‘ନିର୍ବାଚନ କମିଶନ ଏବେ ବିଜେପି କମିଶନ’

ଏସ୍‌‌ଆଇଆର୍‌‌ ନେଇ ନିର୍ବାଚନ କମିଶନକୁ ମମତାଙ୍କ ସମାଲୋଚନା

Deviprasad Mohanty Picture
Published On

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ଦେଶର ନିର୍ବାଚନ କମିଶନଙ୍କୁ ସମାଲୋଚନା କରିଛନ୍ତି। କମିଶନ ଆଉ ପୂର୍ବପରି ନିରପେକ୍ଷ ହୋଇ ରହିନାହିଁ। ଏହା ଏବେ ବିଜେପି କମିଶନରେ ପରିଣତ ହୋଇଛି। ଯଦି ପଶ୍ଚିମବଙ୍ଗରେ କମିଶନଙ୍କୁ ଜବାବ ଦିଆଯାଏ, ତେବେ ସାରା ଦେଶରେ ବିଜେପିର ମୁଳଦୂଆ ଦୋହଲିଯିବ ବୋଲି ବୋନାଗାଁଓରେ ଆଣ୍ଟି-ସ୍ପେଶାଲ ଇଣ୍ଟେନସିଭ ରିଭିଜନ (ଏସ୍‌‌ଆଇଆର) ରାଲିଙ୍କୁ ସମ୍ବୋଧନ କରିବାବେଳେ ସେ ଏହିକଥା କହିଛନ୍ତି। ଯଦି ରାଜ୍ୟରେ ମୋତୁଆ ବହୁଳ ଅଞ୍ଚଳରେ ରହୁଥିବା ଲୋକଙ୍କୁ ନାଗରିକତା ସଂଶୋଧନ ଅଧିନିୟମ ଅନୁସାରେ (ସିଏଏ୍‌‌) ବିଦେଶୀ ତଥା ଅନୁପ୍ରବେଶକାରୀ ବୋଲି ଘୋଷିତ କରାଯାଏ ତେବେ, ସେମାନଙ୍କୁ ତରୁନ୍ତ ଭୋଟର ତାଲିକାରୁ ହଟାଇ ଦିଆଯିବ। ଖାସ୍‌‌କରି ବିଜେପି ଶାସିତ ରାଜ୍ୟରେ ଏସ୍‌‌ଆଇଆର କାହିଁକି ଲାଗୁ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: ୟୁପିଆଇ ପେମେଣ୍ଟ ଉପରେ ଏମଡିଆର (MDR) ଚାର୍ଜ: ସୁପ୍ରିମକୋର୍ଟଙ୍କ କେନ୍ଦ୍ର ସରକାର ଓ ଆରବିଆଇକୁ ନୋଟିସ, ରୋକ ଲଗାଇବାକୁ ମନା

ଯଦି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ହଟାଇବାକୁ ଏସ୍‌‌ଆଇଆର ଲାଗୁ କରାଯାଉଛି, ତେବେ ବିଜେପି ଶାସିତ ରାଜ୍ୟରେ ଅନୁପ୍ରବେଶକାରୀ ଅଛନ୍ତି ବୋଲି ସ୍ପଷ୍ଟ ହେଉଛି। ଯଦି ବାଂଲାଦେଶୀ ଅନୁପ୍ରବେଶକାରୀ ସମସ୍ୟା ସୃଷ୍ଟି କରିଛି ତେବେ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ କାହିଁକି ଏସ୍‌‌ଆଇଆର୍‌‌ ଲାଗୁ କରାଯାଉଛି ବୋଲି ସେ ପ୍ରଶ୍ନ୍‌‌ କରିଛନ୍ତି। ୨୦୨୪ରେ ଏହି ଭୋଟର ତାଲିକା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୋଟ ମିଳିଥିଲା। ଯଦି ଏହି ତାଲିକାରୁ ଜଣକ ନାମ ହଟାଇ ଦିଆଯାଏ, ତେବେ କେନ୍ଦ୍ର ସରକାରଙ୍କୁ ମଧ୍ୟ ହଟାଯିବା ଉଚିତ୍‌‌ ହେବ। ଯେପର୍ଯ୍ୟନ୍ତ ମୁଁ ଅଛି ସେପର୍ଯ୍ୟନ୍ତ କାହାକୁ ତାଲିକାରୁ ବାଦ୍‌‌ ପଡ଼ିବାକୁ ଦେବିନି ବୋଲି ମମତା ସ୍ପଷ୍ଟ କରିଛନ୍ତି। ଏସ୍‌‌ଆଇଆର୍‌‌ ହିଁ ବିହାର ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିଛି। କିନ୍ତୁ ବିରୋଧୀ ଦଳ ବିଜେପିର ଏହି ରଣନୀତିକୁ ବୁଝିବାରେ ବିଫଳ ହୋଇଛି। ଯଦି ପଶ୍ଚିମବଙ୍ଗରେ ବିଜେପି ମତେ କ୍ଷତି ପହଞ୍ଚାଏ, ତେବେ ସାରା ଦେଶରେ ବିଜେପିର ନିଅଁ ଦୋହଲାଇ ଦେବି ବୋଲି ସେ କହିଛନ୍ତି। ରାଜନୀତିରେ ବିଜେପି ମୋତେ ହରାଇ ପାରିବ ନାହିଁ ଓ ଚ୍ୟାଲେଞ୍ଜ ମଧ୍ୟ ଦେଇପାରିବ ନାହିଁ ବୋଲି ସେ କହିଛନ୍ତି। ଉଲ୍ଲେଖଥାଉ କି, ଅକ୍ଟୋବର ୨୮ରୁ ୧୨ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟରେ ଏସ୍‌‌ଆଇଆର ଜାରି ରହିଛି ଓ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଜାରି ରହିଛି। ଏସ୍‌‌ଆଇଆର ପ୍ରକ୍ରିୟାରେ ଦାୟିତ୍ୱ ସମ୍ପାଦନ କରୁଥିବା କେତେଜଣ ବ୍ଲକ ଲିବେଲ ଅଫିସର (ବିଏଲ୍‌‌ଓ)ଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ମଧ୍ୟ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଭାରତୀୟ ତଟରକ୍ଷୀ ବାହିନୀକୁ ବଡ଼ ସଫଳତା: ଆରବ ସାଗରରୁ ୩ ହଜାର କୋଟି ଟଙ୍କାର ଡ୍ରଗ୍ସ ଜବତ, ୫ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର