ଏମିତି ଏକ ଦେଶ ଯେଉଁଠି ୧୦ ଲକ୍ଷ ଟଙ୍କାରେ ମିଳୁଛି ମାତ୍ର ଅଧ କିଲୋ ଚାଉଳ

The Sakala Picture
Published On

ଦକ୍ଷିଣ ଆମେରିକୀୟ ଦେଶ ଭେନିଜୁଏଲାର ଆର୍ଥିକ ସ୍ଥିତି ଧରାଶାୟୀ ହୋଇଛି। ମୁଦ୍ରାସ୍ଫୀତି ଓ ଆର୍ଥିକ ସଂକଟର ମୁକାବିଲା କରିବା ଲାଗି ଦେଶ ପ୍ରଥମ ଥର ପାଇଁ ୧୦ ଲକ୍ଷ ବୋଲିଭରର ନୂଆ କରେନ୍ସି ନୋଟ୍‌ ଜାରି କରିଛି। ଏଭଳି ବଡ ମୂଲ୍ୟର ନୋଟ୍ ଜାରି କରିବାରେ ଭେନିଜୁଏଲା ହୋଇଛି ବିଶ୍ୱର ପ୍ରଥମ ରାଷ୍ଟ୍ର। ଏପର୍ଯ୍ୟନ୍ତ କୌଣସି ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଏତେ ବଡ ମୂଲ୍ୟବର୍ଗର କରେନ୍ସି ଜାରି ନୋଟ୍‌ ଜାରି କରିନାହାନ୍ତି। ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ […]

ଦକ୍ଷିଣ ଆମେରିକୀୟ ଦେଶ ଭେନିଜୁଏଲାର ଆର୍ଥିକ ସ୍ଥିତି ଧରାଶାୟୀ ହୋଇଛି। ମୁଦ୍ରାସ୍ଫୀତି ଓ ଆର୍ଥିକ ସଂକଟର ମୁକାବିଲା କରିବା ଲାଗି ଦେଶ ପ୍ରଥମ ଥର ପାଇଁ ୧୦ ଲକ୍ଷ ବୋଲିଭରର ନୂଆ କରେନ୍ସି ନୋଟ୍‌ ଜାରି କରିଛି। ଏଭଳି ବଡ ମୂଲ୍ୟର ନୋଟ୍ ଜାରି କରିବାରେ ଭେନିଜୁଏଲା ହୋଇଛି ବିଶ୍ୱର ପ୍ରଥମ ରାଷ୍ଟ୍ର। ଏପର୍ଯ୍ୟନ୍ତ କୌଣସି ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଏତେ ବଡ ମୂଲ୍ୟବର୍ଗର କରେନ୍ସି ଜାରି ନୋଟ୍‌ ଜାରି କରିନାହାନ୍ତି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ 'ବୈବାହିକ ଦୁଷ୍କର୍ମ'କୁ ନେଇ ଶୁଣାଣି: କାହିଁକି ଏହା ଏକ ଆଇନଗତ ବିବାଦ?

ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ଆଗାମୀ ସପ୍ତାହରେ ଦେଶରେ ୨ ଓ ୫ ଲକ୍ଷ ବଳିଭର ନୋଟ ଛପାଯିବ ବୋଲି ସରକାରଙ୍କ ନିୟନ୍ତ୍ରଣାଧୀନ କେନ୍ଦ୍ରୀୟ ବ୍ୟାଙ୍କ କହିଛି। ପୂର୍ବରୁ ଭେନିଜୁଏଲାରେ ୧୦, ୨୦ ଓ ୫୦ ହଜାର ବଲିଭର ନୋଟ ପ୍ରଚଳିତ ହୋଇ ଆସୁଥିଲା। ଭାରତୀୟ ମୁଦ୍ରା ଏକ ଟଙ୍କା ଭେନିଜୁଏଲାର ୨୫,୫୮୫ ବଳିଭର ସହ ସମାନ। ଏତେ ବଡ଼ ନୋଟ ଛାପିବା ପାଇଁ ଭେନେଜୁଏଲା ସରକାର ଇଟାଲୀର ଏକ କମ୍ପାନୀରୁ ୭୧ ଟନ ସୁରକ୍ଷା କାଗଜ ଆମଦାନୀ କରିଥିଲେ। ଭେନିଜୁଏଲାର ବର୍ତ୍ତମାନ ବଜାର ମୂଲ୍ୟ ଅନୁଯାୟୀ, ଦେଶର ସବୁଠାରୁ ବଡ଼ ନୋଟ ୧୦ ଲକ୍ଷ ବଲିଭର ମୂଲ୍ୟରେ ମାତ୍ର ଅଧ କିଲୋ ଚାଉଳ ଅଥବା ଦୁଇ କିଲୋ ଆଳୁ କିଣାଯାଇ ପାରିବ। ମହାମାରୀ କରୋନା ଓ ପେଟ୍ରୋଲଜାତ ସାମଗ୍ରୀରୁ ଆୟ ହୋଇଥିବା ଅର୍ଥ ଶେଷ ହୋଇ ଯିବାରୁ ସେଠାରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଏବେ ସେଠାକାର ସରକାର ଗଚ୍ଛିତ ଥିବା ସୁନା ବିକି ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଲିଥୁଆନିଆ ଆକାଶରେ ନାଟୋର ଗର୍ଜନ: ସନ୍ଦିଗ୍ଧ ଡ୍ରୋନକୁ ଗୁଳି କରି ଖସାଇଲା ଯୁଦ୍ଧ ବିମାନ

ଭେନିଜୁଏଲାର ବର୍ତ୍ତମାନ ମୁଦ୍ରାସ୍ଫୀତି ହାର ଅନୁସାରେ ୧୦ଲକ୍ଷ ବୋଲିଭରର ମୂଲ୍ୟ ଆମେରିକୀୟ ଡଲାରର ଅଧା ଅର୍ଥାତ ଭାରତୀୟ ମୁଦ୍ରାରେ ୩୬ଟଙ୍କା। ଏଥିରେ ଭାରତରେ ଅଧଲିଟର ପେଟ୍ରୋଲ କ୍ରୟ କରିବା ମଧ୍ୟ ଅସମ୍ଭବ। ପ୍ରଚୁର ତୈଳ ସମ୍ପଦ ଯୋଗୁ ଏକଦା ସୁଖ ଓ ସ୍ୱାଚ୍ଛନ୍ଦ୍ୟରେ ଭରପୁର ଭେନଜୁଏଲା ଏବେ ଉତ୍କଟ ଗରିବିର ଶିକାର ହୋଇଛି। ଲୋକେ ବ୍ୟାଗବ୍ୟାଗ୍‌ ଟଙ୍କା ନେଇ ପଲିଥିନ ପ୍ୟାକେଟରେ ଖାଦ୍ୟ କିଣୁଛନ୍ତି। ଏଣୁ ସରକାର  ବଡ ଅଙ୍କର ନୋଟ୍‌ ଜାରି କରିଛନ୍ତି। ଭେନିଜୁଏଲ କେନ୍ଦ୍ରୀୟ ବ୍ୟାଙ୍କ ଦେଶର ଆର୍ଥିକ ଅବସ୍ଥାକୁ ଦେଖି ଏତେବଡ କରେନ୍ସି ନୋଟ ଜାରି କରିବାକୁ ପଡୁଥିବା କହିଛି। ଆଗାମୀ ସପ୍ତାହରେ ବ୍ୟାଙ୍କ ୨ଲକ୍ଷ ଓ ୫ଲକ୍ଷ ଟଙ୍କାର ବୋଲିଭିୟର ଜାରି କରିବେ ବୋଲି କେନ୍ଦ୍ରୀୟ ବ୍ୟାଙ୍କ କହିଛି।

ଆହୁରି ପଢ଼ନ୍ତୁ: ବିହାର ପୋଲିସ ଦାରୋଗା ନିଯୁକ୍ତି ଓ BPSC ପରୀକ୍ଷାରେ ଜାଲିଆତି ଅଭିଯୋଗ: ପାଟନାରେ ଛାତ୍ରଙ୍କ ବିକ୍ଷୋଭ, ପୋଲିସ ସହ ଧସ୍ତାଧସ୍ତି

ଏବେ ବଜାର ପରିସ୍ଥିତି ନିୟନ୍ତ୍ରଣ କରିବା ଲାଗି ଭେନିଜୁଏଲାରେ ୧୦ ,୨୦ ଓ ୫୦ ହଜାର ବୋଲିଭିୟର ପ୍ରଚଳନ ହେଉଛି। ଗୋଟିଏ ଭାରତୀୟ ଟଙ୍କାର ମୂଲ୍ୟ ଭେନେଜୁଏଲା ମୁଦ୍ରାରେ ଏବେ ୨୫,୫୮୪ .୬୬ ବୋଲିଭିୟର ରହିଛି। ତେବେ ପରିସ୍ଥିତି ନିୟନ୍ତ୍ରଣ କରିବାରେ ସରକାର ବିଫଳ ହେବା ଯୋଗୁ ଉଚ୍ଚ ମୁଦ୍ରାର କରେନ୍ସିନୋଟ୍‌ ଛାପିବାକୁ ବାଧ୍ୟ ହୋଇଛନ୍ତି। ଏହି ନୋଟର ମୁଦ୍ରଣ ଲାଗି ଇଟାଲୀରୁ ସ୍ୱତନ୍ତ୍ର ସିକ୍ୟୁରିଟି ପେପର କିଣା ହୋଇଆସିଛି। ଇଟାଲୀର ବ୍ୟାନ କ୍ୟାପିଟାଲ ଭେନିଜୁଏଲାକୁ ୭୧ ଟନ ସିକ୍ୟୁରିଟି ପେପର୍ସ ଦେଇଥିବା ଜଣାପଡିଛି। ୮ ବର୍ଷ ହେବ ଆର୍ଥିକ ମାନ୍ଦାବସ୍ଥା ସହ ଯୁଝୁଥିବାବେଳେ କରୋନା ମହାମାରୀ ଜନିତ ଲକଡାଉନ୍‌ ଦେଶର ଅବସ୍ଥାକୁ ଅହୁରି ଜଟିଳ କରିଦେଇଛି। ତୈଳ ବିକ୍ରିରୁ ମିଳୁଥିବା ଆୟ ବନ୍ଦ ହେବା ପରଠାରୁ ଦେଶ କ୍ରମାଗତ ଆର୍ଥିକ ଦୁଃସ୍ଥିତି ଦେଇ ଗତିକରିଆସୁଛି।

ଏକଦା ପେଟ୍ରୋଲିୟମ ଜାତ ସାମଗ୍ରୀ ରପ୍ତାନି କରି ବିତ୍ତଶାଳୀ ହୋଇଥିବା ଏହି ଦେଶ ଏବେ ଘୋର ଆର୍ଥିକ ଦୁର୍ଗତିର ସମ୍ମୁଖୀନ। ସେଠାକାର ଦେଶବାସୀ ଏବେ ଖାଇବାକୁ ପାଉନାହାନ୍ତି। ସମସ୍ତଙ୍କ ଘରେ ବିଡ଼ାବିଡ଼ା ନୋଟ ଥିଲେ ହେଁ ଖାଦ୍ୟ ସାମଗ୍ରୀର ଅଭାବ ଦେଖାଦେଇଛି। ଦାରିଦ୍ର୍ୟ ଓ ଅନାହାର ଚରମ ସୀମାରେ ପହଞ୍ଚିଛି। ପରିସ୍ଥିତି ଏପରି ହୋଇଛି ଯେ ସେଠାକାର ବାସିନ୍ଦା ବ୍ୟାଗ୍‌ ଓ ପଲିଥିନ୍‌ରେ ନୋଟ୍‌ ନେଇ ସାମଗ୍ରୀ କିଣିବାକୁ ବଜାର ଯାଉଛନ୍ତି।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର