କାଙ୍ଗାଳର ଦ୍ବାରଦେଶରେ ପାକିସ୍ତାନ, ସରକାରଙ୍କ ହାତରେ ମାତ୍ର ୨୧ ଦିନର ଖର୍ଚ୍ଚ

The Sakala Picture
Published On

ଇସଲାମାବାଦ : ଗମ୍ଭୀର ଆର୍ଥିକ ଦୁର୍ଗତି ଦେଇ ଗତି କରୁଥିବା ପାକିସ୍ତାନ ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ଅତ୍ୟଧିକ ୬ଣ ବୋଝରେ ବୁଡି ରହିଥିବା ଏହି ଦେଶରେ ସାଧାରଣ ଲୋକଙ୍କୁ ଦିନକୁ ଦୁଇ ମୁଠା ଖାଇବା ମଧ୍ୟ କଷ୍ଟ ସାଧ୍ୟ ହୋଇପଡ଼ିଛି। ଗୋଟିଏ ପଟେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଏକପ୍ରକାର ଖାଲି ହେବାକୁ ବସିଥିବା ବେଳେ ଅନ୍ୟ କେଉଁଠୁ ଋଣ ନମିଳିବା ଏବଂ ଆମଦାନୀ ସମ୍ଭବ ନହେବା ଯୋଗୁଁ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି […]

ଇସଲାମାବାଦ : ଗମ୍ଭୀର ଆର୍ଥିକ ଦୁର୍ଗତି ଦେଇ ଗତି କରୁଥିବା ପାକିସ୍ତାନ ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ଅତ୍ୟଧିକ ୬ଣ ବୋଝରେ ବୁଡି ରହିଥିବା ଏହି ଦେଶରେ ସାଧାରଣ ଲୋକଙ୍କୁ ଦିନକୁ ଦୁଇ ମୁଠା ଖାଇବା ମଧ୍ୟ କଷ୍ଟ ସାଧ୍ୟ ହୋଇପଡ଼ିଛି। ଗୋଟିଏ ପଟେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଏକପ୍ରକାର ଖାଲି ହେବାକୁ ବସିଥିବା ବେଳେ ଅନ୍ୟ କେଉଁଠୁ ଋଣ ନମିଳିବା ଏବଂ ଆମଦାନୀ ସମ୍ଭବ ନହେବା ଯୋଗୁଁ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ଜରୁରୀ ସାମଗ୍ରୀ ସ୍ବପ୍ନ ହୋଇପଡ଼ିଛି। ଅଟା ଠାରୁ ଚାଉଳ, ଚିନି ଠାରୁ ଲୁଣ ଏବଂ ଔଷଧ ଠାରୁ ଆରମ୍ଭ କରି କ୍ଷୀର ସବୁକିଛି ସାଧାରଣ ଲୋକଙ୍କ ପାଇଁ ସ୍ବପ୍ନ ହୋଇପଡ଼ିଛି।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ବର୍ଷକ ମଧ୍ୟରେ ସାମାନ୍ୟ ପିଆଜ ମୂଲ୍ୟରେ ୫୦୦ ପ୍ରତିଶତ ବୃଦ୍ଧି ଘଟିବା ସହିତ ବର୍ତ୍ତମାନ କିଲୋ ପିଛା ପିଆଜ ମୂଲ୍ୟ ୩୬ ଟଙ୍କାରୁ ୨୨୦ ଟଙ୍କାରେ ପହଞ୍ଚିଛି। ସେହିପରି ଚିକେନ୍‌ ଦର ୨୧୦ ଟଙ୍କାରୁ ୩୮୩, ଡାଲି ୧୫୦ ଟଙ୍କାରୁ ୨୨୮,ଲୁଣ ୩୨ ଟଙ୍କାରୁ ୪୯,ବାସୁମତି ଚାଉଳ ୩୬ ଟଙ୍କାରୁ ୨୨୦ ଟଙ୍କା, ସୋରିଷ ତେଲ ୩୭୪ ଟଙ୍କାରୁ ୫୩୨ ଟଙ୍କା, ପାଆଁରୁଟି ୬୫ ଟଙ୍କାରୁ ୯୦ ଟଙ୍କା ଏବଂ କ୍ଷୀର ମୂଲ୍ୟ ୧୧୪ ଟଙ୍କାରୁ ୧୪୯ ଟଙ୍କାରେ ପହଞ୍ଚିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ବର୍ତ୍ତମାନ ପାକିସ୍ତାନ ସରକାରଙ୍କ ନିକଟରେ ଖର୍ଚ୍ଚ ବହନ କରିବାକୁ ମଧ୍ୟ ଆଉ ଅର୍ଥ ନାହିଁ। ସରକାରଙ୍କ ନିକଟରେ ଯେତିକି ଅର୍ଥ ଅଛି ତାହା ୨୧ ଦିନ ମଧ୍ୟରେ ଶେଷ ହୋଇଯିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ସେପଟେ ଦେଶର ଋଣ ଭାର ମୋଟ ଜିଡିପିର ୭୮ ପ୍ରତିଶତ ରହିବା ସହିତ ମୋଟ ପରିମାଣ ୩୫୦ ବିଲିୟନ ଡଲାରରେ ପହଞ୍ଚିଥିଲା ବେଳେ ବୈଦେଶିକ ମୁଦ୍ରା ଭଣ୍ଡାରରେ ଆଉ ମାତ୍ର ୪.୫ ବିଲିୟନ ଡଲାର ରହିଥିବା କୁହାଯାଇଛି। ତେଣୁ ଅନ୍ୟ କୌଣସି ରାଷ୍ଟ୍ର ଯଦି ପାକିସ୍ତାନକୁ ଅର୍ଥ ସହାୟତା ନ କରନ୍ତି ତେବେ କିଛି ଦିନ ମଧ୍ୟରେ ପାକିସ୍ତାନ ଦେବାଳିଆ ରାଷ୍ଟ୍ର ଭାବେ ଘୋଷଣା ହେବା ନିଶ୍ଚିତ ବୋଲି କୁହାଯାଉଛି। ଯଦିଓ ଏବେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପ୍ୟାରିସ ଗସ୍ତ କରି କିଛି ବିଦେଶୀ ରାଷ୍ଟ୍ରମାନଙ୍କ ଠାରୁ ପ୍ରାୟ ୧୦ ବିଲିୟନ ଡଲାରର ଋଣ ସଂଗ୍ରହ କରିବାକୁ ସକ୍ଷମ ହୋଇଛନ୍ତି ତେବେ ଏହି ଅର୍ଥରେ ପାକିସ୍ତାନ ସରକାର ହାତ ମାରି ପାରିବେ ନାହିଁ। କାରଣ କେବଳ ପାକିସ୍ତାନର ଭିତ୍ତିଭୂମି ବିକାଶ ପ୍ରକଳ୍ପ ପାଇଁ ଏହି ଅର୍ଥ ବିନିଯୋଗ ହେବ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର