ଆଜି ଶହୀଦ ଦିବସ

The Sakala Picture
Published On

ଭାରତର ସ୍ବାଧୀନତା ଅନ୍ଦୋଳନ ଇତିହାସରେ ମାର୍ଚ୍ଚ ୨୩ ଏକ ସ୍ମରଣୀୟ ଦିବସ। ଭାରତ ମାତାର ବୀର ସୁପୁତ୍ର କ୍ରାନ୍ତିକାରୀ ଶହିଦ-ଏ-ଆଜମ୍‌ ଭଗତସିଂହ, ଶିବରାମ ରାଜଗୁରୁ ଏବଂ ସୁଖଦେବ ୧୯୩୧ ମସିହା ଆଜିର ଦିନରେ ହସିହସି ଦେଶ ପାଇଁ ଫାଶୀ ଖୁଣ୍ଟରେ ଝୁଲି ଯାଇଥିଲେ। ଆଉ ତାଙ୍କରି ସ୍ମୃତିରେ ଆଜିର ଦିନଟିକୁ ଶହୀଦ ଦିବସ ଭାବେ ପାଳନ କରୁଛି ପୂରା ଦେଶ। ୧୯୨୯ ମସିହା ଏପ୍ରିଲ ୮ ତାରିଖରେ ଭଗତସିଂହ ଏବଂ ସାଥୀ ବଟୁକେଶ୍ବର ଦତ୍ତ ସେଣ୍ଟ୍ରାଲ୍ ଆସେମ୍ବଲିଠାରେ […]

ଭାରତର ସ୍ବାଧୀନତା ଅନ୍ଦୋଳନ ଇତିହାସରେ ମାର୍ଚ୍ଚ ୨୩ ଏକ ସ୍ମରଣୀୟ ଦିବସ। ଭାରତ ମାତାର ବୀର ସୁପୁତ୍ର କ୍ରାନ୍ତିକାରୀ ଶହିଦ-ଏ-ଆଜମ୍‌ ଭଗତସିଂହ, ଶିବରାମ ରାଜଗୁରୁ ଏବଂ ସୁଖଦେବ ୧୯୩୧ ମସିହା ଆଜିର ଦିନରେ ହସିହସି ଦେଶ ପାଇଁ ଫାଶୀ ଖୁଣ୍ଟରେ ଝୁଲି ଯାଇଥିଲେ। ଆଉ ତାଙ୍କରି ସ୍ମୃତିରେ ଆଜିର ଦିନଟିକୁ ଶହୀଦ ଦିବସ ଭାବେ ପାଳନ କରୁଛି ପୂରା ଦେଶ। ୧୯୨୯ ମସିହା ଏପ୍ରିଲ ୮ ତାରିଖରେ ଭଗତସିଂହ ଏବଂ ସାଥୀ ବଟୁକେଶ୍ବର ଦତ୍ତ ସେଣ୍ଟ୍ରାଲ୍ ଆସେମ୍ବଲିଠାରେ ବୋମା ବିସ୍ଫୋରଣ କରିଥିଲେ। ଏହି ଘଟଣାରେ ସାଥୀ ବଟୁକେଶ୍ବର ଚମ୍ପଟ ମାରିଥିବାବେଳେ ଭଗତସିଂହ ବୀର ଭଳି ହସିହସି ନିଜକୁ ଇଂରେଜ ସରକାରଙ୍କ ଆଡକୁ ଟେକି ଦେଇଥିଲେ। ଏହାସହ ୧୯୨୮ ମସିହାରେ ଲହୋରଠାରେ ଏକ ପୋଲିସ୍‌ ଅଧିକାରୀଙ୍କୁ ଗୁଳି ମାରି ହତ୍ୟା କରିଥିଲେ ଭଗତସିଂହ, ସୁଖଦେବ ଓ ରାଜଗୁରୁ। ଏହି ଘଟଣାରେ ଇଂରେଜ ସରକାର ଏହି ତିନିଜଣଙ୍କୁ ଫାଶୀଦଣ୍ଡ ଶୁଣାଇଥିଲେ। ପୂର୍ବରୁ ଏହି ତିନି ଜଣଙ୍କୁ ୨୪ ମାର୍ଚ୍ଚ ସକାଳ ୮ଟାରେ ଫାଶୀ ଦିଆଯିବ ବୋଲି ନିର୍ଦ୍ଧାରିତ ହୋଇଥିଲା। କିନ୍ତୁ ସେତେବେଳେ ବହୁ ସଂଖ୍ୟାରେ କ୍ରାନ୍ତିକାରୀଙ୍କ ବିକ୍ଷୋଭକୁ ନେଇ ଇଂରେଜ ସରକାର ଡରିଯାଇଥିଲେ। ଇଂରେଜ ସରକାର ଭୟରେ ମାର୍ଚ୍ଚ ୨୩ ସଂଧ୍ୟାରେ ହିଁ ସେମାନଙ୍କୁ ଫାଶୀ ଦେଇଥିଲେ। ଏହି ତିନି ବୀର କ୍ରାନ୍ତିକାରୀ ହସିହସି ଫାଶୀଖୁଣ୍ଟରେ ଝୁଲି ଯାଇଥିଲେ। ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ସେମାନେ ‘ମେରା ରଙ୍ଗ ଦେ ବାସନ୍ତୀ ଚୋଲା, ମେରା ରଙ୍ଗଦେ’ ଗୀତ ଗାଇଥିଲେ। ଫାଶୀ ଖୁଣ୍ଟରେ ଝୁଲିବା ସମୟରେ ଭଗତସିଂହ, ସୁଖଦେବଙ୍କ ବୟସ ମାତ୍ର ୨୩ ବର୍ଷ ହୋଇଥିବାବେଳେ ରାଜଗୁରୁ ମାତ୍ର ୨୨ ବର୍ଷର ଥିଲେ। ଏତେ କମ୍ ବୟସରେ ମଧ୍ୟ ଏହି ତିନି ବିପ୍ଲବୀ ଦେଶ ମାତୃକା ପାଇଁ ହସି ହସି ପ୍ରାଣବଳି ଦେଇଥିଲେ। ଲାହୋରର ପଞ୍ଜାବଠାରେ ଏହି ୩ଜଣଙ୍କୁ ଫାଶୀ ଦିଆଯାଇଥିଲା। ଯୁବକ ଅବସ୍ଥାରୁ ନିର୍ଭୀକତାର ପରିଚୟ ଦେଇଥିଲେ ଏହି ତିନି ଜଣ ମହାନ୍ ବିପ୍ଳବୀ। ଏହି ତିନି ଜଣ ଶହୀଦ ଆଜିର ଯୁବପିଢିଙ୍କ ପାଇଁ ଏକ ପ୍ରେରଣା।

ଆହୁରି ପଢ଼ନ୍ତୁ: ଦୃଷ୍ଟିହୀନତା ହାରିଲା, ମା’ଙ୍କ ତପସ୍ୟା ଜିତିଲା: ୟୁପିଏସସିରେ ୨୦ ତମ ର଼୍ୟାଙ୍କ ହାସଲ କଲେ ନୱାଦାର ରବି ରାଜ

23 Mar 2021 By The Sakala

https://www.thesakala.in/special/shaheed-diwas/article-924
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର