ପୁଣିଥରେ ନେପାଳ ଗାଦି ସମ୍ଭାଳିବେ ଓଲି

The Sakala Picture
Published On

କାଠମାଣ୍ଡୁ: ନେପାଳ ରାଜନୈତିକ ସଙ୍କଟରେ ପୂର୍ଣ୍ଣଚ୍ଛେଦ। କ୍ଷମତା ହରାଇଥିବା ପ୍ରଧାନମନ୍ତ୍ରୀ ପୁଣି ଥରେ କ୍ଷମତାସୀନ ହୋଇଛନ୍ତି । ଗାଦି ପାଇଁ ଲାଗିଥିବା ବାଜିକୁ ଜିତିନେଇଛନ୍ତି କେପି ଶର୍ମା ଓଲି । ଅର୍ଥାତ ପୁଣି ଥରେ ନେପାଳର ପ୍ରଧାନମନ୍ତ୍ରୀ ହୋଇଛନ୍ତି କେ ପି ଶର୍ମା ଓଲି । ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଓଲିଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ନିଯୁକ୍ତି କରିଛନ୍ତି । ବିରୋଧୀ ଦଳ ନେପାଳ କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ ସଂସଦରେ ବହୁମତ ସାବ୍ୟସ୍ତ […]

କାଠମାଣ୍ଡୁ: ନେପାଳ ରାଜନୈତିକ ସଙ୍କଟରେ ପୂର୍ଣ୍ଣଚ୍ଛେଦ। କ୍ଷମତା ହରାଇଥିବା ପ୍ରଧାନମନ୍ତ୍ରୀ ପୁଣି ଥରେ କ୍ଷମତାସୀନ ହୋଇଛନ୍ତି । ଗାଦି ପାଇଁ ଲାଗିଥିବା ବାଜିକୁ ଜିତିନେଇଛନ୍ତି କେପି ଶର୍ମା ଓଲି । ଅର୍ଥାତ ପୁଣି ଥରେ ନେପାଳର ପ୍ରଧାନମନ୍ତ୍ରୀ ହୋଇଛନ୍ତି କେ ପି ଶର୍ମା ଓଲି । ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଓଲିଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ନିଯୁକ୍ତି କରିଛନ୍ତି । ବିରୋଧୀ ଦଳ ନେପାଳ କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ ସଂସଦରେ ବହୁମତ ସାବ୍ୟସ୍ତ କରିବାରେ ଫେଲ ମାରିବାରୁ ରାଷ୍ଟ୍ରପତି ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ସମ୍ବିଧାନ ଧାରା ୭୬ (୨) ଅନୁଯାୟୀ ବିରୋଧୀ ବହୁମତ ହାସଲ କରିବାରେ ବିଫଳ ହେବାରୁ ଧାରା ୭୬ (୩) ଅନୁସାରେ କେ ପି ଶର୍ମା ଓଲିଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ । ଗତ ୧୦ ତାରିଖରେ ଓଲିଙ୍କ ବିରୋଧରେ ବହୁମତ ନଥିବା ଅଭିଯୋଗ ଆଣିଥିଲେ ବିରୋଧି ଦଳ । ପରେ ଅସ୍ଥା ଭୋଟରେ ବହୁମତ ସାବସ୍ତ୍ୟ କରିବାରେ ବିଫଳ ହୋଇଥିଲେ ଓଲି ସରକାର।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର