ମୁନିଗୁଡ଼ା ରେଞ୍ଜରେ ହାତୀ ଆତଙ୍କ, ଆକ୍ରମଣରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ

Madhusudan Das Picture
Published On

ମୁନିଗୁଡ଼ା: ମୁନିଗୁଡ଼ା ବନାଞ୍ଚଳରେ ଥମୁନି ହାତୀ ଆକ୍ରମଣ। ପୁଣି ଜଣେ ମହିଳାଙ୍କ ଜୀବନ ନେଇଛି ହାତୀ। ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ଇଚ୍ଛାପୁର ପଞ୍ଚାୟତର ରଣଶାପଦର ଗାଁର ନିଳେନ୍ଦ୍ରୀ ବାଗ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି।
ସୂଚନା ଅନୁଯାୟୀ, ଶନିବାର ସକାଳୁ ନିଳେନ୍ଦ୍ରୀ ଶୌଚ ପାଇଁ ଯାଇଥିବା ସମୟରେ ୨ରୁ ୪ଟି ହାତୀ ତାଙ୍କୁ ଆକ୍ରମଣ କରିବା ସହ ଦଳି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ରଣାଶପଦର ଗାଁରେ ଶୋକର ଛାୟା ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା OSSTET-୨୦୨୬ ପରୀକ୍ଷାଫଳ, ୭୯.୧୫ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ

ଉଲ୍ଲେଖଯୋଗ୍ୟ, ଗତ ୧୯ ତାରିଖରେ ମଧ୍ୟ ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ରଘୁବାରି ପଞ୍ଚାୟତର କାନ୍ତାମାଣୀ ଗ୍ରାମର ଗୁତୁଲୀ ମାଝୀ ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ। ଅଳ୍ପ ଦିନ ବ୍ୟବଧାନରେ ଦୁଇଟି ଜୀବନହାନି ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଉଦ୍‌ବେଗ ପ୍ରକାଶ ପାଇଛି। ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଜନବସତି ଅଞ୍ଚଳରେ ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି।

ଆହୁରି ପଢ଼ନ୍ତୁ: ପ୍ରେମ-ପ୍ରତାରଣା ଓ ଠକେଇ ଅଭିଯୋଗରେ ଅଭିନେତା ତଥା ପ୍ରଯୋଜକ ରାକେଶ ପାଢୀ ଥାନାରେ ଅଟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର