ଗଛରୁ ଝରୁଛି ପାଣି

The Sakala Picture
Published On

ବିଶ୍ବରେ ଏମିତି ଅନେକ ରହସ୍ୟମୟ ଜିନିଷ ରହିଛି, ଯାହାର କାରଣ ଖୋଜିବାରେ ବୈଜ୍ଞାନିକମାନେ ବି ଅସମର୍ଥ। । ଏମିତି ଜିନିଷର ତାଲିକା ମଧ୍ୟରେ ସ୍ଥାନ ପାଇଛି ହରିୟାଣାର ‘ନୁହ’ ଜିଲ୍ଲାଠାରୁ ୩ କିଲୋମିଟର ଦୂରତାରେ ଥିବା ଗୋଟିଏ ବିରଳ ଗଛ, ଯେଉଁଥିରୁ ଆପେ ଆପେ ପାଣି ଝରୁଛି। ଏହା ହେଉଛି ଗୋଟିଏ କଦମ୍ବ ଗଛ। ସବୁଠାରୁ ବଡ଼ କଥା ହେଉଛି ଏହି ଗଛରୁ ପାଣି କେବେ ମଧ୍ୟ ଶୁଖେନାହିଁ। ଏହି ପାଣି ପିଇବା ଦ୍ବାରା ଚର୍ମରୋଗ ଭଲ […]

ବିଶ୍ବରେ ଏମିତି ଅନେକ ରହସ୍ୟମୟ ଜିନିଷ ରହିଛି, ଯାହାର କାରଣ ଖୋଜିବାରେ ବୈଜ୍ଞାନିକମାନେ ବି ଅସମର୍ଥ। । ଏମିତି ଜିନିଷର ତାଲିକା ମଧ୍ୟରେ ସ୍ଥାନ ପାଇଛି ହରିୟାଣାର ‘ନୁହ’ ଜିଲ୍ଲାଠାରୁ ୩ କିଲୋମିଟର ଦୂରତାରେ ଥିବା ଗୋଟିଏ ବିରଳ ଗଛ, ଯେଉଁଥିରୁ ଆପେ ଆପେ ପାଣି ଝରୁଛି। ଏହା ହେଉଛି ଗୋଟିଏ କଦମ୍ବ ଗଛ। ସବୁଠାରୁ ବଡ଼ କଥା ହେଉଛି ଏହି ଗଛରୁ ପାଣି କେବେ ମଧ୍ୟ ଶୁଖେନାହିଁ। ଏହି ପାଣି ପିଇବା ଦ୍ବାରା ଚର୍ମରୋଗ ଭଲ ହୋଇଯାଏ ବୋଲି ସାଧାରଣରେ ବିଶ୍ବାସ ରହିଛି। ଏହି ରହସ୍ୟମୟ ଗଛକୁ ଦେଖିବା ପାଇଁ ଅନେକ ଲୋକ ଦୂରଦୂରାନ୍ତରୁ ଆସିଥାନ୍ତି। ଏହି ଗଛରେ ଦୈବୀ ଶକ୍ତି ରହିଛି ବୋଲି ସ୍ଥାନୀୟ ଲୋକ ବିଶ୍ବାସ କରନ୍ତି। କୌଣସି ସ୍ବାସ୍ଥ୍ୟ ସମସ୍ୟାର ଉପଚାର ପାଇଁ ଲୋକେ ଏହି ଗଛର ପାଣି ନେଇ ପିଇଥାନ୍ତି ଏବଂ ସୁସ୍ଥତା ଲାଭ କରିଥାନ୍ତି। ଗଛରୁ ଆପେ ପାଣି ବାହାରିବା ସମ୍ପର୍କରେ ଅନେକ ବୈଜ୍ଞାନିକ ଗବେଷଣା କରିଛନ୍ତି। କିନ୍ତୁ ଏହାର ରହସ୍ୟ ଉପରୁ ପର୍ଦ୍ଦା ଉଠିପାରିନାହିଁ।

ଆହୁରି ପଢ଼ନ୍ତୁ: ଦୁର୍ବଳ ମାନସିକ ସ୍ୱାସ୍ଥ୍ୟ ପାଇଁ ସ୍କ୍ରିନ୍ ନିଶା ଦାୟୀ: ସର୍ବବୃହତ୍ ସମୀକ୍ଷାରୁ ଆସିଲା ଚିନ୍ତାଜନକ ରିପୋର୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp