୍ୟଧିକ ମୋବାଇଲ ବ୍ୟବହାର ଯୋଗୁଁ ଏବେ ଲୋକଙ୍କଠାରେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି। ବିଶେଷକରି ଏହି ସମସ୍ୟା କିଶୋରକିଶୋରୀଙ୍କଠାରେ ଅଧିକ ଦେଖିବାକୁ ମିଳିଥାଏ। ସେଥିପାଇଁ ଯଥାସମ୍ଭବ ମୋବାଇଲ କମ୍‌ ବ୍ୟବହାର କରିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଉଛି। ଗୋଟିଏ ପଟେ ଅଧିକ ଫୋନ ବ୍ୟବହାର ସ୍ବାସ୍ଥ୍ୟ ସମସ୍ୟାର କାରଣ ପାଲଟୁଥିବା ବେଳେ ଅନ୍ୟପଟେ ଏହାର କମ୍ ବ୍ୟବହାର ମାନସିକ ସ୍ବାସ୍ଥ୍ୟ ସମସ୍ୟାକୁ ହ୍ରାସ କରିବା ଦିଗରେ ଫଳପ୍ରଦ ବୋଲି କୁହାଯାଇଛି। ଦିନକୁ ଘଣ୍ଟାଏରୁ ଦୁଇ ଘଣ୍ଟା ଫୋନ୍‌ ବ୍ୟବହାର କରୁଥିବା କିଶୋରକିଶୋରୀଙ୍କଠାରେ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଆଶଙ୍କା ହ୍ରାସ ପାଏ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି।

କୋରିଆର ହନ୍‌ୟାଙ୍ଗ ବିଶ୍ବବିଦ୍ୟାଳୟର ଗବେଷକମାନେ ୧୩ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ଉପରେ ଗବେଷଣା କରି ଏହି ତଥ୍ୟ ସାମ୍ନାକୁ ଆଣିଛନ୍ତି। ତେବେ ଆଦୌ ଫୋନ୍‌ ବ୍ୟବହାର କରୁ ନଥିବା ପିଲାଙ୍କ ତୁଳନାରେ ଦିନକୁ ଦୁଇ ଘଣ୍ଟାରୁ କମ୍ ସମୟ ବ୍ୟବହାର କରୁଥି ବା କିଶୋରଙ୍କଠାରେ ଅବସାଦ, ନିଦ୍ରାହୀନତା, ଚିନ୍ତା, ଆତ୍ମହତ୍ୟା ପ୍ରବଣତା ଏବଂ ନିଶାଭ୍ୟାସ ପ୍ରବୃତ୍ତି ଆଶଙ୍କା କମ୍ ଥାଏ। ଅବଶ୍ୟ ଚାରି ଘଣ୍ଟାରୁ ଅଧିକ ସମୟ ମୋବାଇଲ ବ୍ୟବହାର କରିବା ଦ୍ବାରା ଏହିସବୁ ମାନସିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେବା ଆଶଙ୍କା ୨୨ ପ୍ରତିଶତକୁ ବୃଦ୍ଧି ପାଇଥାଏ। କିଶୋରକିଶୋରୀଙ୍କ ଫୋନ୍‌ ବ୍ୟବହାର ସେମାନଙ୍କୁ ଏକାକୀତ୍ବଠାରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ ବୋଲି ଗବେଷକମାନେ କହିଛନ୍ତି। ତେବେ ଗବେଷକମାନେ ୨୦୧୭ ଏବଂ ୨୦୨୦ରେ କୋରିଆର ୫୦ ହଜାର କିଶୋରଙ୍କ ଡାଟାକୁ ବିଶ୍ଲେଷଣ କରି ଏଭଳି ଏକ ନିଷ୍କର୍ଷରେ ପହଞ୍ଚିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp