ବରିଷ୍ଠ IAS ବୀର ବିକ୍ରମ ଯାଦବ ହେଲେ DGCA ଅଧ୍ୟକ୍ଷ

Madhusudan Das Picture
Published On

ନୂଆଦିଲ୍ଲୀ: ଡିଜିସିଏର ଅଧ୍ୟକ୍ଷ ହେଲେ ବରିଷ୍ଠ ଆଇଏଏସ୍‌ ବୀର ବିକ୍ରମ ଯାଦବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)ରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ସରକାର ବର୍ତ୍ତମାନର ମହାନିର୍ଦ୍ଦେଶକ ଫୈଜ ଅହମ୍ମଦ କିଦୱାଇଙ୍କୁ ପରିବର୍ତ୍ତନ କରି ତାଙ୍କ ସ୍ଥାନରେ ବୀର ବିକ୍ରମ ଯାଦବଙ୍କୁ ନୂଆ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି। ଶ୍ରୀ ଯାଦବ ହେଉଛନ୍ତି ୧୯୯୬ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍‌(IAS)। ସେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପୂର୍ବରୁ ଓଡ଼ିଶାର ବିଭିନ୍ନ ପ୍ରଶାସନିକ ପଦପଦବୀରେ କାର୍ଯ୍ୟ କରିଥିଲେ। ୨୦୨୪ରେ ତାଙ୍କୁ ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ ଦାୟିତ୍ୱ ମିଳିଥିଲା। ଏବେ ସେ ଡିଜିସିଏ ମୁଖ୍ୟ ହୋଇଛନ୍ତି। 

ଆହୁରି ପଢ଼ନ୍ତୁ: 'ଆପଣ ଗୁଗଲରେ ଅଶ୍ଳୀଳ ଭିଡିଓ ଦେଖିଛନ୍ତି...': କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ମହିଳାଙ୍କଠାରୁ ୪.୫୦ ଲକ୍ଷ ଟଙ୍କାର ସାଇବର ଠକେଇ

ବୀର ବିକ୍ରମ ଯାଦବ ବର୍ତ୍ତମାନ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି। ନୁଆ ନିଯୁକ୍ତି ପରେ ସେ ଭାରତର ବିମାନ ନିୟାମକ ସଂସ୍ଥା ଡିଜିସିଏର ମୁଖ୍ୟ ହେବେ।   ଭାରତର ବିମାନ ଚଳାଚଳ କ୍ଷେତ୍ର ବର୍ତ୍ତମାନ ଦ୍ରୁତ ବିକାଶ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଏବଂ ଏୟାର ଟ୍ରାଫିକ୍ ବୃଦ୍ଧି ପାଉଥିବା ସମୟରେ ଏହି ନିଯୁକ୍ତି ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

ଆହୁରି ପଢ଼ନ୍ତୁ: ଇରାନ ବିରୋଧରେ ଯୁଦ୍ଧ ମଇଦାନକୁ ଓହ୍ଲାଇଲା ଇସ୍ରାଏଲର ନୌସେନା, ଭୂମଧ୍ୟସାଗରରୁ ମାଡ଼ ହେଉଛି ମିସାଇଲ

ଅନ୍ୟପକ୍ଷରେ, ଡିଜିସିଏର ପୂର୍ବତନ ମୁଖ୍ୟ ଫୈଜ ଅହମ୍ମଦ କିଦୱାଇଙ୍କୁ ବ୍ୟକ୍ତିଗତ ଏବଂ ପ୍ରଶିକ୍ଷଣ ବିଭାଗ (DoPT)ର ଅତିରିକ୍ତ ସଚିବ ଭାବରେ ନିଯୁକ୍ତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ କିଦୱାଇ ଜାନୁଆରୀ ୨୦୨୫ରେ ଡିଜିସିଏର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ମାତ୍ର ବର୍ଷକରୁ ଅଧିକ ସମୟ ପାଇଁ ଏହି ପଦବୀରେ କାର୍ଯ୍ୟ କରିଥିଲେ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

କେନ୍ଦ୍ର ସରକାର ଡିଜିସିଏର ମୁଖ୍ୟ ଭାବେ ବୀର ବିକ୍ରମଙ୍କୁ ନିଯୁକ୍ତି ଦେଇଥିବା ବେଳେ ଏହାର ଅତିରିକ୍ତ ସଚିବ ଭାବେ ପୁନୀତ୍ କଂସଲ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ହୋଇଛନ୍ତି ମୋନା କେ ଖଣ୍ଡାର।

ଜ୍ଞାନେନ୍ଦ୍ର ଡି ତ୍ରିପାଠୀଙ୍କୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥିବା କୃଷି ଗବେଷଣା ଓ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ସହିତ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ଏଗ୍ରିକଲ୍ଚରାଲ୍ ରିସର୍ଚ୍ଚର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ବିଶାଲ୍ ଗଗନଙ୍କୁ କେନ୍ଦ୍ରୀୟ ସୂଚନା ଆୟୋଗର ସଚିବ ହୋଇଛନ୍ତି। 

31 Mar 2026 By Madhusudan Das

ବରିଷ୍ଠ IAS ବୀର ବିକ୍ରମ ଯାଦବ ହେଲେ DGCA ଅଧ୍ୟକ୍ଷ

ନୂଆଦିଲ୍ଲୀ: ଡିଜିସିଏର ଅଧ୍ୟକ୍ଷ ହେଲେ ବରିଷ୍ଠ ଆଇଏଏସ୍‌ ବୀର ବିକ୍ରମ ଯାଦବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)ରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ସରକାର ବର୍ତ୍ତମାନର ମହାନିର୍ଦ୍ଦେଶକ ଫୈଜ ଅହମ୍ମଦ କିଦୱାଇଙ୍କୁ ପରିବର୍ତ୍ତନ କରି ତାଙ୍କ ସ୍ଥାନରେ ବୀର ବିକ୍ରମ ଯାଦବଙ୍କୁ ନୂଆ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି। ଶ୍ରୀ ଯାଦବ ହେଉଛନ୍ତି ୧୯୯୬ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍‌(IAS)। ସେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପୂର୍ବରୁ ଓଡ଼ିଶାର ବିଭିନ୍ନ ପ୍ରଶାସନିକ ପଦପଦବୀରେ କାର୍ଯ୍ୟ କରିଥିଲେ। ୨୦୨୪ରେ ତାଙ୍କୁ ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ ଦାୟିତ୍ୱ ମିଳିଥିଲା। ଏବେ ସେ ଡିଜିସିଏ ମୁଖ୍ୟ ହୋଇଛନ୍ତି। 

ବୀର ବିକ୍ରମ ଯାଦବ ବର୍ତ୍ତମାନ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି। ନୁଆ ନିଯୁକ୍ତି ପରେ ସେ ଭାରତର ବିମାନ ନିୟାମକ ସଂସ୍ଥା ଡିଜିସିଏର ମୁଖ୍ୟ ହେବେ।   ଭାରତର ବିମାନ ଚଳାଚଳ କ୍ଷେତ୍ର ବର୍ତ୍ତମାନ ଦ୍ରୁତ ବିକାଶ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଏବଂ ଏୟାର ଟ୍ରାଫିକ୍ ବୃଦ୍ଧି ପାଉଥିବା ସମୟରେ ଏହି ନିଯୁକ୍ତି ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

ଅନ୍ୟପକ୍ଷରେ, ଡିଜିସିଏର ପୂର୍ବତନ ମୁଖ୍ୟ ଫୈଜ ଅହମ୍ମଦ କିଦୱାଇଙ୍କୁ ବ୍ୟକ୍ତିଗତ ଏବଂ ପ୍ରଶିକ୍ଷଣ ବିଭାଗ (DoPT)ର ଅତିରିକ୍ତ ସଚିବ ଭାବରେ ନିଯୁକ୍ତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ କିଦୱାଇ ଜାନୁଆରୀ ୨୦୨୫ରେ ଡିଜିସିଏର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ମାତ୍ର ବର୍ଷକରୁ ଅଧିକ ସମୟ ପାଇଁ ଏହି ପଦବୀରେ କାର୍ଯ୍ୟ କରିଥିଲେ।

କେନ୍ଦ୍ର ସରକାର ଡିଜିସିଏର ମୁଖ୍ୟ ଭାବେ ବୀର ବିକ୍ରମଙ୍କୁ ନିଯୁକ୍ତି ଦେଇଥିବା ବେଳେ ଏହାର ଅତିରିକ୍ତ ସଚିବ ଭାବେ ପୁନୀତ୍ କଂସଲ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ହୋଇଛନ୍ତି ମୋନା କେ ଖଣ୍ଡାର।

ଜ୍ଞାନେନ୍ଦ୍ର ଡି ତ୍ରିପାଠୀଙ୍କୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥିବା କୃଷି ଗବେଷଣା ଓ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ସହିତ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ଏଗ୍ରିକଲ୍ଚରାଲ୍ ରିସର୍ଚ୍ଚର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ବିଶାଲ୍ ଗଗନଙ୍କୁ କେନ୍ଦ୍ରୀୟ ସୂଚନା ଆୟୋଗର ସଚିବ ହୋଇଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର