୧୫ ଦିନରେ ହେବ କ୍ଲେମ୍‌ ସେଟେଲମେଣ୍ଟ, ବ୍ୟାଙ୍କଗୁଡିକ ପାଇଁ ଆର୍‌ବିଆଇର ନୂଆ ନିୟମ

The Sakala Picture
Published On

ମୁମ୍ବଇ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ‘କ୍ଲେମ୍‌ ସେଟେଲ୍‌ମେଣ୍ଟ’ର ସଂଶୋଧିତ ନିୟମ ଜାରି କରିଛି। ନୂଆ ନିୟମରେ ବ୍ୟାଙ୍କୁଗୁଡିକୁ ନିଜମ ମୃତ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ କିମ୍ବା ଲକର୍‌ କ୍ଲେମ (ଦାବି)କୁ ୧୫ ଦିନ ମଧ୍ୟରେ ସେଟଲ (ଫଇସାଲ) କରିବାକୁ ହେବ। ଯଦି ଏଥିରେ ବିଳମ୍ବ ହୁଏ ତେବେ ବ୍ୟାଙ୍କଗୁଡିକୁ ମୃତକଙ୍କ ନୋମିନିଙ୍କୁ କ୍ଷତିପୂରଣ ଦେବାକୁ ପଡ଼ିବ। କେନ୍ଦ୍ରୀୟ ବ୍ୟାଙ୍କର ନୂଆ ମାର୍ଗଦର୍ଶିକାରେ ବ୍ୟାଙ୍କଗୁଡିକର ଅଲଗା ଅଲଗା ସେଟେଲମେଣ୍ଟ ନିୟମ ସମାନ ହୋଇଯିବ। ଏହା ଦ୍ବାରା […]

ମୁମ୍ବଇ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ‘କ୍ଲେମ୍‌ ସେଟେଲ୍‌ମେଣ୍ଟ’ର ସଂଶୋଧିତ ନିୟମ ଜାରି କରିଛି। ନୂଆ ନିୟମରେ ବ୍ୟାଙ୍କୁଗୁଡିକୁ ନିଜମ ମୃତ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ କିମ୍ବା ଲକର୍‌ କ୍ଲେମ (ଦାବି)କୁ ୧୫ ଦିନ ମଧ୍ୟରେ ସେଟଲ (ଫଇସାଲ) କରିବାକୁ ହେବ। ଯଦି ଏଥିରେ ବିଳମ୍ବ ହୁଏ ତେବେ ବ୍ୟାଙ୍କଗୁଡିକୁ ମୃତକଙ୍କ ନୋମିନିଙ୍କୁ କ୍ଷତିପୂରଣ ଦେବାକୁ ପଡ଼ିବ। କେନ୍ଦ୍ରୀୟ ବ୍ୟାଙ୍କର ନୂଆ ମାର୍ଗଦର୍ଶିକାରେ ବ୍ୟାଙ୍କଗୁଡିକର ଅଲଗା ଅଲଗା ସେଟେଲମେଣ୍ଟ ନିୟମ ସମାନ ହୋଇଯିବ। ଏହା ଦ୍ବାରା ଗ୍ରାହକଙ୍କ ଦାବି ସମାଧାନ ପ୍ରକ୍ରିୟା ସହଜରେ ହୋଇପାରିବ। ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପୂର୍ବରୁ ଏହି ନୂଆ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଆର୍‌ବିଆଇ ସବୁ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେଇଛି। ଏହା ସହିତ କଷ୍ଟୋମର ସର୍ଭିସ (ଗ୍ରାହକ ସେବା)କୁ ସୁଧାରିବା ପାଇଁ ପ୍ରମାଣପତ୍ରଗୁଡିକର ମୂଲ୍ୟାଙ୍କନ କରିବାକୁ ନିଷ୍ପତ୍ତି ନେଇଛି।

ଆରବିଆଇର ଏହି ନିର୍ଦ୍ଦେଶ ଦେଶର ସବୁ ବାଣିଜ୍ୟିକ ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କ ପାଇଁ କାର୍ଯ୍ୟକାରୀ ହେବ। ନୂଆ ନିୟମ ମୃତକଙ୍କ ବ୍ୟାଙ୍କ ଖାତା, ସେଫ୍‌ ଡିପୋଜିଟ ଲକର ଏବଂ ସେଫ କଷ୍ଟଡିରେ ରଖାଯାଇଥିବା ସାମଗ୍ରୀର ଦାବି ପାଇଁ ଲାଗୁ ହେବ। ତେବେ ବ୍ୟାଙ୍କ ଦ୍ବାରା ପରିଚାଲିଥି ସରକାରୀ ସଞ୍ଚୟ ଯୋଜନା ଉପରେ ଏହ ନିୟମ ଲାଗୁ ହେବ ନାହିଁ। ସିନିୟର ସିଟିଜେନ ସେଭିଂ ସ୍କିମ (ଏସ୍‌ସିଏସଏସ), ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ) ଆଦିକୁ ଏଥିରୁ ବାଦ୍‌ ଦିଆଯାଇଛି। ଯୋଜନାର ନିୟମ ଏବଂ ସର୍ତ୍ତ ଅନୁଯାୟୀ ଏହି ମାମଲାର ସମାଧାନ ହେବ। ଯଦି ବ୍ୟାଙ୍କ ଖାତାରେ ନୋମିନି କିମ୍ବା ସର୍ଭାଇଭର କ୍ଲଜ୍‌ ରହିଛି ତେବେ ମୃତକଙ୍କ ଖାତାର ଟଙ୍କା ନୋମିନି କିମ୍ବା ସର୍ଭାଇଭରଙ୍କୁ ଦେବା ବ୍ୟାଙ୍କର ଦାୟିତ୍ବ।

ଯଦି ଖାତାରେ ନୋମିନି କିମ୍ବା ସର୍ଭାଇଭର କ୍ଲଜ୍ ନ ଥିବ ଏବଂ ଜମା ରାଶି ‘ଥ୍ରେସୋଲ୍ଡ ଲିମିଟ’ରୁ କମ୍‌ ଥିବ ତେବେ ବ୍ୟାଙ୍କକୁ ସହଜ ପ୍ରକ୍ରିୟା ଅବଲମ୍ବନ କରିବାକୁ ହେବ। ସମବାୟ ବ୍ୟାଙ୍କ ପାଇଁ ଥ୍ରେସୋଲ୍ଡ ଲିମିଟ ୫ ଲକ୍ଷ ଏବଂ ଅନ୍ୟ ବ୍ୟାଙ୍କଗୁଡିକ ଲାଗି ୧୫ ଲକ୍ଷ ଟଙ୍କା ରହିଛି। ବ୍ୟାଙ୍କଗୁଡିକ ଏହାଠାରୁ ଅଧିକ ସୀମା ମଧ୍ୟ ଧାର୍ଯ୍ୟ କରିପାରିବେ। ଯଦି ରାଶି ଏହାଠାରୁ ଅଧିକ ହୋଇଥାଏ ତେବେ ବ୍ୟାଙ୍କ ଲିଗାଲ ହାୟର କିମ୍ବା ଉତ୍ତରାଧିକାରୀ ପ୍ରମାଣପତ୍ର ମାଗିପାରିବେ। ଯଦି ବ୍ୟାଙ୍କଗୁଡିକ ୧୫ ଦିନରେ ଦାବି ସମାଧାନ ନ କରନ୍ତି ତେବେ ଏହାର କାରଣ ଦର୍ଶାଇବାକୁ ପଡ଼ିବ। ଏହା ସହିତ ବକେୟା ରାଶି ଉପରେ ବ୍ୟାଙ୍କ ସୁଧ ହାର ସହିତ ବର୍ଷକୁ ୪ ପ୍ରତିଶତ ସୁଧ ଦେବାକୁ ହେବ।

About The Author

ସମ୍ବନ୍ଧିତ ଖବର