ନଭେମ୍ବର ୧୯ରେ ଏୟାର୍ ଇଣ୍ଡିଆ ବିମାନକୁ ବିସ୍ଫୋରଣରେ ଉଡାଇ ଦେବାକୁ ଖାଲିସ୍ଥାନୀ ଆତଙ୍କବାଦୀଙ୍କ ଧମକ !

The Sakala Picture
Published On

ନୂଆଦିଲ୍ଲୀ: ଖଲିସ୍ତାନ ଆତଙ୍କୀଙ୍କ ଖୁଲମଖୁଲା ଧମକ। ଆତଙ୍କୀ ପନ୍ନୁଙ୍କ ବଡ଼ ଚେତାବନୀ..୧୯ ନଭେମ୍ବରକୁ ଏୟାର ଇଣ୍ଡିଆ ଫ୍ଲାଇଟରେ ଗଲେ ଆଉ କେହି ଫେରିବେନି। ଯଦି ଏହି କଥାକୁ କେହି ଗୁରୁତର ସହ ନ ନେବେ … ତାହେଲେ ମୃତ୍ୟୁ ସୁନିଶ୍ଚିତ। ଆତଙ୍କୀ ସଂଗଠନ ଶିଖ୍ ଫର ଜଷ୍ଟିସ୍ (SFJ)ର ପ୍ରତିଷ୍ଠାତା ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ୍ ଏକ ଭିଡିଓ ଜାରି କରି ଏହି ଚେତାବନୀ ଦେଇଛି । ଏପରିକି ନଭେମ୍ବର ୧୯ ଓ ତା’ପରେ ଏୟାର ଇଣ୍ଡିଆ […]

ନୂଆଦିଲ୍ଲୀ: ଖଲିସ୍ତାନ ଆତଙ୍କୀଙ୍କ ଖୁଲମଖୁଲା ଧମକ। ଆତଙ୍କୀ ପନ୍ନୁଙ୍କ ବଡ଼ ଚେତାବନୀ..୧୯ ନଭେମ୍ବରକୁ ଏୟାର ଇଣ୍ଡିଆ ଫ୍ଲାଇଟରେ ଗଲେ ଆଉ କେହି ଫେରିବେନି। ଯଦି ଏହି କଥାକୁ କେହି ଗୁରୁତର ସହ ନ ନେବେ … ତାହେଲେ ମୃତ୍ୟୁ ସୁନିଶ୍ଚିତ। ଆତଙ୍କୀ ସଂଗଠନ ଶିଖ୍ ଫର ଜଷ୍ଟିସ୍ (SFJ)ର ପ୍ରତିଷ୍ଠାତା ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ୍ ଏକ ଭିଡିଓ ଜାରି କରି ଏହି ଚେତାବନୀ ଦେଇଛି । ଏପରିକି ନଭେମ୍ବର ୧୯ ଓ ତା’ପରେ ଏୟାର ଇଣ୍ଡିଆ ବିମାନରେ ନ ଯିବା ଲାଗି ଶିଖମାନଙ୍କୁ କହିଛି ସଂଗଠନ ।

ଆହୁରି ପଢ଼ନ୍ତୁ: ଝାଡ଼ଖଣ୍ଡରେ ଛାତ୍ର ଆନ୍ଦୋଳନ ତୀବ୍ର: JPSC ଓ JSSC ପରୀକ୍ଷା ଅନିୟମିତତା ପ୍ରତିବାଦରେ ବିଧାନସଭା ଘେରାଉ

ଏସଏଫଜେ ନେତା ଗୁରୁ ପତଓ୍ବନ୍ତ ସିଂ ପନ୍ନୁ ଧମକ ଦେଇ କହିଛି କି, ୧୯ ନଭେମ୍ବରରେ କୌଣସି ଶିଖ୍ ଏୟାର ଇଣ୍ଡିଆ ବିମାନରେ ଯାଆନ୍ତୁ ନାହିଁ । ସାରା ବିଶ୍ବରେ ଏୟାର ଇଣ୍ଡିଆ ବିମାନକୁ ଅବରୋଧ କରାଯିବ ଓ ସେହିଦିନ ବିଶ୍ବର କୌଣସି ସ୍ଥାନକୁ ଯିବାକୁ ଏୟାର ଇଣ୍ଡିଆ ବିମାନକୁ ଅନୁମତି ଦିଆଯିବ ନାହିଁ ବୋଲି ସେ କହିଛି ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ବିବାଦରେ ପୂର୍ବତନ ସିଜେଆଇ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କୁ ବଡ଼ ଦାୟିତ୍ୱ: ରୁଷ ପକ୍ଷରୁ ମଧ୍ୟସ୍ଥକାରୀ ନିଯୁକ୍ତ

ଏହି ନିଷ୍ପତ୍ତି ଭାରତ ସରକାରଙ୍କ ପ୍ରତି ଏକ ଓ୍ବାର୍ଣ୍ଣିଂ ହୋଇପାରେ ବୋଲି ସେ କହିଛି । ୧୯ ନଭେମ୍ବରରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ବନ୍ଦ ରଖିବାକୁ ସେ ଚେତାବନୀ ଦେଇଛି । ସେହିଦିନ ଓ୍ବାର୍ଲଡ ଟେରର କପ୍ ମ୍ୟାଚ ଖେଳାଯାଇ ଓ ସାରା ବିଶ୍ବ ଏହି ମ୍ୟାଚ ଦେଖିବ ବୋଲି ସେ କହିଛି । ଏହା ଭାରତରେ ହୋଇଥିବା ଶିଖ ଗଣହତ୍ୟାର ଜବାବ ହେବ । ପଞ୍ଜାବ ମୁକ୍ତ ହେବା ପରେ ଏହି ବିମାନ ବନ୍ଦରର ନାମ ସହିଦ ବିୟନ୍ତ ସିଂ ଓ ସହିଦ ସତଓ୍ବନ୍ତ ସିଂ ବିମାନ ବନ୍ଦର ରଖାଯିବ ବୋଲି କହିଛି ।

ଆହୁରି ପଢ଼ନ୍ତୁ: ତୁର୍କୀରେ ଟ୍ରମ୍ପଙ୍କ ବିମାନ ବଦଳାଇବା ଘଟଣା: ଇରାନର ଧମକକୁ ଗୁରୁତ୍ୱ ଦେଇନଥିଲା ସିଆଇଏ

୧୯୮୫ ଜୁନ ୨୩ରେ ଏୟାର ଇଣ୍ଡିଆ ବିମାନ କନିଷ୍କ ମଣ୍ଟ୍ରିଲ-ଲଣ୍ଡନ-ଦିଲ୍ଲୀ-ମୁମ୍ବାଇ ରୁଟରେ ଥିବାବେଳେ ଆଟଲାଣ୍ଟିକ ମହାସାଗର ଉପରେ ବିସ୍ଫୋରଣ ଘଟାଯାଇଥିଲା । କାନାଡାର ଶିଖ ଆତଙ୍କବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଏହି ବିସ୍ଫୋରଣରେ ୩୨୯ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ।

05 Nov 2023 By The Sakala

ନଭେମ୍ବର ୧୯ରେ ଏୟାର୍ ଇଣ୍ଡିଆ ବିମାନକୁ ବିସ୍ଫୋରଣରେ ଉଡାଇ ଦେବାକୁ ଖାଲିସ୍ଥାନୀ ଆତଙ୍କବାଦୀଙ୍କ ଧମକ !

ନୂଆଦିଲ୍ଲୀ: ଖଲିସ୍ତାନ ଆତଙ୍କୀଙ୍କ ଖୁଲମଖୁଲା ଧମକ। ଆତଙ୍କୀ ପନ୍ନୁଙ୍କ ବଡ଼ ଚେତାବନୀ..୧୯ ନଭେମ୍ବରକୁ ଏୟାର ଇଣ୍ଡିଆ ଫ୍ଲାଇଟରେ ଗଲେ ଆଉ କେହି ଫେରିବେନି। ଯଦି ଏହି କଥାକୁ କେହି ଗୁରୁତର ସହ ନ ନେବେ … ତାହେଲେ ମୃତ୍ୟୁ ସୁନିଶ୍ଚିତ। ଆତଙ୍କୀ ସଂଗଠନ ଶିଖ୍ ଫର ଜଷ୍ଟିସ୍ (SFJ)ର ପ୍ରତିଷ୍ଠାତା ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ୍ ଏକ ଭିଡିଓ ଜାରି କରି ଏହି ଚେତାବନୀ ଦେଇଛି । ଏପରିକି ନଭେମ୍ବର ୧୯ ଓ ତା’ପରେ ଏୟାର ଇଣ୍ଡିଆ ବିମାନରେ ନ ଯିବା ଲାଗି ଶିଖମାନଙ୍କୁ କହିଛି ସଂଗଠନ ।

ଏସଏଫଜେ ନେତା ଗୁରୁ ପତଓ୍ବନ୍ତ ସିଂ ପନ୍ନୁ ଧମକ ଦେଇ କହିଛି କି, ୧୯ ନଭେମ୍ବରରେ କୌଣସି ଶିଖ୍ ଏୟାର ଇଣ୍ଡିଆ ବିମାନରେ ଯାଆନ୍ତୁ ନାହିଁ । ସାରା ବିଶ୍ବରେ ଏୟାର ଇଣ୍ଡିଆ ବିମାନକୁ ଅବରୋଧ କରାଯିବ ଓ ସେହିଦିନ ବିଶ୍ବର କୌଣସି ସ୍ଥାନକୁ ଯିବାକୁ ଏୟାର ଇଣ୍ଡିଆ ବିମାନକୁ ଅନୁମତି ଦିଆଯିବ ନାହିଁ ବୋଲି ସେ କହିଛି ।

ଏହି ନିଷ୍ପତ୍ତି ଭାରତ ସରକାରଙ୍କ ପ୍ରତି ଏକ ଓ୍ବାର୍ଣ୍ଣିଂ ହୋଇପାରେ ବୋଲି ସେ କହିଛି । ୧୯ ନଭେମ୍ବରରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ବନ୍ଦ ରଖିବାକୁ ସେ ଚେତାବନୀ ଦେଇଛି । ସେହିଦିନ ଓ୍ବାର୍ଲଡ ଟେରର କପ୍ ମ୍ୟାଚ ଖେଳାଯାଇ ଓ ସାରା ବିଶ୍ବ ଏହି ମ୍ୟାଚ ଦେଖିବ ବୋଲି ସେ କହିଛି । ଏହା ଭାରତରେ ହୋଇଥିବା ଶିଖ ଗଣହତ୍ୟାର ଜବାବ ହେବ । ପଞ୍ଜାବ ମୁକ୍ତ ହେବା ପରେ ଏହି ବିମାନ ବନ୍ଦରର ନାମ ସହିଦ ବିୟନ୍ତ ସିଂ ଓ ସହିଦ ସତଓ୍ବନ୍ତ ସିଂ ବିମାନ ବନ୍ଦର ରଖାଯିବ ବୋଲି କହିଛି ।

୧୯୮୫ ଜୁନ ୨୩ରେ ଏୟାର ଇଣ୍ଡିଆ ବିମାନ କନିଷ୍କ ମଣ୍ଟ୍ରିଲ-ଲଣ୍ଡନ-ଦିଲ୍ଲୀ-ମୁମ୍ବାଇ ରୁଟରେ ଥିବାବେଳେ ଆଟଲାଣ୍ଟିକ ମହାସାଗର ଉପରେ ବିସ୍ଫୋରଣ ଘଟାଯାଇଥିଲା । କାନାଡାର ଶିଖ ଆତଙ୍କବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଏହି ବିସ୍ଫୋରଣରେ ୩୨୯ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର