ମୁମ୍ବାଇ ବିମାନ ବନ୍ଦରରେ ଅଘଟଣ: ପରସ୍ପର ସହ ଘଷି ହେଲା ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ବିମାନର ଡେଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Tapas Ranjan Nanda Picture
Published On

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ଟ୍ୟାକ୍ସିୱେରେ ଥିବାବେଳେ ଦୁଇଟି ଯାତ୍ରୀବାହୀ ବିମାନର ଡେଣା ପରସ୍ପର ସହ ଘଷି ହୋଇଯିବା ଫଳରେ ଏହି ଅଘଟଣ ଘଟିଥିଲା। ତେବେ ସୌଭାଗ୍ୟବଶତଃ ଏଥିରେ କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟ ଆହତ ହୋଇନାହାନ୍ତି ଏବଂ ଏକ ବଡ଼ ବିପଦରୁ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ମିଳିଥିବା ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆର ବିମାନ (ଏଆଇ୨୭୩୨) ମୁମ୍ବାଇରୁ କୋଏମ୍ବାଟୁର ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଟ୍ୟାକ୍ସିୱେରେ ଅପେକ୍ଷା କରିଥିଲା। ଠିକ୍ ଏହି ସମୟରେ ପାଖ ଦେଇ ଗତି କରୁଥିବା ଏକ ଇଣ୍ଡିଗୋ ବିମାନର ଡେଣା ଏୟାର ଇଣ୍ଡିଆ ବିମାନର ଡେଣା ସଂସ୍ପର୍ଶରେ ଆସିଥିଲା। ତେବେ ବିମାନର ଗତି ଧୀର ଥିବାରୁ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ଉଭୟ ବିମାନର ଉଡାଣକୁ ବାତିଲ କରିଦିଆଯାଇଛି। ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଛି ଏବଂ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି। ଘଟଣାସ୍ଥଳରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA)ର ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବୈଷୟିକ ଯାଞ୍ଚ ପରେ ହିଁ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର