୩ଟି ବିଭାଗର ୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର

ସପ୍ତାହକରେ ୪୮ ଘଣ୍ଟାରୁ ଅଧିକ କାମ କଲେ ଓଭରଟାଇମ୍‌ ମିଳିବ

Deviprasad Mohanty Picture
Published On

ମହିଳା କର୍ମଚାରୀ ଚାହିଁଲେ ସମ୍ମତି ପତ୍ର ଦେଇ ରାତିରେ କାର୍ଯ୍ୟ କରିପାରିବେ

ଭୁବନେଶ୍ବର: ତିନୋଟି ବିଭାଗର ଚାରୋଟି ପ୍ରସ୍ତାବକୁ କ୍ୟାବିନେଟ ମୋହର। ରାଜ୍ୟରେ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇଁ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ୧୯୫୬ ଆଇନରେ ସଂଶୋଧନ ପାଇଁ କ୍ୟାବିନେଟ ମଞ୍ଜୁରୀ। ସଂସ୍ଥାରେ ୨୦ ରୁ ଅଧିକ କର୍ମଚାରୀ ଥିଲେ ଲାଗୁ ହେବ ଏହି ନିୟମ। ଓଡ଼ିଆରେ ସାଇନ ବୋର୍ଡ ରହିବ। କାର୍ଯ୍ୟ ସମୟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି। ୩୦ ମିନିଟ ରେଷ୍ଟ ନେବେ କର୍ମଚାରୀ। ୩ ମାସ ଓଭର ଟାଇମ ୧୪୪ ଘଣ୍ଟା ଯାଏ ବୃଦ୍ଧି। ସପ୍ତାହରୁ ୪୮ ଘଣ୍ଟାରୁ ଅଧିକ କାମ କଲେ ଦ୍ବିଗୁଣିତ ମଜୁରୀ ପାଇଁ ହକଦାର ହେବେ କର୍ମଚାରୀ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ରାତିରେ ମହିଳା କର୍ମଚାରୀଙ୍କ ପ୍ରତିବନ୍ଧକ ହଟିବ। ମହିଳା କର୍ମଚାରୀ ରାତିରେ କାମ କରିବାକୁ ଚାହିଁଲେ ଲିଖିତ ସମ୍ମତି ଦେଇ ସର୍ତ୍ତାବଳି ଅନୁଯାୟୀ କାମ କରିପାରିବେ। ସେମାନଙ୍କ ସୁରକ୍ଷା ଓ ଯିବା ଆସିବା ପାଇଁ ଧ୍ୟାନ ଦିଆଯିବ। ବ୍ୟାପକ ଶିଳ୍ପାୟନ ପାଇଁ ଏହି ସଂସ୍କାରର ଆବଶ୍ୟକତା ପଡିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମୋଦି ଯେଉଁ ଶିଳ୍ପାୟନ କଥା କହୁଛନ୍ତି ଓ ଇଜ ଅଫ ଡୁଇଙ୍ଗ ବିଜନେସ ରେ ସେମାନଙ୍କ ସହଜ କରିବା ପାଇଁ ସମୟ ଅନୁଯାୟୀ ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନ ହେଉଛି। ପିଏମଙ୍କ ପ୍ରସ୍ତାବ ଅନୁଯାୟୀ ହେଉଛି। ଆଜି ଏ ସମ୍ବନ୍ଧୀୟ ୨ ଟି ପ୍ରସ୍ତାବ ଅନୁମୋଦିତ ହେଲା। ପୂର୍ବରୁ ୧୫ ଟି ସଂଶୋଧନ ହୋଇଛି। ନୂତନ ଶିଳ୍ପସଂସ୍ଥା ମାନେ ଯେଉଁ ଆସିବେ ସେମାନଙ୍କ ପାଇଁ ସହଜ ଓ ସୁବିଧା କରିବାର ପ୍ରୟାସ। ୧୩ ଲକ୍ଷ କୋଟି ପୁଞ୍ଜିନିବେଶ ଓ ୧୩ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ୨ ଲକ୍ଷ କୋଟି ଗ୍ରାଉଣ୍ଡ ବ୍ରେକିଙ୍ଗ ହୋଇଛି ଏକ ଲକ୍ଷ ଲୋକ ନିଯୁକ୍ତି ପାଇଛନ୍ତି। ଦ୍ରୁତ ବ୍ୟବସାୟିକାରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। 

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ପ୍ରତି ପଂଚାୟତରେ ଆଦର୍ଶ ବିଦ୍ୟାଳୟ ଯୋଜନାକୁ ମୋହର। ରାଜ୍ୟରେ ଜାତୀୟ ଶିକ୍ଷା ନୀତି ପ୍ରଚଳନ ହୋଇଛି। ଆରଟିଇ ୨୦୦୯ ର ଉଦେଶ୍ୟକୁ ପୂରଣ କରିବା ସହ ଗୁଣାତ୍ମକ ଶିକ୍ଷା ପାଇଁ ପ୍ରତି ପଂଚାୟତ ସ୍ତରରେ ପ୍ରଥମ ଫେଜରେ ଆଦର୍ଶ ବିଦ୍ୟାଳୟ ହେବ। ମୌଳିକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ। ୩ ବର୍ଷ ପର୍ଯ୍ୟନ୍ତ ପ୍ରଥମ ୨୨୦୦ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବ। ୧୨ ହଜାର କୋଟି ଖର୍ଚ୍ଚ ହେବ। ୫ କୋଟିରୁ ଅଧିକ ଖର୍ଚ୍ଚ ହେବ ପ୍ରତି ବିଦ୍ୟାଳୟ ପାଇଁ। ଗୁଣାତ୍ମକ ଶିକ୍ଷା, ଭିତ୍ତିଭୂମି, ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି କରାଯିବ। ପରବର୍ତ୍ତୀ ଫେଜରେ ସବୁ ପଂଚାୟତ କଭର ହେବ। ସରକାରୀ ବିଦ୍ୟାଳୟରେ ପାଠ ପଢା ହେଉ ନାହିଁ ବୋଲି ଯେଉଁ ପ୍ରଶ୍ନ ହେଉଛି ଏହି ପଦକ୍ଷେପ ତାର ପରିବର୍ତ୍ତନ କରିବ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

କେନ୍ଦୁଝର ଜିଲ୍ଲା ଘଟଗାଁ ତାରିଣୀ ପରିସର ମନ୍ଦିର ଓ ପାରିପାର୍ଶ୍ଵକ ବିକାଶ ଉପରେ ଗୁରୁତ୍ୱ। ଭକ୍ତ ସଂଖ୍ୟା ବଢୁଛି, ଲୋକେ ହଇରାଣ ହେଉଛନ୍ତି। ସେଥିପାଇଁ ପାର୍କୀଙ୍ଗ, ଓ ଅନ୍ୟ ବ୍ୟବସ୍ଥା ପାଇଁ ଡିପିଆର ପ୍ରସ୍ତୁତ ହୋଇଛି। ୫୯ ଏକରରୁ ଅଧିକ ଜାଗା ରଖାଯାଇଛି ବିକାଶ ପାଇଁ। ଏଥିରେ ୨୨୬ କୋଟି ଖର୍ଚ୍ଚ ହେବ। ୮୦ କୋଟି ଲାଣ୍ଡ ଆକୁଜିସନ ପାଇଁ ଦିଆଯିବ। ଟେଣ୍ଡର ସରିଛି। ୨୪୬ ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ, ମାର୍କେଟ କମ୍ପ୍ଲେସ୍କ, ନଡ଼ିଆ ଭଣ୍ଡାର ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର