ଆଜି ବିଶ୍ବ ସାମାଜିକ ନ୍ୟାୟ ଦିବସ

The Sakala Picture
Published On

ଜାତିସଂଘ ସାଧାରଣ ପରିଷଦର ଅନୁମୋଦନ କ୍ରମେ ୨୦୦୯ରୁ ପ୍ରତିବର୍ଷ ଫେବୃଆରୀ ୨୦ ତାରିଖକୁ ବିଶ୍ବ ସାମାଜିକ ନ୍ୟାୟ ଦିବସ ଭାବେ ପାଳନ କରାଯାଉଛି । ୨୬ ନଭେମ୍ବର ୨୦୦୭ରେ ଏଥପାଇଁ ଆନୀତ ପ୍ରସ୍ତାବ ଜାତିସଂଘରେ ମଞ୍ଜୁରୀ ଲାଭ କରିଥିଲା । ଦାରିଦ୍ର୍ୟ, ସାମାଜିକ ବାସନ୍ଦ, ବେକାରି ଆଦି ଦୂର କରିବା ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ଏହି ଦିବସ ପାଳନର ଲକ୍ଷ୍ୟ। ଧର୍ମ-ବର୍ଣ୍ଣ-ଜାତି ସଂପ୍ରଦାୟ ନିର୍ବିଶେଷରେ ସାମାଜିକ ନ୍ୟାୟ ପ୍ରତ୍ୟେକ ମଣିଷର ଅଧିକାର। କୌଣସି ରାଷ୍ଟ୍ର […]

ଜାତିସଂଘ ସାଧାରଣ ପରିଷଦର ଅନୁମୋଦନ କ୍ରମେ ୨୦୦୯ରୁ ପ୍ରତିବର୍ଷ ଫେବୃଆରୀ ୨୦ ତାରିଖକୁ ବିଶ୍ବ ସାମାଜିକ ନ୍ୟାୟ ଦିବସ ଭାବେ ପାଳନ କରାଯାଉଛି । ୨୬ ନଭେମ୍ବର ୨୦୦୭ରେ ଏଥପାଇଁ ଆନୀତ ପ୍ରସ୍ତାବ ଜାତିସଂଘରେ ମଞ୍ଜୁରୀ ଲାଭ କରିଥିଲା । ଦାରିଦ୍ର୍ୟ, ସାମାଜିକ ବାସନ୍ଦ, ବେକାରି ଆଦି ଦୂର କରିବା ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ଏହି ଦିବସ ପାଳନର ଲକ୍ଷ୍ୟ। ଧର୍ମ-ବର୍ଣ୍ଣ-ଜାତି ସଂପ୍ରଦାୟ ନିର୍ବିଶେଷରେ ସାମାଜିକ ନ୍ୟାୟ ପ୍ରତ୍ୟେକ ମଣିଷର ଅଧିକାର। କୌଣସି ରାଷ୍ଟ୍ର ନିଜର ନାଗରିକତାରୁ ଏଥିରୁ ବଞ୍ଚିତ କରିବା ଅନୁଚିତ। ମୁଖ୍ୟତଃ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଏହି ଅଧିକାର ଉଲ୍ଲଙ୍ଘିତ ହେଉଥିବାର ଦେଖାଯାଉଛି। ତେଣୁ ଏ ବାବଦରେ ଜନସଚେତନା ସୃଷ୍ଟି କରିବା ମଧ୍ୟ ଏହି ଦିବସ ପାଳନର ଲକ୍ଷ୍ୟ। ସାମାଜିକ ନ୍ୟାୟ ଏକ ବିଚାର, ଏକ ମୂଲ୍ୟବୋଧ। ସମସ୍ତ ମଣିଷଙ୍କୁ ସମାନ ଭାବେ ଦେଖିବା, ତଥା ସାମାଜିକ-ଧାର୍ମିକ-ସାଂସ୍କୃତିକ ଆଧାରରେ ଭେଦଭାବ ନ ରଖିବା ମୂଲ୍ୟବୋଧ ଉପରେ ଏହି ବିଚାର ଆଧାରିତ। ଇଉରୋପୀୟ ଦାର୍ଶନିକ ପରମ୍ପରାରେ ସକ୍ରେଟିସ୍, ପ୍ଲାଟୋ, ଆରିଷ୍ଟଟଲ୍‌ ଆଦି ସାମାଜିକ ନ୍ୟାୟ ବାବଦରେ ନିଜସ୍ବ ମତ ରଖିଥିଲେ। ଭାରତରେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ, ରାଷ୍ଟ୍ରୀୟ ମହିଳା ଏବଂ ବାଳ ବିକାଶ ଆୟୋଗ ସହ ଲକ୍ଷ ଲକ୍ଷ ସ୍ବୟଂସେବୀ ଅନୁଷ୍ଠାନ, ଜଣେ ସାଧାରଣ ମଣିଷ କିପରି ଭେଦଭାବର ଶିକାର ନହେଉ ବୋଲି ସବୁବେଳେ ପ୍ରୟାସ ଚଳାଇଥାନ୍ତି।

ଆହୁରି ପଢ଼ନ୍ତୁ: କୋଲକାତା ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଉପରେ ପଡ଼ିଲା ବଜ୍ରପାତ: ଅଳ୍ପକେ ବର୍ତ୍ତିଲେ ୧୪୭ ଯାତ୍ରୀ ଓ କର୍ମଚାରୀ

20 Feb 2021 By The Sakala

ଆଜି ବିଶ୍ବ ସାମାଜିକ ନ୍ୟାୟ ଦିବସ

ଜାତିସଂଘ ସାଧାରଣ ପରିଷଦର ଅନୁମୋଦନ କ୍ରମେ ୨୦୦୯ରୁ ପ୍ରତିବର୍ଷ ଫେବୃଆରୀ ୨୦ ତାରିଖକୁ ବିଶ୍ବ ସାମାଜିକ ନ୍ୟାୟ ଦିବସ ଭାବେ ପାଳନ କରାଯାଉଛି । ୨୬ ନଭେମ୍ବର ୨୦୦୭ରେ ଏଥପାଇଁ ଆନୀତ ପ୍ରସ୍ତାବ ଜାତିସଂଘରେ ମଞ୍ଜୁରୀ ଲାଭ କରିଥିଲା । ଦାରିଦ୍ର୍ୟ, ସାମାଜିକ ବାସନ୍ଦ, ବେକାରି ଆଦି ଦୂର କରିବା ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ଏହି ଦିବସ ପାଳନର ଲକ୍ଷ୍ୟ। ଧର୍ମ-ବର୍ଣ୍ଣ-ଜାତି ସଂପ୍ରଦାୟ ନିର୍ବିଶେଷରେ ସାମାଜିକ ନ୍ୟାୟ ପ୍ରତ୍ୟେକ ମଣିଷର ଅଧିକାର। କୌଣସି ରାଷ୍ଟ୍ର ନିଜର ନାଗରିକତାରୁ ଏଥିରୁ ବଞ୍ଚିତ କରିବା ଅନୁଚିତ। ମୁଖ୍ୟତଃ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଏହି ଅଧିକାର ଉଲ୍ଲଙ୍ଘିତ ହେଉଥିବାର ଦେଖାଯାଉଛି। ତେଣୁ ଏ ବାବଦରେ ଜନସଚେତନା ସୃଷ୍ଟି କରିବା ମଧ୍ୟ ଏହି ଦିବସ ପାଳନର ଲକ୍ଷ୍ୟ। ସାମାଜିକ ନ୍ୟାୟ ଏକ ବିଚାର, ଏକ ମୂଲ୍ୟବୋଧ। ସମସ୍ତ ମଣିଷଙ୍କୁ ସମାନ ଭାବେ ଦେଖିବା, ତଥା ସାମାଜିକ-ଧାର୍ମିକ-ସାଂସ୍କୃତିକ ଆଧାରରେ ଭେଦଭାବ ନ ରଖିବା ମୂଲ୍ୟବୋଧ ଉପରେ ଏହି ବିଚାର ଆଧାରିତ। ଇଉରୋପୀୟ ଦାର୍ଶନିକ ପରମ୍ପରାରେ ସକ୍ରେଟିସ୍, ପ୍ଲାଟୋ, ଆରିଷ୍ଟଟଲ୍‌ ଆଦି ସାମାଜିକ ନ୍ୟାୟ ବାବଦରେ ନିଜସ୍ବ ମତ ରଖିଥିଲେ। ଭାରତରେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ, ରାଷ୍ଟ୍ରୀୟ ମହିଳା ଏବଂ ବାଳ ବିକାଶ ଆୟୋଗ ସହ ଲକ୍ଷ ଲକ୍ଷ ସ୍ବୟଂସେବୀ ଅନୁଷ୍ଠାନ, ଜଣେ ସାଧାରଣ ମଣିଷ କିପରି ଭେଦଭାବର ଶିକାର ନହେଉ ବୋଲି ସବୁବେଳେ ପ୍ରୟାସ ଚଳାଇଥାନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର