ସୋସିଆଲ ମିଡିଆ ଉପରେ କଟକଣା ଲଗାଇବା ପଡ଼ିଲା ମହଙ୍ଗା, ଇସ୍ତଫା ଦେଲେ ନେପାଳର ପ୍ରଧାନମନ୍ତ୍ରୀ…..
କାଠମାଣ୍ଡୁ: ବିରୋଧର ପରେ ଶେଷରେ ନେପାଳର ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଓଲିଙ୍କ ନେତୃତ୍ୱାଧୀନ ସିପିଏନ୍(ୟୁଏନ୍ଏଲ୍)-କଂଗ୍ରେସ ମେଣ୍ଟ ସରକାର ଗତ ଗୁରୁବାରଠାରୁ ନେପାଳରେ ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍, X, ୟୁଟ୍ୟୁବ୍, ହ୍ବାଟ୍ସଆପ୍, ଲିଙ୍କେଡ୍ଇନ୍, ରେଡିଟ୍ ସମେତ ୨୬ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଉପରେ ନିଷେଧାଦେଶ ଜାରି କରିଥିଲେ। ଏହାକୁ ନେଇ ଦେଶରେ ବିରୋଧ ଦେଖାଯାଇଥିଲା। ଫଳରେ ସରକାର ଏହା ଉପରୁ ନିଷେଧାଦେଶ ଉଠାଇଦେଇଥିଲେ। ଏହାର କିଛି ଘଣ୍ଟା ପରେ ପ୍ରଧାନମନ୍ତନ୍ତ୍ରୀ ନିଜ ପଦରୁ […]
କାଠମାଣ୍ଡୁ: ବିରୋଧର ପରେ ଶେଷରେ ନେପାଳର ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଓଲିଙ୍କ ନେତୃତ୍ୱାଧୀନ ସିପିଏନ୍(ୟୁଏନ୍ଏଲ୍)-କଂଗ୍ରେସ ମେଣ୍ଟ ସରକାର ଗତ ଗୁରୁବାରଠାରୁ ନେପାଳରେ ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍, X, ୟୁଟ୍ୟୁବ୍, ହ୍ବାଟ୍ସଆପ୍, ଲିଙ୍କେଡ୍ଇନ୍, ରେଡିଟ୍ ସମେତ ୨୬ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଉପରେ ନିଷେଧାଦେଶ ଜାରି କରିଥିଲେ। ଏହାକୁ ନେଇ ଦେଶରେ ବିରୋଧ ଦେଖାଯାଇଥିଲା। ଫଳରେ ସରକାର ଏହା ଉପରୁ ନିଷେଧାଦେଶ ଉଠାଇଦେଇଥିଲେ। ଏହାର କିଛି ଘଣ୍ଟା ପରେ ପ୍ରଧାନମନ୍ତନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି।
ସୂଚନାଯୋଗ, ସାମାଜିକ ଗଣମାଧ୍ୟମ ଉପରେ ଏପରି କଠୋର କଟକଣାକୁ ଯୁବପିଢ଼ି ନାପସନ୍ଦ କରିଥିଲେ। ସରକାର ଏସବୁକୁ ବ୍ୟାନ୍ କରି ଦୁର୍ନୀତି ବିରୋଧୀ ସ୍ବରକୁ ଚପାଇଦେବାକୁ ଉଦ୍ୟମ କରୁଥିବା ଦର୍ଶାଇ ସୋମବାର ଅନେକ ହଜାର ଛାତ୍ରୀଛାତ୍ର ଜେନ୍ ଜେଡ୍ (୧୯୯୬ରୁ ୨୦୧୦ ମଧ୍ୟରେ ଜନ୍ମିତ ପିଢ଼ି) ବ୍ୟାନରରେ ଆନ୍ଦୋଳନରେ ସାମିଲ ହୋଇଥିଲେ॥ ସୋମବାର ସ୍କୁଲ ଛାତ୍ରୀଛାତ୍ରଙ୍କ ସମେତ ଖବରଦାତା ଓ ସାମାଜିକ ଅଧିକାର କର୍ମୀମାନେ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି କାଠମାଣ୍ଡୁ କେନ୍ଦ୍ରସ୍ଥଳରେ ଥିବା ପାର୍ଲାମେଣ୍ଟ ଆଗରେ ଏକତ୍ରିତ ହୋଇଥିଲେ। ସେମାନେ ସେଠାରେ ସରକାର ବିରୋଧୀ ସ୍ଲୋଗାନ ଦେଇ ତୁରନ୍ତ ସୋସିଆଲ ମିଡିଆ ଉପରୁ ନିଷେଧାଦେଶ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ବିକ୍ଷୋଭକାରୀମାନେ ପାର୍ଲାମେଣ୍ଟ ପରିସରକୁ ଧସେଇ ପଶିବାବେଳେ ଆନ୍ଦୋଳନ ହିଂସାର ରୂପ ନେଇଥିଲା। ପୁଲିସ ସେମାନଙ୍କ ଉପରେ ଲାଠିମାଡ଼ କରିବା ସହ ଲୁହବୁହା ବାଷ୍ପ ଓ ରବର ବୁଲେଟ୍ ପ୍ରୟୋଗ କରିଥିଲେ। ଇତିମଧ୍ୟରେ ପୋଲିସର ଗୁଳିମାଡ଼ରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତମାନଙ୍କୁ ସିଭିଲ୍ ହସ୍ପିଟାଲ, ଟ୍ରମା ସେଣ୍ଟର, ଏଭରେଷ୍ଟ ହସ୍ପିଟାଲ, କାଠମାଣ୍ଡୁ ମେଡିକାଲ କଲେଜ, ତ୍ରିଭୁବନ ୟୁନିଭର୍ସିଟି ଟିଚିଂ ହସ୍ପିଟାଲ ଆଦିରେ ଭର୍ତ୍ତି କରାଯାଇଛି। ଏଥିରେ କେତେଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।ସ୍ଥିତି ଅଣାୟତ୍ତ ହେବା ପରେ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର ସେନାକୁ ମୁତୟନ କରିଛନ୍ତି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ପ୍ରଶାସନ କର୍ଫ୍ୟୁ ଜାରି କରିଛି।