ଆସୁଛି ଆଉ ଏକ ଲଘୁଚାପ; ନବମୀ, ଦଶମୀରେ ବର୍ଷା ଆଶଙ୍କା

Deviprasad Mohanty Picture
Published On

ଭୁବନେଶ୍ୱର: ଦୁର୍ଗାପୂଜାରେ ଓଡ଼ିଶା ଉପରେ ରହିବ ପୁଣି ଗୋଟିଏ ଲଘୁଚାପର ପ୍ରଭାବ। ଅକ୍ଟୋବର ପହିଲାରେ ପୁଣି ଏକ ଲଘୁଚାପ ଯୋଗୁଁ ରାଜ୍ୟରେ ସୃଷ୍ଟି ହେବ ବର୍ଷା ସ୍ଥିତି। ଫଳରେ ଅନେକ ସ୍ଥାନରେ ପୂଜା ଫିକା ପଡ଼ିବ। ବିଶେଷକରି, ନବମୀ ଓ ଦଶମୀରେ ଅନେକ ସ୍ଥାନରେ ବର୍ଷା ଆଶଙ୍କା ରହିଥିବାରୁ ଏଥର ପାର୍ବଣ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପାଣିପାଗ କେନ୍ଦ୍ର ଆଶଙ୍କା କରୁଛି ଯେ, ସେପ୍ଟେମ୍ୱର ୩୦ ତାରିଖ ମଙ୍ଗଳବାର ଦିନ ଉତ୍ତର ଆଣ୍ଡାମାନସାଗରରେ ଏକ ଉପର ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ଅକ୍ଟୋବର ୧ ତାରିଖ (ବୁଧବାର) ପାଖାପାଖି ଉତ୍ତର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପ୍ରଭାବରେ ମହାଷ୍ଟମୀଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୩୦ ତାରିଖ ଦିନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇ ଅକ୍ଟୋବର ୨ ସୁଦ୍ଧା ଏହା ଅବପାତରେ ପରିଣତ ହେବ। ଏହା କ୍ରମଶଃ ଦକ୍ଷିଣ-ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇପାରେ। ତଥାପି ଉପକୂଳରୁ ଦୂରରେ ରହିବ। ସମ୍ଭବତଃ ୩ ତାରିଖରେ ଦକ୍ଷିଣ ଓଡ଼ିଶା ଉପକୂଳ ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ର ଉପକୂଳକୁ ଏହା ସ୍ପର୍ଶ କରିବ। ରାଜ୍ୟରେ ୩୦ ତାରିଖରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ମାତ୍ର ଅକ୍ଟୋବର ୧ (ନବମୀ)ରେ ଉତ୍ତର ଉପକୂଳରେ ବିକ୍ଷିପ୍ତ ଏବଂ ପୁରୀ ଓ ଗଞ୍ଜାମ ଜିଲ୍ଲା, ନୟାଗଡ଼ ଓ ଗଜପତିରେ ସ୍ୱଳ୍ପ ବର୍ଷା ହୋଇପାରେ। ସେହିପରି ଅକ୍ଟୋବର ୨ରେ (ଦଶମୀ)ରେ ମଧ୍ୟାହ୍ଣ ପର୍ଯ୍ୟନ୍ତ ପୁରୀ ଓ ଗଞ୍ଜାମ ଜିଲ୍ଲା ଓ ସମୁଦ୍ର ସଂଲଗ୍ନ ଅଞ୍ଚଳରେ ବିକ୍ଷିପ୍ତ ବର୍ଷା ହୋଇପାରେ। ମଧ୍ୟାହ୍ନ ପରେ ବର୍ଷା ବଢ଼ିପାରେ। ଅକ୍ଟୋବର ୩ରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ ବୋଲି ପ୍ରଫେସର୍‌ ପଶୁପାଳକ କହିଛନ୍ତି।  

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

ପୂର୍ବ ଲଘୁଚାପର ପ୍ରଭାବ କମିବା ପରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ହୋଇଛି। ତେଣୁ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି ଜଳସମ୍ପଦ ବିଭାଗ ସ୍ପଷ୍ଟ କରିଛି। ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ଯେ ବର୍ତ୍ତମାନ କୌଣସି ସ୍ଥାନରେ କି କୌଣସି ନଦୀରେ ବନ୍ୟା ଭୟ ନାହିଁ। ବର୍ଷାର ପ୍ରଭାବ କମିଛି। ଗତକାଲି କେବଳ ୩ଟି ବ୍ଲକ ସଦର ମହକୁମାରେ ୫୦ ମିଲିମିଟର ବର୍ଷା ହୋଇଛି। ସମସ୍ତ ନଦୀ ବିପଦ ସଂକେତ ତଳେ ପ୍ରବାହିତ ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର