ଗୁରୁତର ଆହତ ହୋଇ ହସ୍ପିଟାଲ ବେଡ୍‌ରେ ଦିଦି, ବିରୋଧୀଙ୍କ ଅଭିଯୋଗ ନାଟକ କରୁଛନ୍ତି ମମତା

The Sakala Picture
Published On

କଲକାତା : ହସ୍ପିଟାଲ ବେଡ୍‌ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରି ମମତା ବାନାର୍ଜୀ। ନନ୍ଦୀଗ୍ରାମରେ ନିର୍ବାଚନୀ ପ୍ରଚାର ସମୟରେ  ଆହତ ହୋଇ ‘ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ୍‌’ରେ ଭର୍ତ୍ତି ହୋଇଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଳାଗଣ୍ଠି ଓ କାନ୍ଧ ହାଡ଼ରେ ଭୀଷଣ ଆଘାତ ଲାଗିଥିବାରୁ ତାଙ୍କୁ ୪୮ ପର୍ଯ୍ୟବେକ୍ଷଣରେ ରଖାଯିବ ବୋଲି ଡାକ୍ତରମାନେ କହିଛନ୍ତି। ‘ଆଇପିଜିଏମ୍‌ଆର୍‌ ଆଣ୍ଡ୍‌ ଏସ୍‌ଏସ୍‌କେଏମ୍‌’ର ଡାକ୍ତର ଏମ୍‌. ବନ୍ଦୋପାଧ୍ୟାୟ କହିଛନ୍ତି, ପ୍ରାଥମିକ ପରୀକ୍ଷାରୁ ଜଣାପଡ଼ିଛି ଯେ, ତାଙ୍କ ବାମ ଗୋଡ଼ର ବଳାଗଣ୍ଠି ହାଡ଼ରେ ଭୀଷଣ ଆଘାତ ଲାଗିଛି ଓ […]

କଲକାତା : ହସ୍ପିଟାଲ ବେଡ୍‌ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରି ମମତା ବାନାର୍ଜୀ। ନନ୍ଦୀଗ୍ରାମରେ ନିର୍ବାଚନୀ ପ୍ରଚାର ସମୟରେ  ଆହତ ହୋଇ ‘ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ୍‌’ରେ ଭର୍ତ୍ତି ହୋଇଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଳାଗଣ୍ଠି ଓ କାନ୍ଧ ହାଡ଼ରେ ଭୀଷଣ ଆଘାତ ଲାଗିଥିବାରୁ ତାଙ୍କୁ ୪୮ ପର୍ଯ୍ୟବେକ୍ଷଣରେ ରଖାଯିବ ବୋଲି ଡାକ୍ତରମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଟିଏମସିରେ କନ୍ଦଳ: ନିର୍ବାଚନ ପରାଜୟ ପରେ ଅଭିଷେକ ବାନାର୍ଜୀ ଓ ବରିଷ୍ଠ ନେତାଙ୍କ ମଧ୍ୟରେ ବଢୁଛି ଦୂରତା

‘ଆଇପିଜିଏମ୍‌ଆର୍‌ ଆଣ୍ଡ୍‌ ଏସ୍‌ଏସ୍‌କେଏମ୍‌’ର ଡାକ୍ତର ଏମ୍‌. ବନ୍ଦୋପାଧ୍ୟାୟ କହିଛନ୍ତି, ପ୍ରାଥମିକ ପରୀକ୍ଷାରୁ ଜଣାପଡ଼ିଛି ଯେ, ତାଙ୍କ ବାମ ଗୋଡ଼ର ବଳାଗଣ୍ଠି ହାଡ଼ରେ ଭୀଷଣ ଆଘାତ ଲାଗିଛି ଓ ବାମ ପାଦ କ୍ଷତାକ୍ତ ହୋଇଛି। ତାଙ୍କର ଡାହାଣ କାନ୍ଧ, ବାହୁ ଓ ବେକରେ ମଧ୍ୟ ଆଘାତ ଲାଗିଛି। ଅଘଟଣ ପରଠାରୁ ଛାତିରେ ଯନ୍ତ୍ରଣା ହେବା ସହ ଅଣନିଃଶ୍ୱାସୀ ଲାଗୁଥିବା କଥା ମୁଖ୍ୟମନ୍ତ୍ରୀ କହୁଛନ୍ତି। ମମତାଙ୍କ ଚିକିତ୍ସା ପାଇଁ ଏକ ପାଞ୍ଚ ଜଣିଆ ଡାକ୍ତରୀ ଟିମ୍ ଗଠନ କରାଯାଇଛି। ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ଡାକ୍ତରୀ ପର୍ଯ୍ୟବେକ୍ଷଣରେ ରଖାଯିବ।

ଆହୁରି ପଢ଼ନ୍ତୁ: ବାତିଲ ହେଲା NEET UG ୨୦୨୬ ପରୀକ୍ଷା: ସାନି ପରୀକ୍ଷା ନେଇ ଖୁବଶୀଘ୍ର ସୂଚନା ଜାରି କରିବ NTA

ସେପଟେ ମମତା ଆହତ ହେବା ଘଟଣାକୁ ନାଟକ ବୋଲି କହିଛନ୍ତି ବିଜେପି ଓ କଂଗ୍ରେସ ।  ମମତା ବାନାର୍ଜୀଙ୍କ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ପଶ୍ଚିମବଙ୍ଗର ବିଜେପି ପ୍ରଭାରୀ କୈଳାଶ ବିଜୟବର୍ଗୀୟ କହିଛନ୍ତି, ଏସବୁକିଛି ସହାନୁଭୂତି ପାଇବା ପାଇଁ ମମତା କରୁଛନ୍ତି । କାରଣ ବଙ୍ଗରୁ ତାଙ୍କ ପାଦ ଖସିସାରିଛି । ସେ ନାଟକ କରୁଥିବା କହିଛନ୍ତି ।

ଆହୁରି ପଢ଼ନ୍ତୁ: ନିଟ୍ (NEET) ପେପର ଲିକ୍: ମୋଦୀ ସରକାରଙ୍କ ଉପରେ ବର୍ଷିଲେ କେଜ୍ରିୱାଲ, ଆନ୍ଦୋଳନ ପାଇଁ Gen-Zଙ୍କୁ କଲେ ଆହ୍ୱାନ

ସେପଟେ ମତଦାନ ପୂର୍ବରୁ ସହାନୁଭୂତି ପାଇବାକୁ ଏହା ଦିଦିଙ୍କ ରାଜନୈତିକ ପାଖଣ୍ଡ ବୋଲି କହିଛନ୍ତି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ । ଅଧିର ରଞ୍ଜନ କହିଛନ୍ତି, ନନ୍ଦୀଗ୍ରାମ ସିଟରେ ଅସୁବିଧାର ସମ୍ମୁଖୀନ ହେବା ଦେଖି ଦିଦି ଏଭଳି ନାଟକ କରୁଛନ୍ତି । ସେଠାରେ ପୁଲିସ କି ମନ୍ତ୍ରୀ ନଥିବା ଅବିଶ୍ବାସର ବିଷୟ ବୋଲି କହିଛନ୍ତି ଅଧିର ରଞ୍ଜନ ।

ମମତା ଅଭିଯୋଗ କରିଥିଲେ, ଗତକାଲି ନନ୍ଦିଗ୍ରାମରେ ପ୍ରଚାର ସାରି ଫେରିବେ ବେଳେ ଚାରି ପାଞ୍ଚ ଜଣ ଲୋକ ତାଙ୍କୁ ଧକ୍କା ଦେଇଥିଲେ । ଏହାପରେ ସେ ତଳେ ପଡ଼ି ଯାଇଥିଲେ । ଏହାପଛରେ ଷଡ଼ଯନ୍ତ୍ର ଅଭିଯୋଗ ବି ଆଣିଛନ୍ତି ମମତା । ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ମିଳିଥିବା ବେଳେ କିଭଳି ଆକ୍ରମଣ ହେଲେ ସେନେଇ ବି ଉଠିଛି ପ୍ରଶ୍ନବାଚୀ ।

11 Mar 2021 By The Sakala

ଗୁରୁତର ଆହତ ହୋଇ ହସ୍ପିଟାଲ ବେଡ୍‌ରେ ଦିଦି, ବିରୋଧୀଙ୍କ ଅଭିଯୋଗ ନାଟକ କରୁଛନ୍ତି ମମତା

କଲକାତା : ହସ୍ପିଟାଲ ବେଡ୍‌ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରି ମମତା ବାନାର୍ଜୀ। ନନ୍ଦୀଗ୍ରାମରେ ନିର୍ବାଚନୀ ପ୍ରଚାର ସମୟରେ  ଆହତ ହୋଇ ‘ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ୍‌’ରେ ଭର୍ତ୍ତି ହୋଇଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଳାଗଣ୍ଠି ଓ କାନ୍ଧ ହାଡ଼ରେ ଭୀଷଣ ଆଘାତ ଲାଗିଥିବାରୁ ତାଙ୍କୁ ୪୮ ପର୍ଯ୍ୟବେକ୍ଷଣରେ ରଖାଯିବ ବୋଲି ଡାକ୍ତରମାନେ କହିଛନ୍ତି।

‘ଆଇପିଜିଏମ୍‌ଆର୍‌ ଆଣ୍ଡ୍‌ ଏସ୍‌ଏସ୍‌କେଏମ୍‌’ର ଡାକ୍ତର ଏମ୍‌. ବନ୍ଦୋପାଧ୍ୟାୟ କହିଛନ୍ତି, ପ୍ରାଥମିକ ପରୀକ୍ଷାରୁ ଜଣାପଡ଼ିଛି ଯେ, ତାଙ୍କ ବାମ ଗୋଡ଼ର ବଳାଗଣ୍ଠି ହାଡ଼ରେ ଭୀଷଣ ଆଘାତ ଲାଗିଛି ଓ ବାମ ପାଦ କ୍ଷତାକ୍ତ ହୋଇଛି। ତାଙ୍କର ଡାହାଣ କାନ୍ଧ, ବାହୁ ଓ ବେକରେ ମଧ୍ୟ ଆଘାତ ଲାଗିଛି। ଅଘଟଣ ପରଠାରୁ ଛାତିରେ ଯନ୍ତ୍ରଣା ହେବା ସହ ଅଣନିଃଶ୍ୱାସୀ ଲାଗୁଥିବା କଥା ମୁଖ୍ୟମନ୍ତ୍ରୀ କହୁଛନ୍ତି। ମମତାଙ୍କ ଚିକିତ୍ସା ପାଇଁ ଏକ ପାଞ୍ଚ ଜଣିଆ ଡାକ୍ତରୀ ଟିମ୍ ଗଠନ କରାଯାଇଛି। ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ଡାକ୍ତରୀ ପର୍ଯ୍ୟବେକ୍ଷଣରେ ରଖାଯିବ।

ସେପଟେ ମମତା ଆହତ ହେବା ଘଟଣାକୁ ନାଟକ ବୋଲି କହିଛନ୍ତି ବିଜେପି ଓ କଂଗ୍ରେସ ।  ମମତା ବାନାର୍ଜୀଙ୍କ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ପଶ୍ଚିମବଙ୍ଗର ବିଜେପି ପ୍ରଭାରୀ କୈଳାଶ ବିଜୟବର୍ଗୀୟ କହିଛନ୍ତି, ଏସବୁକିଛି ସହାନୁଭୂତି ପାଇବା ପାଇଁ ମମତା କରୁଛନ୍ତି । କାରଣ ବଙ୍ଗରୁ ତାଙ୍କ ପାଦ ଖସିସାରିଛି । ସେ ନାଟକ କରୁଥିବା କହିଛନ୍ତି ।

ସେପଟେ ମତଦାନ ପୂର୍ବରୁ ସହାନୁଭୂତି ପାଇବାକୁ ଏହା ଦିଦିଙ୍କ ରାଜନୈତିକ ପାଖଣ୍ଡ ବୋଲି କହିଛନ୍ତି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ । ଅଧିର ରଞ୍ଜନ କହିଛନ୍ତି, ନନ୍ଦୀଗ୍ରାମ ସିଟରେ ଅସୁବିଧାର ସମ୍ମୁଖୀନ ହେବା ଦେଖି ଦିଦି ଏଭଳି ନାଟକ କରୁଛନ୍ତି । ସେଠାରେ ପୁଲିସ କି ମନ୍ତ୍ରୀ ନଥିବା ଅବିଶ୍ବାସର ବିଷୟ ବୋଲି କହିଛନ୍ତି ଅଧିର ରଞ୍ଜନ ।

ମମତା ଅଭିଯୋଗ କରିଥିଲେ, ଗତକାଲି ନନ୍ଦିଗ୍ରାମରେ ପ୍ରଚାର ସାରି ଫେରିବେ ବେଳେ ଚାରି ପାଞ୍ଚ ଜଣ ଲୋକ ତାଙ୍କୁ ଧକ୍କା ଦେଇଥିଲେ । ଏହାପରେ ସେ ତଳେ ପଡ଼ି ଯାଇଥିଲେ । ଏହାପଛରେ ଷଡ଼ଯନ୍ତ୍ର ଅଭିଯୋଗ ବି ଆଣିଛନ୍ତି ମମତା । ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ମିଳିଥିବା ବେଳେ କିଭଳି ଆକ୍ରମଣ ହେଲେ ସେନେଇ ବି ଉଠିଛି ପ୍ରଶ୍ନବାଚୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର