କାଶ୍ମୀରରେ ସାଧାରଣ ଲୋକଙ୍କ ହତ୍ୟା ଘଟଣାର ତଦନ୍ତ କରିବ ଏନଆଇଏ

The Sakala Picture
Published On

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଯାଞ୍ଚ୍ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) କରିବ । ଲାଲ ବଜାରରେ ଔଷଧ ଦୋକାନୀ ମଖନ ଲାଲ ବିନ୍ଦ୍ରୁ ଏବଂ ଭେଲପୁରୀ ବିକାଳୀ ବିରେନ୍ଦ୍ର ପାସୱାନଙ୍କ ହତ୍ୟା ଘଟଣାର ଏନଆଇଏ ଅନୁସନ୍ଧାନ କରିବ, ବିନ୍ଦ୍ରୁ ଜଣେ କାଶ୍ମୀର ପଣ୍ଡିତ ହୋଇଥିବାବେଳେ ପାସୱାନ ବିହାରର ଜଣେ ଶ୍ରମିକ ଥିଲେ। ପରେ ବିହାରର ଆଉ ଦୁଇ ଶ୍ରମିକଙ୍କୁ ଘରେ ପଶି ଗୁଳି କରି ହତ୍ୟା କରାଯାଇଥିଲା । […]

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଯାଞ୍ଚ୍ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) କରିବ । ଲାଲ ବଜାରରେ ଔଷଧ ଦୋକାନୀ ମଖନ ଲାଲ ବିନ୍ଦ୍ରୁ ଏବଂ ଭେଲପୁରୀ ବିକାଳୀ ବିରେନ୍ଦ୍ର ପାସୱାନଙ୍କ ହତ୍ୟା ଘଟଣାର ଏନଆଇଏ ଅନୁସନ୍ଧାନ କରିବ, ବିନ୍ଦ୍ରୁ ଜଣେ କାଶ୍ମୀର ପଣ୍ଡିତ ହୋଇଥିବାବେଳେ ପାସୱାନ ବିହାରର ଜଣେ ଶ୍ରମିକ ଥିଲେ। ପରେ ବିହାରର ଆଉ ଦୁଇ ଶ୍ରମିକଙ୍କୁ ଘରେ ପଶି ଗୁଳି କରି ହତ୍ୟା କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ବଢ଼ିଲା ଉତ୍ତେଜନା: ଇରାନ ଉପରେ ଇସ୍ରାଏଲର ପାଲଟା ମିସାଇଲ ମାଡ଼, ତେହେରାନରେ ଥରିଲା ଛାତି

ଅନ୍ୟପକ୍ଷେ ଜାମ୍ମୁ କାଶ୍ମୀରରେ ଅଣମୁସଲିମ୍ ଓ ପ୍ରବାସୀ ଶ୍ରମିକଙ୍କ ଉପରେ ବୃଦ୍ଧି ପାଉଥିବା ଆତଙ୍କବାଦୀ ଘଟଣାକୁ ନେଇ ସରକାର କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଥିବା ଖବର ରହିଛି। ଜମ୍ମୁ-କଶ୍ମୀର ପୁଲିସର ଡିଜି ଏବଂ ଏନଆଇଏର ଡିଜିଙ୍କ ମଧ୍ୟରେ ଶ୍ରୀନଗରରେ ବହୁଥର ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତ କିଛି ଦିନ ଧରି ଏନଆଇଏ ଡିଜି କୁଲଦୀପ ସିଂ କାଶ୍ମୀରରେ ଡେରା ପକାଇଛନ୍ତି। ଡିଜି ଜାମ୍ମୁ କାଶ୍ମୀର ପୁଲିସ ରାଜ୍ୟ ସରକାରଙ୍କ ମାଧ୍ୟମରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ। ଏହି ମାମଲାରେ ଆତଙ୍କବାଦୀ ଷଡ଼ଯନ୍ତ୍ରର ତଦନ୍ତ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

ସୂଚନାଯୋଗ୍ୟ ଚଳିତ ମାସରେ ୧୧ ଜଣ ଯବାନ ଓ ବହୁ ସାଧାରଣ ଲୋକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ସେପଟେ ପୁଞ୍ଚ୍‌ ହମଲାରେ ୯ ଜଣ ଯବାନଙ୍କୁ ହତ୍ୟା ଘଟଣା ପାଇଁ ନିଜକୁ ଦାୟୀ କରିଛି ନୂଆ ଆତଙ୍କୀ ସଂଗଠନ । ସେପଟେ ପୁଞ୍ଚ୍‌ ଓ ରଜୌରୀରେ କିଛିଦିନ ହେଲା ଲାଗି ରହିଥିବା ସ୍ଥିତିର ସମୀକ୍ଷା ପାଇଁ ଆଜି ଜାଶ୍ମୀର ଗସ୍ତ କରିଛନ୍ତି ସେନା ମୁଖ୍ୟ ଏମ ଏମ ନରଓ୍ୱାଣେ । LOC  ଅଞ୍ଚଳକୁ ଯାଇ ସ୍ଥିତି ପରଖିବା ସହ ଆତଙ୍କୀ ପ୍ରସଙ୍ଗକୁ ନେଇ ଆଜି ବହୁ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆର୍ମି ମୁଖ୍ୟ ନରଓ୍ୱାଣେ ସାମିଲ ହୋଇଛନ୍ତି । ଆତଙ୍କୀଙ୍କୁ କଡ଼ା ଜବାବ ଦେବା ସହ ଆତଙ୍କୀ ସଂଗଠନକୁ ନିପାତ କରିବା ପାଇଁ ସେନାକୁ ପ୍ରସ୍ତୁତ କରାଯାଉଛି । ଅନ୍ୟପଟେ କାଶ୍ମୀର ସ୍ଥିତିକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।

ଆହୁରି ପଢ଼ନ୍ତୁ: ଇରାନ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍: 'ମିଡିଲ୍ ଇଷ୍ଟର ଗୁଣ୍ଡା ଶେଷ' ବୋଲି କହିଲେ ଟ୍ରମ୍ପ, ଇରାନର ପଲଟାବାର

19 Oct 2021 By The Sakala

କାଶ୍ମୀରରେ ସାଧାରଣ ଲୋକଙ୍କ ହତ୍ୟା ଘଟଣାର ତଦନ୍ତ କରିବ ଏନଆଇଏ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଯାଞ୍ଚ୍ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) କରିବ । ଲାଲ ବଜାରରେ ଔଷଧ ଦୋକାନୀ ମଖନ ଲାଲ ବିନ୍ଦ୍ରୁ ଏବଂ ଭେଲପୁରୀ ବିକାଳୀ ବିରେନ୍ଦ୍ର ପାସୱାନଙ୍କ ହତ୍ୟା ଘଟଣାର ଏନଆଇଏ ଅନୁସନ୍ଧାନ କରିବ, ବିନ୍ଦ୍ରୁ ଜଣେ କାଶ୍ମୀର ପଣ୍ଡିତ ହୋଇଥିବାବେଳେ ପାସୱାନ ବିହାରର ଜଣେ ଶ୍ରମିକ ଥିଲେ। ପରେ ବିହାରର ଆଉ ଦୁଇ ଶ୍ରମିକଙ୍କୁ ଘରେ ପଶି ଗୁଳି କରି ହତ୍ୟା କରାଯାଇଥିଲା ।

ଅନ୍ୟପକ୍ଷେ ଜାମ୍ମୁ କାଶ୍ମୀରରେ ଅଣମୁସଲିମ୍ ଓ ପ୍ରବାସୀ ଶ୍ରମିକଙ୍କ ଉପରେ ବୃଦ୍ଧି ପାଉଥିବା ଆତଙ୍କବାଦୀ ଘଟଣାକୁ ନେଇ ସରକାର କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଥିବା ଖବର ରହିଛି। ଜମ୍ମୁ-କଶ୍ମୀର ପୁଲିସର ଡିଜି ଏବଂ ଏନଆଇଏର ଡିଜିଙ୍କ ମଧ୍ୟରେ ଶ୍ରୀନଗରରେ ବହୁଥର ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତ କିଛି ଦିନ ଧରି ଏନଆଇଏ ଡିଜି କୁଲଦୀପ ସିଂ କାଶ୍ମୀରରେ ଡେରା ପକାଇଛନ୍ତି। ଡିଜି ଜାମ୍ମୁ କାଶ୍ମୀର ପୁଲିସ ରାଜ୍ୟ ସରକାରଙ୍କ ମାଧ୍ୟମରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ। ଏହି ମାମଲାରେ ଆତଙ୍କବାଦୀ ଷଡ଼ଯନ୍ତ୍ରର ତଦନ୍ତ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ସୂଚନାଯୋଗ୍ୟ ଚଳିତ ମାସରେ ୧୧ ଜଣ ଯବାନ ଓ ବହୁ ସାଧାରଣ ଲୋକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ସେପଟେ ପୁଞ୍ଚ୍‌ ହମଲାରେ ୯ ଜଣ ଯବାନଙ୍କୁ ହତ୍ୟା ଘଟଣା ପାଇଁ ନିଜକୁ ଦାୟୀ କରିଛି ନୂଆ ଆତଙ୍କୀ ସଂଗଠନ । ସେପଟେ ପୁଞ୍ଚ୍‌ ଓ ରଜୌରୀରେ କିଛିଦିନ ହେଲା ଲାଗି ରହିଥିବା ସ୍ଥିତିର ସମୀକ୍ଷା ପାଇଁ ଆଜି ଜାଶ୍ମୀର ଗସ୍ତ କରିଛନ୍ତି ସେନା ମୁଖ୍ୟ ଏମ ଏମ ନରଓ୍ୱାଣେ । LOC  ଅଞ୍ଚଳକୁ ଯାଇ ସ୍ଥିତି ପରଖିବା ସହ ଆତଙ୍କୀ ପ୍ରସଙ୍ଗକୁ ନେଇ ଆଜି ବହୁ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆର୍ମି ମୁଖ୍ୟ ନରଓ୍ୱାଣେ ସାମିଲ ହୋଇଛନ୍ତି । ଆତଙ୍କୀଙ୍କୁ କଡ଼ା ଜବାବ ଦେବା ସହ ଆତଙ୍କୀ ସଂଗଠନକୁ ନିପାତ କରିବା ପାଇଁ ସେନାକୁ ପ୍ରସ୍ତୁତ କରାଯାଉଛି । ଅନ୍ୟପଟେ କାଶ୍ମୀର ସ୍ଥିତିକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର