ଭାରତ-ଚୀନ ୧୦ମ ପର୍ଯ୍ଯାୟ ଆଲୋଚନା, ସେନା ପ୍ରତ୍ଯାହାର ଲାଗି ନିଷ୍ପତ୍ତି

The Sakala Picture
Published On

ନୂଆଦିଲ୍ଲୀ: ପୂର୍ବ ଲଦାଖର ଅନ୍ୟାନ୍ୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ନେଇ ଶନିବାର ଭାରତ ଏବଂ ଚୀନ ମଧ୍ୟରେ ୧୦ମ ପର୍ଯ୍ଯାୟ ଆଲୋଚନା ହୋଇଛି। ଏହି ଆଲୋଚନା ପଖାପାଖି ୧`୬ଘଣ୍ଟା ହୋଇଥିବା ଜଣାପଡ଼ିଛି । ଏହି ବୈଠକରେ ପୂର୍ବ ଲଦାଖର ହଟ୍‌ ସ୍ପ୍ରିଙ୍ଗ୍‌ସ, ଗୋଗ୍ରା ଏବଂ ଡେପସାଙ୍ଗ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟାକୁ ତ୍ଵରାନ୍ବିତ କରିବା ଲାଗି ଏହି ଆଲୋଚନା ହୋଇଥିବା ସୂଚନା ମିଳିଛି। ପଙ୍ଗୋଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ ପ୍ରାନ୍ତରୁ ଭାରତୀୟ ଏବଂ ଚୀନ୍ ସୈନ୍ୟ […]

ନୂଆଦିଲ୍ଲୀ: ପୂର୍ବ ଲଦାଖର ଅନ୍ୟାନ୍ୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ନେଇ ଶନିବାର ଭାରତ ଏବଂ ଚୀନ ମଧ୍ୟରେ ୧୦ମ ପର୍ଯ୍ଯାୟ ଆଲୋଚନା ହୋଇଛି। ଏହି ଆଲୋଚନା ପଖାପାଖି ୧`୬ଘଣ୍ଟା ହୋଇଥିବା ଜଣାପଡ଼ିଛି । ଏହି ବୈଠକରେ ପୂର୍ବ ଲଦାଖର ହଟ୍‌ ସ୍ପ୍ରିଙ୍ଗ୍‌ସ, ଗୋଗ୍ରା ଏବଂ ଡେପସାଙ୍ଗ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟାକୁ ତ୍ଵରାନ୍ବିତ କରିବା ଲାଗି ଏହି ଆଲୋଚନା ହୋଇଥିବା ସୂଚନା ମିଳିଛି। ପଙ୍ଗୋଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ ପ୍ରାନ୍ତରୁ ଭାରତୀୟ ଏବଂ ଚୀନ୍ ସୈନ୍ୟ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମରିକ ଉପକରଣ ହଟାଇବା ପ୍ରକ୍ରିୟାର ଦୁଇ ଦିନ ପରେ କର୍ପସ କମାଣ୍ଡର ସ୍ତରର ଦଶମ ରାଉଣ୍ଡ ଆଲୋଚନା ହୋଇଥିଲା।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ସୂଚନା ଅନୁଯାୟୀ, ଏହି ବୈଠକ ୧୦ଟା ସମୟରେ ବାସ୍ତବିକ ନିୟନ୍ତ୍ରଣ ରେଖା ଉପରେ ଚୀନ୍‌ର ମୋଲ୍ଦା ସୀମା ବିନ୍ଦୁ କ୍ଷେତ୍ରରେ ଆରମ୍ଭ ହୋଇଥିଲା । ସେମାନେ ଏନେଇ ଭାରତ ପଙ୍ଗୋଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ ପ୍ରାନ୍ତରୁ ସୈନ୍ୟ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମରିକ ଉପକରଣ ହଟାଇବା ଅଭିଯାନ ଜୋରରେ ଚଳାଇଥିବା କହିଛନ୍ତି । ବୁଝାମଣା ପରେ ଦୁଇ ପକ୍ଷ ଉକ୍ତ ସ୍ଥାନରୁ ପ୍ରତିରକ୍ଷା ସାମଗ୍ରୀ ହଟାଇବା ସହିତ ନିର୍ମାଣ ହୋଇଥିବା ବଙ୍କର୍‌କୁ ମଧ୍ୟ ହଟାଇ ଦେଇଥିବା ଏଥିରେ ଆଲୋଚନା ହୋଇଛି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

ଏହି ମାମଲା ସହ ଜଡିତ ସୂତ୍ର ଅନୁଯାୟୀ, ଉଭୟ ପକ୍ଷ ପାରସ୍ପରିକ ସହମତିରେ ପାଙ୍ଗଙ୍ଗ ଲାଇନରେ ଏହି ଅଞ୍ଚଳ ଖାଲି କରିବାକୁ ରାଜି ହୋଇଥିଲେ। ସୂଚନାନୁସାରେ ସପ୍ତମ, ଅଷ୍ଟମ ଏବଂ ନବମ ରାଉଣ୍ଡର କମାଣ୍ଡର ସ୍ତରୀୟ ଆଲୋଚନା ପରେ ଭାରତ ଏବଂ ଚୀନ୍ ମିଳିତ ବିବୃତ୍ତି ଜାରି କରିଛନ୍ତି। ଆଶା କରାଯାଏ ଯେ ଆଗାମୀ ଏକ କିମ୍ବା ଦୁଇ ଦିନ ମଧ୍ୟରେ ଏହି ବାର୍ତ୍ତାଳାପ ସମୟରେ ଏକ ମିଳିତ ବିବୃତ୍ତି ଦିଆଯିବ। ଅନ୍ଯପକ୍ଷରେ ଶୁକ୍ରବାର ପ୍ରଥମଥର ପାଇଁ ଚୀନ ପକ୍ଷରୁ ଗତବର୍ଷ ଗଲୱାନ ଘାଟିରେ ହୋଇଥିବା ସଂଘର୍ଷର ଭିଡିଓ ଜାରି କରାଯାଇଥିଲା। ଏଥିସହ ଉକ୍ତ ସଂଘର୍ଷରେ ୪ ଜଣ ଯବାନକୁ ହରାଇଥିବା ଚୀନ ସ୍ୱୀକାର କରିଥିଲା। ଏହି ବାର୍ତ୍ତାଳାପରେ ଏପର୍ଯ୍ଯନ୍ତ କୌଣସି ନକାରାତ୍ମକ ସଙ୍କେତ ନାହିଁ ।

ଆହୁରି ପଢ଼ନ୍ତୁ: ଲାଦାଖ ପ୍ରସଙ୍ଗରେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ସୋନମ ୱାଙ୍ଗଚୁକ୍: ସେପ୍ଟେମ୍ବର ୧୯ରୁ ୨୪ ପର୍ଯ୍ୟନ୍ତ ବିକ୍ଷୋଭ ଚେତାବନୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର