ଦିଲ୍ଲୀରେ ୧୫ ବର୍ଷର ରେକର୍ଡ ଭାଙ୍ଗିଲା ତାପମାତ୍ରା

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଅସହ୍ୟ ତାତି ସବୁ ରେକର୍ଡ ଭାଙ୍ଗି ଚାଲିଛି। ଦେଶର ଉତ୍ତର-ପଶ୍ଚିମ ରାଜ୍ୟରେ ଏପ୍ରିଲ ପ୍ରାରମ୍ଭରୁ ‘ଲୁ’ର ପ୍ରଭାବ ବୃଦ୍ଧି ପାଇ ଚାଲିଛି। ରାଜସ୍ଥାନ, ଦିଲ୍ଲୀ, ମଧ୍ୟ ପ୍ରଦେଶ, ଗୁଜରାଟ, ହରିୟାଣା ଏବଂ ପଞ୍ଜାବର ଅନେକ ଭାଗରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ପ୍ରଚଣ୍ଡ ତାତିରେ ରାଜଧାନୀ ଦିଲ୍ଲୀବାସୀ କଲବଲ ହେଉଛନ୍ତି। ଏଠାକାର ତାପମାତ୍ରା ଗତ ୧୫ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ଏହା ୪୦ ଡିଗ୍ରୀ ସେଲ୍‌ସିୟସ ପାର୍‌ କରିଯାଇଛି। […]

ନୂଆଦିଲ୍ଲୀ: ଦେଶରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଅସହ୍ୟ ତାତି ସବୁ ରେକର୍ଡ ଭାଙ୍ଗି ଚାଲିଛି। ଦେଶର ଉତ୍ତର-ପଶ୍ଚିମ ରାଜ୍ୟରେ ଏପ୍ରିଲ ପ୍ରାରମ୍ଭରୁ ‘ଲୁ’ର ପ୍ରଭାବ ବୃଦ୍ଧି ପାଇ ଚାଲିଛି। ରାଜସ୍ଥାନ, ଦିଲ୍ଲୀ, ମଧ୍ୟ ପ୍ରଦେଶ, ଗୁଜରାଟ, ହରିୟାଣା ଏବଂ ପଞ୍ଜାବର ଅନେକ ଭାଗରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ପ୍ରଚଣ୍ଡ ତାତିରେ ରାଜଧାନୀ ଦିଲ୍ଲୀବାସୀ କଲବଲ ହେଉଛନ୍ତି। ଏଠାକାର ତାପମାତ୍ରା ଗତ ୧୫ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ଏହା ୪୦ ଡିଗ୍ରୀ ସେଲ୍‌ସିୟସ ପାର୍‌ କରିଯାଇଛି। ଅନେକ ଅଞ୍ଚଳରେ ଗ୍ରୀଷ୍ମପ୍ରବାହର ସ୍ଥିତି ଲାଗି ରହିଛି। ଏହା ପୂର୍ବରୁ ୨୦୧୧ରେ ଏଭଳି ହୋଇଥିଲା। ସେହିପରି ମଧ୍ୟପ୍ରଦେଶରେ ମଧ୍ୟ ସମାନ ସ୍ଥିତି ରହିଛି। ମଧ୍ୟପ୍ରଦେଶର ୩୦ ଜିଲ୍ଲା ପାଇଁ ଆଜି ଚେତାବନୀ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା: ଚେନ୍ନାଇର ପର୍ଯ୍ୟଟକଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

ଅନ୍ୟପକ୍ଷରେ ପ୍ରଚଣ୍ଡ ତାତି ମଧ୍ୟରେ ବିହାରର ତିନି ଜିଲ୍ଲାରେ ବଜ୍ରପାତ ହୋଇ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ୪ ଜିଲ୍ଲାରେ କୁଆ ପଥର ମାଡ଼ ସହିତ ୨୭ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆସାମ ଏବଂ ବଙ୍ଗୋପସାଗର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ବିହାର ପର୍ଯ୍ୟନ୍ତ ଥଣ୍ଡା ବାୟୁ ପ୍ରଭାବିତ ହେଉଛି। ଏଥିଯୋଗୁଁ ଉତ୍ତର-ପୂର୍ବ ଅଞ୍ଚଳରେ ପାଣିପାଗ ବଦଳିବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁରେ ଭୟଙ୍କର ହତ୍ୟାକାଣ୍ଡ: ସ୍ତ୍ରୀ ଓ ଶାଶୂଙ୍କ ସମେତ ପରିବାରର ୭ ଜଣଙ୍କୁ ହତ୍ୟା କଲା ପାଷାଣ୍ଡ ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର