ନିଟ୍‌-ୟୁଜି ପୁନଃ ପରୀକ୍ଷା ପାଇଁ NTA ର ବଡ଼ ଘୋଷଣା: ବଢ଼ିଲା ପରୀକ୍ଷା ସମୟ ଓ ରଫ୍‌ ସିଟ୍‌ ସଂଖ୍ୟା

Madhusudan Das Picture
Published On

ନୂଆଦିଲ୍ଲୀ: ବଢ଼ିଲା ନିଟ୍‌-ୟୁଜି ପରୀକ୍ଷା ସମୟ ଅବଧି । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ (NTA)ର ବଡ଼ ଘୋଷଣା । ଆସନ୍ତା ଜୁନ୍ ୨୧, ୨୦୨୬ ତାରିଖରେ ହେବାକୁ ଥିବା ନିଟ୍ ୟୁଜି (NEET UG) 2026 ପୁନଃ ପରୀକ୍ଷା (Re-exam) ପାଇଁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏନଟିଏ ପକ୍ଷରୁ ପରୀକ୍ଷା ସମୟ ଏବଂ ପ୍ରଶ୍ନପତ୍ରର ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି।

ଆହୁରି ପଢ଼ନ୍ତୁ: ତୃଣମୂଳ କଂଗ୍ରେସର ଦୁଇ ବିବାଦୀୟ ଗୋଷ୍ଠୀକୁ ମିଳିଲା ନୂଆ ନାମ ଓ ଚିହ୍ନ, ମମତାଙ୍କ ଦଳକୁ ମିଳିଲା 'ଫୁଟବଲ୍ ଖେଳାଳି' ଚିହ୍ନ

ଛାତ୍ରଛାତ୍ରୀମାନଙ୍କ ଦାବି ଏବଂ ମତାମତକୁ ଭିତ୍ତି କରି ପରୀକ୍ଷା ସମୟସୀମାକୁ ୧୯୫ ମିନିଟ୍ (୩ ଘଣ୍ଟା ୧୫ ମିନିଟ୍) କୁ ବୃଦ୍ଧି କରାଯାଇଛି। ନୂତନ ସମୟ ଅନୁଯାୟୀ, ପରୀକ୍ଷା ଅପରାହ୍ନ ୨:୦୦ ଟାରୁ ୫:୧୫ ପର୍ଯ୍ୟନ୍ତ ଚାଲିବ। ଏହି ବର୍ଦ୍ଧିତ ସମୟ ମଧ୍ୟରେ ଉପସ୍ଥାନ ପକାଇବା ଏବଂ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟ ଅନ୍ତର୍ଭୁକ୍ତ ଅଟେ। ଏହାଦ୍ୱାରା ପରୀକ୍ଷାର୍ଥୀମାନେ ପ୍ରଶ୍ନର ଉତ୍ତର ଦେବା ପାଇଁ ସମ୍ପୂର୍ଣ୍ଣ ସମୟ ପାଇପାରିବେ ଏବଂ ଅନ୍ୟ ପ୍ରଶାସନିକ କାର୍ଯ୍ୟରେ ସେମାନଙ୍କର ମୂଲ୍ୟବାନ ସମୟ ନଷ୍ଟ ହେବ ନାହିଁ ବୋଲି ଏନଟିଏ ସ୍ପଷ୍ଟ କରିଛି।

ଆହୁରି ପଢ଼ନ୍ତୁ: ରେଜିନଗରରେ ମମତା ଗୋଷ୍ଠୀ ପ୍ରାର୍ଥୀଙ୍କ ୟୁଟର୍ଣ୍ଣ: ବଦଳିଲା ନାମାଙ୍କନ ପ୍ରତ୍ୟାହାର ନିଷ୍ପତ୍ତି, ପୁଣି ଲଢ଼ିବାକୁ ଘୋଷଣା

ପରୀକ୍ଷାର୍ଥୀମାନଙ୍କୁ ଗଣିତ ଏବଂ ଡାଏଗ୍ରାମ୍ ଆଦି କରିବା (Rough work) ପାଇଁ ପୂର୍ବରୁ ପ୍ରଶ୍ନପତ୍ର ବୁକ୍‌ଲେଟ୍‌ରେ କେବଳ ୨ଟି ପୃଷ୍ଠା ଦିଆଯାଉଥିଲା। ମାତ୍ର ବର୍ତ୍ତମାନ ଏହାକୁ ବୃଦ୍ଧି କରାଯାଇ ୪ଟି ପୃଷ୍ଠା ପ୍ରଦାନ କରାଯିବ। ପୂର୍ବରୁ ଏହି ପୃଷ୍ଠାଗୁଡ଼ିକ କେବଳ ବୁକ୍‌ଲେଟ୍‌ର ଶେଷ ଭାଗରେ ରହୁଥିଲା, ଯାହାକି ବାମହାତୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଥିଲା। ଏହି ସମସ୍ୟାର ସମାଧାନ ପାଇଁ ଏବେ ବୁକ୍‌ଲେଟ୍‌ର ଆରମ୍ଭରେ ନିର୍ଦ୍ଦେଶାବଳୀ ପୃଷ୍ଠା ପରେ ତୁରନ୍ତ ୨ଟି ରଫ୍ ପୃଷ୍ଠା ଏବଂ ଶେଷରେ ୨ଟି ରଫ୍ ପୃଷ୍ଠା ରଖାଯିବାର ନୂତନ ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: ସିନ୍ଧୁ ଜଳ ଚୁକ୍ତିକୁ ନେଇ ଜାତିସଂଘରେ ପାକିସ୍ତାନର ମିଥ୍ୟା ପ୍ରଚାର, କଡ଼ା ଜବାବ ଦେଲା ଭାରତ

ଇଂରାଜୀ ସମେତ ଆଞ୍ଚଳିକ ଭାଷାରେ ମଧ୍ୟ ଏହି ନୂତନ ଢାଞ୍ଚାରେ ପ୍ରଶ୍ନପତ୍ର ପ୍ରଦାନ କରାଯିବ। ନିଟ୍ ୟୁଜି 2026 ପରୀକ୍ଷାକୁ ଅଧିକ ସ୍ୱଚ୍ଛ, ନିରାପଦ ଏବଂ ଛାତ୍ର ବାନ୍ଧବ କରିବା ପାଇଁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଛି। ପରୀକ୍ଷା ସୁରୁଖୁରୁରେ ପରିଚାଳନା କରିବା ପାଇଁ ଆଡମିଟ୍ କାର୍ଡ (Admit Card) ଏବଂ ଇନଫରମେସନ୍ ବୁଲେଟିନ୍‌ରେ ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ଧ୍ୟାନର ସହ ପଢ଼ିବାକୁ ପରୀକ୍ଷାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର