କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ: ବାରମ୍ବାର ଥାନାକୁ ଦୌଡିଲେ ମଧ୍ୟ ମିଳିଲାନି ନ୍ୟାୟ, ଥାନା ଭିତରେ ବିଷ ପିଇଦେଲେ ବୃଦ୍ଧ!

Madhusudan Das Picture
Published On

କେନ୍ଦ୍ରାପଡ଼ା: ଥାନା ଭିତରେ ବିଷ ପିଇଦେଲେ ବୃଦ୍ଧ । କେନ୍ଦ୍ରାପଡ଼ା ସଦର ଥାନା ପରିସରରେ ଜଣେ ବୃଦ୍ଧ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୋଲିସର ନିଷ୍କ୍ରିୟତା ଏବଂ ପାରିବାରିକ ନିର୍ଯାତନାରୁ ଅତିଷ୍ଠ ହୋଇ ବୃଦ୍ଧ ଜଣକ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଛି। 

ଆହୁରି ପଢ଼ନ୍ତୁ: ପୋଲିସ କ୍ୱାର୍ଟର୍ସରୁ ମହିଳା ସବ୍-ଇନ୍ସପେକ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ବଢୁଛି ରହସ୍ୟ

ସୂଚନା ଅନୁଯାୟୀ, ବାଇପୁର ଗ୍ରାମର ଶିବ ପ୍ରସାଦ ପ୍ରଧାନ ନାମକ ଜଣେ ବୃଦ୍ଧ ଶୁକ୍ରବାର ଦିନ ଥାନା ପରିସରରେ ବିଷ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। 

ଆହୁରି ପଢ଼ନ୍ତୁ: ବଲାଙ୍ଗୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୋଷ୍ଟାଲ ଭ୍ୟାନ ଧକ୍କାରେ ୨ ବନ୍ଧୁଙ୍କ ମୃତ୍ୟୁ

ସୂଚନା ଅନୁସାରେ, ଶିବପ୍ରସାଦଙ୍କର କିଛି ପାରିବାରିକ ସମସ୍ୟା ରହିଥିଲା। ଏହାର ସମାଧାନ ପାଇଁ ସେ କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଥରେ ନୁହେଁ, ବାରମ୍ବାର ଥାନାକୁ ଯାଇ ଅଭିଯୋଗ ଜଣାଇଥିବା ସତ୍ତ୍ୱେ ତାଙ୍କ କଥା ଶୁଣାଯାଇନଥିବା ସେ ଅଭିଯୋଗ କରିଛନ୍ତି। ପୋଲିସ କର୍ମଚାରୀମାନେ ତାଙ୍କୁ ବାରମ୍ବାର କେବଳ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଏହାକୁ ନେଇ ସେ ମାନସିକ ଭାବେ ଚିନ୍ତିତ ଥିବା କୁହାଯାଉଛି। ଆଉ ଶେଷରେ ଆଜି ଥାନା ଭିତରେ ହିଁ ବିଷ ପିଇଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପୋଲିସର କାର୍ଯ୍ୟଦକ୍ଷତା ଉପରେ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ମୃତ୍ୟୁ ସାର୍ଟିଫିକେଟ ପାଇଁ ଲାଞ୍ଚ ନେଉଥିଲେ ସ୍ୱାସ୍ଥ୍ୟକର୍ମୀ, ମାଡ଼ିବସିଲା ଭିଜିଲାନ୍ସ ବିଭାଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର